ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଯୁବ ଓଡିଶା ନବୀନ ଓଡିଶା’ ଅନ୍ତର୍ଗତ ବାଲ୍ୟ ବିବାହ ନିରାକରଣ’ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଯୁବ ଓଡିଶା ନବୀନ ଓଡିଶା’ ଅନ୍ତର୍ଗତ ବାଲ୍ୟ ବିବାହ ନିରାକରଣ’ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ଼ : ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟ ମିକ ବିଦ୍ୟାଳୟ, ଧର୍ମଗଡ଼ ଆନୁକୂଲ୍ୟରେ ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଗତ ସମାଜିକ କାର୍ଯ୍ୟକ୍ରମ ପରିପେକ୍ଷି ରେ ‘ବାଲ୍ୟ ବିବାହ ନିରାକରଣ ‘ ଉପରେ ଏକ ସଚେତନ କାର୍ଯ୍ୟକ୍ରମ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଅଛି l ବିଦ୍ୟାଳୟ ଅଧ୍ୟକ୍ଷା, ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶୈଳେନ୍ଦୁ ଶେଖର ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ,ଭବାନୀପାଟଣା ବାଲ୍ୟ ବିବାହ ନିରାକରଣ ର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଅଲୋକପାତ ପୂର୍ବକ ବିଭିନ୍ନ ଦୃଶ୍ୟ ଓ ଶ୍ରାବ୍ୟ ଉପକରଣ ମାଧ୍ୟମରେ ଚିତ୍ତାକର୍ଷକ ଉପସ୍ଥାପନା କରି ଛାତ୍ରୀ ମାନଙ୍କୁ ବାଲ୍ୟ ବିବାହ ବିରୋଧରେ ସ୍ୱର ଉତ୍ତଳୋନ କରିବାପାଇଁ ଉତ୍ସାହିତ କରିଥିଲେ l ଏହା ପରେ ଶ୍ରୀ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଛାତ୍ରୀ ମାନେ ନିକଟସ୍ଥ କେବିଡି ଗ୍ରାମକୁ ଯାଇ ବାଳିକା ଓ ମହିଳା ମାନଙ୍କ ସମ୍ମିଳିତ ବୈଠକରେ ବାଲ୍ୟ ବିବାହ ନିରାକରଣ ଓ ବାଳିକା ଶିକ୍ଷା ଉପରେ ଆଲୋଚନା କରିଥିଲେ।ଶେଷରେ ଅଧ୍ୟାପିକା ଶ୍ରୀମତୀ ମମତା ତ୍ରିପାଠୀ ଓ ଶ୍ରୀମତୀ ସବିତା ପାଇକରାୟଙ୍କ ନେତୃତ୍ୱରେ ଛାତ୍ରୀମାନେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ l କାର୍ଯକ୍ରମଟିକୁ ଅଧ୍ୟାପକ ଶ୍ରୀ ସଂଜୀବ କୁମାର ମୁଣ୍ଡ ସଂଯୋଜନା କରିଥିବାବେଳେ ଅଧ୍ୟାପକ ବଙ୍କିମ ମୁଣ୍ଡ ସ୍ୱାଗତ ଅଭିଭାଷଣ ତଥା ଧନ୍ୟବାଦ ପ୍ରଦାନ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜିଲ୍ଲା ସମାଜ କଲ୍ୟାଣ ପକ୍ଷରୁ ବ୍ଲକ ସ୍ତରୀୟ ଆଇନଗତ ସଚେତନତା କାର୍ଯ୍ୟକ୍ରମ

masiha

‘ସିଏମ୍‌ କିଷାନ’ ଯୋଜନା: ନୂଆପଡ଼ାର ୯୮,୧୧୨ ହିତାଧିକାରୀଙ୍କୁ ମିଳିଲା ୧୯.୬୯ କୋଟି ଟଙ୍କାରୁ ଅଧିକ ସହାୟତା

Sunil Chandra Nayak

ରାଇରଙ୍ଗପୁର ର ଅଲ୍ ଇତୁନ୍ ଆଶ୍ରା ତରଫରୁ ଗ୍ରୀଷ୍ମକାଳୀନ ମାଗଣା ସାନ୍ତାଳି ଲିପି ଅଲଚିକି ଶିକ୍ଷା କେନ୍ଦ୍ରରେ ସାଂସଦଙ୍କୁ ସମ୍ବର୍ଦ୍ଧନା

Leave a Comment

error: Content is protected !!