ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତହସିଲଦାର ଙ୍କୁ ଦାବି ଜଣାଇଲେ ଇନ୍ଦ୍ରାବତୀ ବୁଡି ଅଞ୍ଚଳିୟ ଗଣ ପରିଷଦ 

ତେନ୍ତୁଳିଖୁଣ୍ଟି -09/05/23 ନବରଙ୍ଗପୁର  ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଦ୍ୱାରା ଛଅ ହଜାର ତେତିଶ ବିସ୍ଥାପିତ ହୋଇଛନ୍ତି ।ବିସ୍ଥାପିତ ପରିବାରଙ୍କୁ ସରକାର ତାଙ୍କ ଟଙ୍କା ରେ ହିଁ ଜମି କିଣି ଦେଇଥିଲେ ।ଯାହା ଦୀର୍ଘ ତେତିଶ ବର୍ଷ ହେବାକୁ ଯାଉଛି କିନ୍ତୁ ପ୍ରଶାସନ ବର୍ତ୍ତମାନ ସୁଦ୍ଧା ଜମି ପଟା କରି ପାରିନାହାନ୍ତି ତେନ୍ତୁଳିଖୁଣ୍ଟି ତହସିଲରେ ବର୍ତ୍ତମାନ ପାଞ୍ଚ ଶହ ରୁ ଉର୍ଦ୍ଧ ଦସ୍ତାବିଜ ପଟା ପାଇଁ ଆବେଦନ ପଡି ରହିଛି । ହେଲେବି ତାଙ୍କୁ ପଟ୍ଟା ପ୍ରଦାନ କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି । ବିଡ଼ମ୍ବନା ର ବିଷୟ ଅଦାନୀ ଗ୍ରୁପ ଦ୍ଵାରା ପ୍ରତିଷ୍ଠିତ ସୋଲାର ପାୱାର ପ୍ଲାଣ୍ଟ ଅନେକ ଆଦିବାସୀ ହରିଜନ ବିସ୍ଥାପିତ ପରିବାରଙ୍କ ଜମିକୁ ଅକ୍ତିଆର କରି ନେଇଛି ।ସରକାର ବିସ୍ଥାପିତ ପରିବାରଙ୍କ ପାଞ୍ଚ ଏକରରୁ ଶହେ ଏକର ଜମି ନେଇ ବିସ୍ଥାପିତଙ୍କୁ ୧;୫୦ ସେଣ୍ଟ ଜମି ପ୍ରଦାନ କରିଥିଲେ ।ବର୍ତ୍ତମାନ ତାହା ବି ସୋଲାର ପାୱାର ପ୍ଲାଣ୍ଟ ନେଇଗଲା ।ଗତ ତା ୨୭/୦୭/୨୦୨୨ ରିଖରେ ପତ୍ର ମାଧ୍ୟମରେ ଅବଗତ କରାଯାଇ ଥିଲା ଦୀର୍ଘ ଦଶ ମାସରୁ ଉର୍ଦ୍ଧ ହେବ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ ।ଯାହା କି ସେମାନେ ଜମି ଅଧିଗ୍ରହଣ କରାଯାଇଥିଲା କି , ସେମାନଙ୍କୁ ଅଧିଗ୍ରହଣ ସମୟରେ ନୋଟିସ କରାଯାଇ ଥିଲା ତାହାର ପ୍ରମାଣ ଦିଆଯାଉ କିମ୍ବା ସେମାନେ ଜମି ବିକ୍ରି କରିଛନ୍ତି ହେଲେ ସେମାନଙ୍କ ଦସ୍ତାବିଜ ପ୍ରଦାନ କରାଯାଉ ।୨୦୦୯ ମସିହାରୁ ପଟା ଆବେଦନ କରିଥିଲେ ମଧ୍ୟ ପୂର୍ବ ଜମି ମାଲିକ ମାନେ କିଭଳି ସୋଲାର ପ୍ଲାଣ୍ଟରେ ଜମି ବିକ୍ରି କଲେ ଓ ସୋଲାର ପ୍ଲାଣ୍ଟ ଜମିର ମାଲିକାନା ଅଧିକାର କିଭଳି ପାଇଲା । ବିସ୍ଥାପିତ ପରିବାର ୨୦୧୮ ମସିହାରେ ଉକ୍ତ ଜମି ଅକ୍ତିଆରରେ ଥିଲେ । ହେଲେ ତତ୍ କାଳୀନ ରାଜସ୍ୱ ନିରୀକ୍ଷଖ କିଭଳି ଅକ୍ତିଆରରେ ନାହାନ୍ତି ବୋଲି ତଥ୍ୟ ପ୍ରଦାନ କଲେ ତାହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଇ ବିସ୍ଥାପିତ ପରିବାରଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଇନ୍ଦ୍ରାବତୀ ବୁଡି ଅଞ୍ଚଳିୟ ଗଣ ପରିଷଦ ପକ୍ଷରୁ ଆଜି ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କୁମାର କରଙ୍କୁ ଦାବି ଜଣାଇଛନ୍ତି ।ଏହାକୁ ଗୋଟିଏ ସପ୍ତାହ ମଧ୍ୟରେ ତଦନ୍ତ କରି ସମସ୍ୟା ସମାଧାନ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

କଳାହାଣ୍ଡି କୃଷି ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବାକୁ ଦାବି 

Sunil Chandra Nayak

ଲଡୁଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

ମୈତ୍ରୀ କମ୍ପାନି ର କୌଶଳ ବିକାଶ କାର୍ଯ୍ୟକ୍ରମ ଶୁଭାରମ୍ଭ

masiha

Leave a Comment

error: Content is protected !!