ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ ଜନତା ପାର୍ଟି ଧର୍ମଗଡ ଉପଖଣ୍ଡ ଶାଖା ପକ୍ଷରୁ ମଦ ମାଫିଆ ଙ୍କ କୁଶପୁତ୍ତଳା ଦାହ

ଭାରତୀୟ ଜନତା ପାର୍ଟି ଧର୍ମଗଡ ଉପଖଣ୍ଡ ଶାଖା ପକ୍ଷରୁ ମଦ ମାଫିଆ ଙ୍କ କୁଶପୁତ୍ତଳା ଦାହ

କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ରେ ଆଜି ରାଜ୍ୟ ସଭାପତି ଙ୍କ ଆହ୍ବାନ କ୍ରମେ ପାଖାପାଖି ୪୦୦ କୋଟି କଳା ଟଙ୍କାର ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟସଭା ସାଂସଦ ଧିରଜ ପ୍ରସାଦ ସାହୁ ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ଜିଲ୍ଲା ପଦାଧିକାରୀ ମାନଙ୍କ ସମେତ ସମସ୍ତ ମଣ୍ଡଳ ପଦାଧିକାରୀ ଉପସ୍ଥିତ ଥିଲେ ।

 ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପଟ୍ଟଯୋଷୀ ଙ୍କ ନେତୃତ୍ୱରେ ସ୍ଥାନୀୟ ହୋଟେଲ ରାଜ ଠାରୁ ଏକ ରାଲିରେ ଵାହାରି ସହର ପରିକ୍ରମା କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଲକ୍ଷ୍ମୀ କାନ୍ତ ବାଗ, ଜିଲ୍ଲା ସମ୍ପାଦକ ଶ୍ରୀମତୀ କାଞ୍ଚନ ଵାଗ ,ଖଇରପଦର ମଣ୍ଡଳ ସଭାପତି ଜୟ ଶଙ୍କର ମୁଣ୍ଡ, ପର୍ଲା ମଣ୍ଡଳ ସଭାପତି ପରାସର ସା, ଧର୍ମଗଡ ନଗର ପ୍ରଭାରୀ ଶିଶୁ ଦେବ ମୁଣ୍ଡ, ଧର୍ମଗଡ ନଗର ସଭାପତି ହରେକୃଷ୍ଣ ପଣ୍ଡା, ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ମନିନ୍ଦ୍ର ଭୁଷଣ ପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା ସ୍ଵତନ୍ତ୍ର ନିମନ୍ତ୍ରତ ଅତିଥି ଅପ୍ରେସ ସ୍ଵାଇଁ, ନଗର ମଣ୍ଡଳ ସାଧାରଣ ସମ୍ପାଦକ ଘନଶ୍ୟାମ ଭାଟି ଓ ଡମ୍ବରୁଧର ଠାକୁର ରାଜ୍ୟ ଶିକ୍ଷା ଵିଭାଗ ସଂଯୋଜକ ଜଗବନ୍ଧୁ ମିଶ୍ର , ଆଇନ ପରାମର୍ଶଦାତା ଘନଶ୍ୟାମ ଅଗ୍ରୱାଲ ସୁଧୀର ଵାଗ, ଯୁବ ମୋର୍ଚ୍ଚା ନଗର ସଭାପତି ସୈାରଭ ମିତ୍ତଲ, ଯୁଵ ମୋର୍ଚ୍ଚା ସାଧାରଣ ସମ୍ପାଦକ ଚନ୍ଦନ ପାତ୍ର, ସମେତ ବହୁ କାର୍ଯ୍ୟକର୍ତ୍ତା କୁଷ ପୁତ୍ତଳିକା ଓ ପ୍ଲାକାର୍ଡ ସହର ପରିକ୍ରମା ପରେ ମଦ ମାଫିଆ ଧୀରଜ ସାହୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଷ ପୁତ୍ତଳିକା ସ୍ଥାନୀୟ ଚାରି ଛକ ଠାରେ ଦାହ କରିଥିଲେ। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଜେପି ବିଧାୟକ ପ୍ରାର୍ଥୀଙ୍କ କୋକସରା ବ୍ଲକରେ ମାରାଥନ ପ୍ରଚାର

masiha

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା ବିରୋଧରେ ଭୁବନ ର ବିଜେପି ପକ୍ଷରୁ ବ୍ଲକ ଘେରାଉ

Sunil Chandra Nayak

ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ ବାବୁନି

Leave a Comment

error: Content is protected !!