ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ଚପଟଖଣ୍ଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ ଅନୁଷ୍ଠିତ

ରୁପ୍ରା, (ମ.ନି.ସ) : ନର୍ଲା ବ୍ଲକ ଅଧିନ ଚପଟଖଣ୍ଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଗୁରୁବାର ଦିନ ଶିକ୍ଷକ ଓ ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ବାର୍ଷିକ ପରୀକ୍ଷାର ଫଳାଫଳକୁ ନେଇ ଶିକ୍ଷକ ଓ ଅଭିଭାବକ ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ବୈଠକ ପ୍ରାରମ୍ଭରେ ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ଆର୍ଯ୍ୟ କୁମାରୀ ପ୍ରାଚିପ୍ରଭା ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରେ ଶିକ୍ଷକ ଲୋକେଶ ପଧାନ ଅନୁଷ୍ଠିତ ହୋଇଥିବା ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ଫଳାଫଳ ବୈଠକରେ ଘୋଷଣା କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ବନ୍ଦନା ସ୍ୱାଇଁ ନୂତନ ଶିକ୍ଷାବର୍ଷର ଶୈକ୍ଷିକ ଯୋଜନା ବାବଦରେ ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଜୟନ୍ତ ଖମାରୀ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ 5T କାର୍ଯ୍ୟକ୍ରମ ବାବଦରେ ଅଭିଭାବକ ମାନଙ୍କୁ ସଂକ୍ଷିପ୍ତରେ ବୁଝାଇଥିଲେ । ବିଦ୍ୟାଳୟର ଶିକ୍ଷକ ଅନନ୍ତ ପଟେଲ ଛାତ୍ରଛାତ୍ରୀଙ୍କ ପାଠପଢାରେ କିପରି ଉନ୍ନତି ହୋଇପାରିବ ସେବାବଦରେ ଅଭିଭାବକ ମାନଙ୍କ ସହ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ବାର୍ଷିକ ପ୍ରଗତି ପତ୍ର ଶ୍ରେଣୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଜରିଆରେ ଅଭିଭାବକ ମାନଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ଶିକ୍ଷକ ବିଜୟ ମେହେର ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ଆଜାଦି କା ଅମୃତ ମହୋତ୍ସବ ପାଇଁ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବାଇକ ରେଲି ସଚେତନତା

Sunil Chandra Nayak

ଆରମ୍ଭ ହେଲା ମାଁ ନାରାୟଣୀ ଙ୍କର ପଞ୍ଚବିଂଶ ତମ ଯାତ୍ରା ,ଏକ ମାସ ଧରି ଚାଲିବ

ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!