ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହାବିଦ୍ୟାଳୟରେ ଭାରତୀୟ ଭାଷା ଦିବସ ପାଳିତ

ନବରଙ୍ଗପୁର ମହାବିଦ୍ୟାଳୟରେ ଭାରତୀୟ ଭାଷା ଦିବସ ପାଳିତ

ନବରଙ୍ଗପୁର– (୧୧|୧୨)ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ଓ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଦେଶର ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ତାମିଲ ମହାକବି ଚିନ୍ନାସ୍ୱାମୀ ସୁବ୍ରମଣ୍ୟ ଭାରତୀଙ୍କ ଜନ୍ମଦିନ ଉପଲକ୍ଷେ ନବରଙ୍ଗପୁର ମହାବିଦ୍ୟାଳୟର ଓଡ଼ିଆ ଓ ଇଂରାଜୀ ବିଭାଗର ମିଳିତ ସହଯୋଗରେ ଭାରତୀୟ ଭାଷା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଭାସ୍କର ନାଥ ବିଶ୍ଵାଳ ଯୋଗ ଦେଇ ଭାରତର ସମସ୍ତ ଭାଷା ସଂପର୍କରେ ଅବଗତ ହେବା ସହିତ ଓଡ଼ିଆ ଭାଷା ପ୍ରତି ଆନ୍ତରିକତା ମନୋଭାବ ପୋଷଣ କରିବା ପାଇଁ ଆହ୍ବାନ ଦେଇଥିଲେ। ଇଂରାଜୀ ବିଭାଗ ମୁଖ୍ୟ ଶ୍ରୀ ଘାସିରାମ ବେହେରା ଭାରତୀୟ ଭାଷା ଦିବସ ପାଳନର ମହତ୍ତ୍ଵ ଏବଂ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡ଼ିଆ ବିଭାଗର ମୁଖ୍ୟ ଡ଼. ନନ୍ଦିତା ମିଶ୍ର ଭାଷାର ବିଭିନ୍ନ ଦିଗ ଓ ଓଡ଼ିଆ ଭାଷାର ଐତିହ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀ ପ୍ରିୟବ୍ରତ ସାହୁ ଓଡ଼ିଆ ଭାଷାର ଐତିହାସିକ ବିବର୍ତ୍ତନ ଧାରା ଓ ସାଂପ୍ରତିକ ଓଡ଼ିଆ ଭାଷାର ସ୍ଥିତି ଉପରେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବରେ ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ବରିଷ୍ଠ ପ୍ରାଧ୍ୟାପକ ଡି. ଗୋବିନ୍ଦା ସଂଯୋଜନା କରିଥିବା ବେଳେ ଇଂରାଜୀ ବିଭାଗର ଅଧ୍ୟାପକ ଶ୍ରୀ ସଚିନ୍ କୁମାର ପଣ୍ଡା ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ -୨୦୨୫ ପାଳିତ

masiha

ନବରଙ୍ଗପୁର ଜିଲ୍ଲାର ଚାଷୀ ଭାଇ ଭଉଣୀ ମାନଙ୍କୁ ପି ଏମ କିଷାନ ସମ୍ମାନ ନିଧି ସହାୟତା ଟଙ୍କା ହସ୍ତାନ୍ତର 

Sunil Chandra Nayak

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ନିହାର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!