ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାନ୍ତ କବିଙ୍କ ସାହିତ୍ୟରେ ସାମାଜିକ ଜୀବନର ଚିନ୍ତନ ପ୍ରତିଫଳିତ

କାନ୍ତ କବିଙ୍କ ସାହିତ୍ୟରେ ସାମାଜିକ ଜୀବନର ଚିନ୍ତନ ପ୍ରତିଫଳିତ

ରାଉରକେଲା / କାନ୍ତ କବିଙ୍କ ୧୩୬ତମ ଜୟନ୍ତୀ ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉଦ୍ଘାଟକ ଭାବେ ଭାରତ ସେବାଶ୍ରମ, ବୃନ୍ଦାବନ ଶାଖାର ମୁଖ୍ୟ ସ୍ବାମୀ ଜଗନ୍ନାଥାନନ୍ଦ ଗିରି ଓ ରାଉରକେଲା ସେବାଶ୍ରମର ସ୍ବାମୀ ଅମ୍ବିକାନନ୍ଦ ଯୋଗଦାନ କରିଥିଲେ। ସାଧାରଣ ସମ୍ପାଦକ ଭଗବାନ ରାଉତ ସ୍ଵାଗତ ଭାଷଣ ଅବସରରେ ଉତ୍କଳର ଜାତୀୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ ‘ନିର୍ଦ୍ଦିଷ୍ଟ ପଂକ୍ତି,ତାଳ,ସ୍ବର ଓ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଗାନ କରିବାକୁ ସରକାର ଆଇନ୍ ଆଣିବାକୁ ଅନୁରୋଧ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରଫେସର ଅନିତା ପଣ୍ଡା ଯୋଗଦେଇ କାନ୍ତକବିଙ୍କ ସାହିତ୍ୟରେ ସାମାଜିକ ଜୀବନର ଚିନ୍ତନ ପ୍ରତିଫଳିତ ବୋଲି କହିଥିଲେ। ସେଥିପାଇଁ ସେ ସର୍ବଦା ଆଦରଣୀୟ ଓ ଚିର ସ୍ମରଣୀୟ ବୋଲି କହିଥିଲେ । ବିଶିଷ୍ଟ ସାହିତ୍ୟିକ ଉଦୟନ ସୁପକାର ମୁଖ୍ୟ ବକ୍ତା ଭାବେ ଯୋଗଦେଇ କାନ୍ତ କବିଙ୍କ ବାଲ୍ୟ ଓ କିଶୋର ଜୀବନ ସହିତ ତାଙ୍କ ରଚନା ଗୁଡିକୁ ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ କାନ୍ତ କବିଙ୍କ ନାତି ତଥା ବିଶିଷ୍ଟ ସ୍ତମ୍ଭକାର ଗୁରୁ କଲ୍ୟାଣ ମହାପାତ୍ର ‘ ବନ୍ଦେ ଉତ୍କଳ ଜନନୀ ‘ ର ମୁଳ ରଚନା ଏବଂ ଏବେକାର ‘ବନ୍ଦେ ଉତ୍କଳ’ ମଧ୍ୟରେ କେତେକ ଶବ୍ଦଗତ ପାର୍ଥକ୍ୟ ପରିଲିଖିତ ହୁଏ ବୋଲି କହିଥିଲେ। ସଭାକୁ ସହ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ ପରିଚାଳନା କରିଥିଲା ବେଳେ, ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ରାଜକୁମାରୀ ଦେବୀ, ସୁଶ୍ରୀ ସୁଚିତ୍ରା ମହାପାତ୍ର ଓ ସାଥି କଳାକାରମାନେ କାନ୍ତ କବିଙ୍କ କବିତା ଗାନ କରିଥିଲେ। ସଂଘର କର୍ମକର୍ତ୍ତା ନିତ୍ୟାନନ୍ଦ ବିଶ୍ୱାଳ, ଶ୍ରୀବତ୍ସ କୁଅଁର, ଅମୂଲ୍ୟ ସେଠୀ, ପ୍ରଫୁଲ୍ଲ ଦାସ, କମଳାକାନ୍ତ ପତି, ଶ୍ରୀପତି ଶୁକ୍ଳା, ବିରେନ୍ଦ୍ର ଭଞ୍ଜ, କୁଳମଣି ଓଝା, ବଳରାମ ମଲ୍ଲିକ, ନିତ୍ୟାନନ୍ଦ ଓଝା, ଉମେଶ ନାୟକ, କରୁଣାକର ମହାରଣା, ନିରୁପମା ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀ ଯୋଗଦାନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜଳେଶ୍ଵର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବିଶ୍ବ ହେପାଟାଇଟିସ୍ ଦିବସ ପାଳିତ 

Sunil Chandra Nayak

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ ନୋଟ

Sunil Chandra Nayak

ମସିହା NEWS ର ମହାପ୍ରଭାବ , ଖବର ପ୍ରକାଶ ପରେ, କଙ୍କଡ଼ାହାଡ଼ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧିକାରୀଣି ସୋପାନ ଟଙ୍କା ହେରେଫେର ବାବଦରେ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

Sunil Chandra Nayak

Leave a Comment

error: Content is protected !!