ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓବିସି ଜନଜାଗରଣ ରଥ କୁ ଜୁନାଗଡ଼ ଠାରେ ବିପୁଳ ସ୍ୱାଗତ

ଓବିସି ଜନଜାଗରଣ ରଥ କୁ ଜୁନାଗଡ଼ ଠାରେ ବିପୁଳ ସ୍ୱାଗତ

ଜୁନାଗଡ଼,୧୦/୧୨(ମ ନି ସ୍)ଓବିସି ବର୍ଗ ର ସାମ୍ବିଧାନିକ ହକ ଓ ସମାନୁପାତିକ ଅଧିକାର ପ୍ରତିନିଧିତ୍ୱ ପାଇଁ ୨୬ନଭେମ୍ବର ୨୦୨୩ ରୁ ଓଡିଶା ଓବିସି ମଞ୍ଚ ର ଜନଜାଗରଣ ଯାତ୍ରା ରଥ କୁ ଜୁନାଗଡ଼ ଠାରେ ବିପୁଳ ଭାବେ ସ୍ୱାଗତ କରାଯାଇଛି l ସ୍ଥାନୀୟ ହିଞ୍ଜିଳିବାହିଲି ଛକ ଠାରୁ ଓବିସି ଯୁବ ଜାଗରଣ ସଦସ୍ୟ ଲୋକେଶ୍ୱର ନାଏକ, ଟୁଟୁ ପୂଝରୀ, ପ୍ରକାଶ ନିଆଲ, ବିପିନ ସାହୁ, କାଶୀନାଥ ଘି, ସୁରେଶ ବାଗ, ହିମାଂଶୁ ନାଏକ ଙ୍କ ନେତୃତ୍ୱ ରେ ଶତାଧିକ ଓବିସି ଯୁବ ସଦସ୍ୟ ଏକ ବିଶାଳ ମୋଟର ସାଇକେଲ ଶୋଭଯାତ୍ରାରେ ରଥ କୁ ସ୍ୱାଗତ କରି ନଗର ପରିକ୍ରମା କରାଇ ମା ଲଙ୍କେଶ୍ୱରୀ ମନ୍ଦିର ପର୍ଯନ୍ତ ପାଛୋଟି ନେଇଥିଲେ l ମାଙ୍କ ଦର୍ଶନ ପରେ ସ୍ଥାନୀୟ ବଙ୍ଗଳା ଛକ ଠାରେ ପଣ୍ଡରା ମାଳି ସମାଜ ସଭାପତି ଈଶ୍ୱର ପୂଝରୀ ଙ୍କ ସଭାପତିତ୍ବ ଓ ଓବିସି ଜୁନାଗଡ଼ ବ୍ଲକ ସଂଯୋଜକ ହିମାଂଶୁ ଶେଖର ବରାଡ଼ ଙ୍କ ସଂଯୋଜନା ରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି l ମଣ୍ଡଳ କମିଶନ ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ଚାକିରୀରେ ୨୭%୧୯୯୩ରୁ ଓ ଶିକ୍ଷା ରେ ୨୦୦୮ ରୁ ସଂରକ୍ଷଣ ଓବିସି ଙ୍କୁ ଦେଉଥିଲେ ହେଁ ଜାତି ଗଣନା ଅଭାବରୁ ମିଳିପାରୁନାହିଁ, ଫଳରେ ଓବିସି ଙ୍କୁ ନୟାଳୟ ର ଦ୍ୱାରସ୍ତ ହେବାକୁ ପଶିଛି l ଫଳରେ ଓବିସି ଙ୍କୁ ପଛୁଆ ହେବାକୁ ପଡିଛି l ଉକ୍ତ ସଭା ରେ ଓବିସି ସଶକ୍ତିକରଣ ପାଇଁ ଜାତି ଜନଗଣନା କରିବା, ଏସ ସି ବି ସି ଙ୍କ ଠାରୁ ଅଲଗା କରି ସ୍ୱତନ୍ତ୍ର ଓବିସି ଆରକ୍ଷଣ ସୁନିଶ୍ଚିତ କରିବା,ଓବିସି ଛାତ୍ରଛାତ୍ରୀ ଙ୍କ ପାଇଁ ଉଚ୍ଚ ଶିକ୍ଷା ରେ ସଂରକ୍ଷଣ ବ୍ୟବସ୍ତା କରିବା, ନିଯୁକ୍ତି କ୍ଷେତ୍ର ରେ ସମସ୍ତ ସରକାରୀ ଓ ବେସରକାରୀ ଚାକିରୀରେ ଓବିସି ଙ୍କୁ (ସମାନୁପାତିକ ଭାବେ ୫୨%)ସଂରକ୍ଷଣ ଲାଗୁ କରିବା, ଓବିସି ଯୁବ ଗୋଷ୍ଟି ଙ୍କୁ ବ୍ୟବସାୟିକ କୌଶଳ ବିକାଶ ଶିକ୍ଷା ର ବ୍ୟବସ୍ତା ଓ ସରକାର ଙ୍କ ଦ୍ୱାରା ଆର୍ଥିକ ସହାୟତା ଦେବା, ରାଜନୈତିକ କ୍ଷେତ୍ର ରେ ତ୍ରିସ୍ତରୀୟ ପଂଚାୟତ ସହ ବିଧାନସଭା ଓ ଲୋକସଭା ତଥା ରାଜ୍ୟସଭା ରେ ସମାନୁପାତିକ ପ୍ରତିନିଧିତ୍ୱ ଦେବା, ଏଭଳି ଅନେକ ପ୍ରସଙ୍ଗ ରେ ଉପସ୍ଥିତ ଓବିସି ମଞ୍ଚ ରାଜ୍ୟ କର୍ମକର୍ତା ଉଦବୋଧନ ଦେଇ ଜନ ସଚେତନତା ସୃଷ୍ଟି କରିଥିଲେ l ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ନାଏକ ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ l ଉକ୍ତ ସଭାରେ ଶଙ୍କର ପାତ୍ର ସଭାପତି ଓବିସି ମଞ୍ଚ ଓଡିଶା, ସମର୍ଜିତ ବେହେରା ସାଧାରଣ ସମ୍ପାଦକ, ଇଂ ପ୍ରଦୀପ ବେହେରା ଉପ ସଭାପତି, ପ୍ରଦେଶୀ ବିଶ୍ୱାଳ କୋଷାଧକ୍ଷ, ବିରଞ୍ଚି ସାହୁ ପ୍ରବକ୍ତା, ଡ଼ାକେ ଲହଜଳ ଜିଲ୍ଲା କୋ ଅର୍ଡିନେଟର ଉଦବୋଧନ ଦେଇ ସଂଗଠନ କୁ ସୁଦୃଢ କରିବାକୁ ଆହ୍ୱାନ କରି ଥିଲେ l ଉକ୍ତ ସଭା ରେ ଡମ୍ବରୁ ଲହଜଳ ଧର୍ମଗଡ଼, ଶ୍ରୀବଛ ମେହେର, ବିଘ୍ନ ରାଜ ମେହେର ମେହେର ସମାଜ,ରଜନୀ ବିଶି କୁଳପତି ରାଜପୁତ କ୍ଷତ୍ରିୟ ପାଇକ ସମାଜ, ଯାଦବ ସମାଜ ରୁ ସଭାପତି ପ୍ରେମାନନ୍ଦ ଘି ଓ ଅରୂପାନନ୍ଦ ନାଗ ଓ ଶିବ ହାତି ସରପଞ୍ଚ, ଭୁବନେଶ୍ୱର ସାହୁ, ସୁନାରିସମାଜ ସମ୍ପାଦକ ବିରଞ୍ଚି ନାରାୟଣ ସରାଫ, ବଙ୍କା ସମାଜ ସଭାପତି ବିମ୍ବାଧର ପ୍ରଧାନୀ, ଲୋହରା ସମାଜ ସଭାପତି ହିମାଂଶୁ ନାଏକଙ୍କ ସହ ଯୁଗଳ ନାଏକ, ମାର୍କଣ୍ଡ ରାଉତ, ଆଦିତ୍ୟ ହଂସ,ମହିଳା ନେତ୍ରୀ ମନୋରମା ମହାଳିକ, ଅହଲ୍ୟା ମଲ୍ଲିକ, ରୀନା ଭାଟି ଙ୍କ ସମେତ ଶତାଧିକ ମହିଳା,ପୁରୁଷ,ଯୁବ ସାଥି ଯୋଗଦାନ କରିଥିଲେ l ଆଗାମୀ ଦିନ ରେ ସଂଗଠନ କୁ ମଜଭୁତ କରିବା ପାଇଁ ସମସ୍ତେ ସପଥ ନେଇ ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଦୁର୍ଗାପୂଜା କୁ ନେଇ ପ୍ରଥମ ବୈଠକ ଅନୁଷ୍ଠିତ ଓ କର୍ମକର୍ତ୍ତା ଚୟନ

masiha

ଭବାନୀପାଟଣା ରେଳ ଷ୍ଟେସନରେ କୋଚ୍ ଇଣ୍ଡିକେସନ୍ ବୋର୍ଡ ସ୍ଥାପିତ

Sunil Chandra Nayak

ବିଜ୍ଞାନ ଶିକ୍ଷୟିତ୍ରୀ ତଥା ପ୍ରଧାନଶିକ୍ଷିକା ସଂଯୁକ୍ତାରାଣୀ ନାୟକଙ୍କୁ ରାଜ୍ୟ ଶିକ୍ଷକ ସମ୍ମାନ ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!