ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଜରାନିବାସ କେନ୍ଦ୍ର ଉଦଘାଟିତ

ରାଇରଙ୍ଗପୁରରେ ଜରାନିବାସ କେନ୍ଦ୍ର ଉଦଘାଟିତ

 ମୟୂରଭଞ୍ଜ -୧୧/୧୨ ( ମସିହା)ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଘାଟି ୮ ନମ୍ବର ଓ୍ବାର୍ଡରେ ଆଜି ଜରାନିଵାସ କେନ୍ଦ୍ର ହେଲ୍ପ ଏଜର ଇଣ୍ଡିଆ,ନିଉ ଦିଲ୍ଲୀ ତରଫରୁ ଆଦମୀ ପ୍ରେମଜୀ ଫାଉଣ୍ଡେସନ ଏବଂ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା ଆରଡିଏସି ମିଳିତ ଆନୁକୂଲ୍ୟରେ ସୋମବାର ପୂର୍ବାହ୍ନ ୧୧.୩୦ରେ ରାଜ୍ୟ ବିଜୁ ଶକ୍ତି ଉପଦେଷ୍ଟା ଦୀପ୍ତିମାନ ବଳଙ୍କ କର କମଳରେ ଶୁଭ ଉଦ୍ଘାଟିତ ହୋଇଯାଇଛି ।ଏହି ମହତ ସାମାଜିକ ସେବା କାର୍ଯ୍ୟକ୍ରମରେ ୨୧ ନମ୍ବର ଜିଲ୍ଲା ପରିଷଦ ସଦସ୍ଯା ଶ୍ରୀମତୀ ଜନତା ଵସା,୨୫ ନମ୍ବର ଜିଲ୍ଲା ପରିଷଦ ସଂସ୍ଥା ଭଗବତୀ ମିଶ୍ର,୪୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଲିପିକା ମଣ୍ଡଳ, ରାଇରଙ୍ଗପୁର ପୌରାଞ୍ଚଳ ୮ ନମ୍ବର କାଉନସିଲର ପୂର୍ଣ୍ଣିମା ମହାନ୍ତ,୧୩ ନମ୍ବର କାଉନସିଲର ଧୀରଜ ଵେଶ୍ରା,୭ ନମ୍ବର କାଉନସିଲର ଦେବସ୍ମିତା ଡଗରା,୪ ନମ୍ବର କାଉନସିଲର ଆରତୀ ମାରାଣ୍ଡୀ,୬ ନମ୍ବର କାଉନସିଲର କ୍ରିଷ୍ନାଦେଵୀ ସ୍ବାମୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରଣଜିତ ସୋରେନ , ଅବସରପ୍ରାପ୍ତ ଡିଏସଏସଓ ନରେଶ ଚନ୍ଦ୍ର ବିନ୍ଧାଣି, ହେଲ୍ପ ଏଜ୍ ରାଜ୍ୟ ମିଡିଆ ମୁଖ୍ୟ ଭାରତୀ ଚକ୍ର, ରଂଜନ ଦାସ, ଜିଲ୍ଲା ସଂଯୋଜକ ସୁଦର୍ଶନ ମୁଦୁଲି,ଆରଡିଏସି ସଂପାଦକ ବିଜୟ କୁମାର ଵେହେରା,ମେନେଜର ଶ୍ରୀମତୀ ରଣଜିତା ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଯୁବ ସମାଜସେବୀ ତଥା ରାଜ୍ୟ ବିଜୁ ଶକ୍ତି ଉପଦେଷ୍ଟା ଦୀପ୍ତିମାନ ବଳ କହିଥିଲେ ସମାଜରେ ଵୟସ୍କମାନେ ଅଲୋଡା ନୁହନ୍ତି । ସେମାନଙ୍କ ଅଭିଜ୍ଞତା,ଅନୁଭୁତି,ତ୍ୟାଗ,ନିଷ୍ଠା, କର୍ତ୍ତବ୍ୟପରାୟଣତା ଯୋଗୁଁ ସମାଜ ଆଗକୁ ଆଗ ବଢି ଚାଲିଛି ।ପରିଣତ ବୟସରେ ସେମାନଙ୍କୁ ହତାଦର,ଅଲୋଡା,ବୋଝ ବୋଲି ଭାବିବା ଉଚିତ ନୁହେଁ ।ସେମାନେ ମଧ୍ୟ ସମାଜରେ ସମ୍ମାନର ସହିତ ବାକିତକ ଜୀବନ କାଟିବା ଉଚିତ । ସେମାନଙ୍କ ଅନୁଭୂତି,ଉପଦେଶକୁ ମାନି ଆମ୍ଭେମାନେ ଆଗେଇବା ଉଚିତ । ଦୀର୍ଘ ବର୍ଷର ପ୍ରଚେଷ୍ଟାପରେ ଆଜି ଅବହେଳିତ ବୁଢ଼ାବୁଢ଼ୀକୁ ସାମାନ୍ୟ ରାହା ଦେବାପାଇଁ ଆରଡିଏସି ର ସଂପାଦକ ବିଜୟ ବେହେରା , ସମାଜସେବୀ ଦୀପ୍ତିମାନ ବଳଙ୍କ ବଳିଷ୍ଠ ଉଦ୍ୟମରେ ରାଇରଙ୍ଗପୁରରେ ଏକ ୫୦ ଶଯ୍ୟା ବିଶିଷ୍ଟ ଜରାଜୀର୍ଣ୍ଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି ।ଆଜିର ଦିନରେ ୯ ଜଣ ବୁଢ଼ାବୁଢ଼ୀ ରହିଛନ୍ତି ପହିଲା ସୁଦ୍ଧା ୫୦ ଜଣ ବୁଢ଼ାବୁଢ଼ୀଙ୍କୁ ଏଠାରେ‌ ରଖାଯାଇ ମାଗଣା ଖାଦ୍ୟ,ରହଣୀ,ସେବା, ଶୁଶ୍ରୁଷା,ଯତ୍ନ, ଔଷଧ ଦିଆଯିବ ବୋଲି ଅନୁଷ୍ଠାନର ସଂପାଦକ ବିଜୟ ବେହେରା,ମେନେଜର ରଣଜିତା ଲେଙ୍କା ସୂଚନା ଦେଇଛନ୍ତି । ରାଇରଙ୍ଗପୁରରେ ଜରା ନିବାସ କେନ୍ଦ୍ର ଖୋଲା ଯାଇଥିବାରୁ  ସମାଜସେବୀ ଦୀପ୍ତିମାନ ବଳ ,ବିଜୟ ବେହେରାଙ୍କ ବଳିଷ୍ଠ ଉଦ୍ୟମକୁ ସାଧୁବାଦ ଜଣାଯାଇଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନିଃସ୍ୱାର୍ଥ ସମାଜସେବା ବ୍ୟକ୍ତିତ୍ୱକୁ ସାର୍ଥକ କରେ – ପ୍ରଭୁଦତ୍ତ ସୁବୁଦ୍ଧି

Sunil Chandra Nayak

ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ଗରିମା ପରିବାରର ଉତ୍କଳ ଦିବସ ଆସନ୍ତା ଏପ୍ରିଲ ୨ ରେ

Sunil Chandra Nayak

Leave a Comment

error: Content is protected !!