ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ଓଡିଶା ନବୀନ ଓଡିଶା ର ଉଦଯାପନୀ ଉତ୍ସବ

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ଓଡିଶା ନବୀନ ଓଡିଶା ର ଉଦଯାପନୀ ଉତ୍ସବ

ଧର୍ମଗଡ଼ :ଗତ 23 ନଭେମ୍ବର ଠାରୁ ଆରମ୍ଭ ହୋଇଥିବା #ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଆଜି ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖଷଧି ବାଗ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଅଶୋକ କୁମାର ମହାନ୍ତି, ଅଧ୍ୟକ୍ଷ, ଵିଜ୍ଞ୍ୟାପିତ ଅଂଚଳ ପରିଷଦ, ଧର୍ମଗଡ଼ ଓ ଏସ. ଜଗନ୍ନାଥ ରାଓ, ଅଧ୍ୟକ୍ଷ, ପଞ୍ଚାୟତ ମହାବିଦ୍ୟାଳୟ, ଧର୍ମଗଡ଼ ତଥା ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦ, ଅଧ୍ୟକ୍ଷା, ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶ୍ରୀମତୀ ମୂର୍ତ୍ତି ମଞ୍ଜରୀ ପଣ୍ଡା, ଅଧ୍ୟକ୍ଷା, ଧର୍ମଗଡ଼ ମହିଳା ସ୍ନାତକ ମହବିଦ୍ୟାଳୟ, ଅଧ୍ୟାପିକା ଶ୍ରୀମତୀ ସୁମିତା ମିଶ୍ର, ନୋଡାଲ ଅଫିସର, ନୂଆ -ଓ ତଥା ଛାତ୍ରୀ, ଅଭିଭାବକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଅଛି l ଏହି ପରିପେକ୍ଷିରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ, କ୍ରୀଡା ଓ ସାମାଜିକ ପ୍ରତିଯୋଗିତା ମାନଙ୍କରେ ବିଜୟୀ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇ ଥିଲା l ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତାରେ ଯଥାକ୍ରମେ ଝରଣା ମେହେର ଓ ଧନମତୀ ଶବର ଶ୍ରେଷ୍ଠ ପ୍ରତିଯୋଗୀ ଭାବରେ ବିବେଚିତ ହୋଇ ପୁରସ୍କୃତ ହୋଇଥିଲେ l ରାଜ୍ୟ ସ୍ତରିୟ ସୁରଭି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାକୁ ପ୍ରତିନିଧିତ୍ୱ କରିଥିବା ବିଦ୍ୟାଳୟର ଛାତ୍ରୀ କୁମାରୀ ଅନୁପମା ମାଝୀଙ୍କୁ ଏହି ଅବସରରେ ମୁଖ୍ୟ ଅତିଥି ଙ୍କ ଦ୍ୱାରା ସମ୍ମାନିତ କରାଯାଇ ଥିଲା।ଶେଷରେ ଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଅଧ୍ୟାପକ ବଙ୍କିମ ମୁଣ୍ଡ ସଭା କାର୍ଯ୍ୟ ସଂଯୋଜନା କରିଥିବାବେଳେ ସନ୍ତୋଷ ପାଣିଗ୍ରାହୀ, ଖେଳ ଶିକ୍ଷକ ପୁରସ୍କାର ପର୍ବର ସଂଯୋଜନା ତଥା ଅଧ୍ୟାପକ ସଂଜୀବ କୁମାର ମୁଣ୍ଡ ସ୍ୱାଗତ ଅଭିଭାଷଣ ପୂର୍ବକ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରି ସର୍ବଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ l ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ ସକ୍ରିୟ ଅଂଶଗ୍ରହଣକରି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

କୁଜଙ୍ଗ ବ୍ଲକରେ ଅଳକା ଆଶ୍ରମର ଶତବାର୍ଷିକ ସମାରୋହ ପାଳିତ

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ଦଶମ ଶ୍ରେଣୀର ୩୭୪ ଜଣ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଇଛନ୍ତି

Sunil Chandra Nayak

ନୂଆପଡ଼ାରେ ଶିକ୍ଷା ସମୀକ୍ଷା ବୈଠକ: ବିଦ୍ୟାଳୟ ଖୋଲିବା ପୂର୍ବରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

Leave a Comment

error: Content is protected !!