ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜି ଡି ଏସ୍ ମାନଙ୍କ ଅନିର୍ଦ୍ଧିଷ୍ଟ କାଳ ଧର୍ମଘଟ 

ଜି ଡି ଏସ୍ ମାନଙ୍କ ଅନିର୍ଦ୍ଧିଷ୍ଟ କାଳ ଧର୍ମଘଟ 

ଡାବୁଗାଁ,୧୨/୧୨ (ମ.ନି.ସ.)- ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ, ନେସନାଲ ୟୁନିଅନ ଗ୍ରାମୀଣ ଡାକ ସେବକ,କୋରାପୁଟ ଡିଭିଜିନାଲ ବ୍ରାଞ୍ଚ, ଜୟପୁର ସଭାପତି ଦେବରାଜ ଦାସ, ସମ୍ପାଦକ ରାଜେନ୍ଦ୍ର ସାହୁ ଓ ସହଦେବ ହରିଜନ ଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ଉପ ଡାକଘର ଅଧୀନ ସମସ୍ତ ଗ୍ରାମୀଣ ଡାକ ସେବକ ମାନେ ମଙ୍ଗଳବାର ସକାଳ ୯ ଘଣ୍ଟା ୩୦ ମିନିଟ ଠାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଉପ ଡାକଘର ସମ୍ମୁଖ ରେ ୩ ଦଫା ଦାବୀ ନେଇ ଧର୍ମଘଟ ଆରମ୍ଭ କରିଛନ୍ତି l ଉକ୍ତ ଦାବୀ ମଧ୍ୟରେ କମିଶନ ଦେଇ ଜି ଡି ଏସ୍ ମାନଙ୍କ ଦ୍ଵାରା ଯେଉଁ କାର୍ଯ୍ୟ କରାଯାଉଛି, ତାହା ବନ୍ଦ କରି ସେହି କାର୍ଯ୍ୟକୁ କାର୍ଯ୍ୟଭାରରେ ନେଇ କାର୍ଯ୍ୟ ସମୟ ୮ ଘଣ୍ଟା କରାଯାଇ ସମସ୍ତ ସୁବିଧା ଦିଆଯାଉ ଓ ପେନସନ୍ ଲାଗୁ କରାଯାଉ, କମଲେଶ ଚନ୍ଦ୍ରା କମିଟି ସୁପାରିସ କରିଥିବା ସମସ୍ତ ସକରାତ୍ମକ ରିପୋର୍ଟକୁ ମାନି ନିଆଯଉ ଯେପରି ପ୍ରତି ୧୨ ବର୍ଷରେ ଦୁଇଟି ଇନକ୍ରିମେଣ୍ଟ ଦେବା କଥା ତାହା ଦିଆଯାଉ, ଗ୍ରୁପ ଇନସ୍ୟୁରାନ୍ସ କୁ ୫ ଲକ୍ଷକୁ ବୃଦ୍ଧି କରିବା, ଗ୍ରେଚୁଟି ମୂଲ୍ୟ ୫ ଲକ୍ଷକୁ ବୃଦ୍ଧି, ୧୮୦ ଦିନ ଛୁଟିକୁ ଗଚ୍ଛିତ ରଖି ଅବସର ସମୟରେ ତାହାର ମୂଲ୍ୟ ପ୍ରଦାନ କରିବା, ଜି ଡି ଏସ୍ ଓ ତାଙ୍କ ପରିବାରକୁ ମେଡିକାଲ ସୁବିଧା ପାଇଁ ୫ଲକ୍ଷ ଟଙ୍କା ଇତ୍ୟାଦି କୁ ଶୀଘ୍ର ଲାଗୁ କରିବା । ଟାର୍ଗେଟ ନାମରେ ଜି ଡି ଏସ୍ ମାନଙ୍କୁ ହାରାସମେଣ୍ଟ ନ କରିବା, ଏପରି ତିନି ଦଫା ଦାବୀ ରଖି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରାଯାଉଛି l ଯଦି ସମସ୍ୟାର ସମାଧାନ ନ ହୁଏ, ତେବେ ଅନିର୍ଦ୍ଦିଶ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଚାଲୁରହିବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି lଉକ୍ତ ଧର୍ମଘଟରେ ରଜନୀକାନ୍ତ ପାଢୀ, ମହେନ୍ଦ୍ର କୁମାର ପଣ୍ଡା, ଜଳନ୍ଧର ମାଝୀ, ହର୍ସମଣି ହରିଜନ, ପ୍ରଭାତୀ ପୂଜାରୀ, ବାସନ୍ତୀ ପାଙ୍ଗି, ପ୍ରଫୁଲ୍ଲ କୁମାର ବ୍ରହ୍ମା, ଦୋଳଗୋବିନ୍ଦ ପ୍ରଧାନ, ଜିତେନ୍ଦ୍ର ମାଝୀ, କୃଷ୍ଣ ଚନ୍ଦ୍ର ଚାଲାଣ, ପିତାମ୍ବର ଭତ୍ରl, ଦେଉଳ ନାୟକ ପ୍ରମୂଖଙ୍କ ସମେତ ପ୍ରାୟ ୪୦ ଜଣ ଉପସ୍ଥିତ ରହି ଆନ୍ଦୋଳନରେ ସହଯୋଗ କରିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡ଼ା ଙ୍କ ରିପୋର୍ଟ

Related posts

କୃଷି ସହ ଜଡ଼ିତ ଓଡ଼ିଆଙ୍କ କୃଷି ଦିବସ , ଧର୍ମଗଡ ବ୍ଲକ ଡ଼ୁମେରଗୁଡା ପଞ୍ଚାୟତ କେରମୁଣ୍ଡା ଗ୍ରାମ ଠାରେ ଅକ୍ଷୟ ତୃତୀୟା

Sunil Chandra Nayak

ଅନ୍ବେଷା ର ୧୧୨ତମ ସାମୁହିକ ଜନ୍ମଉତ୍ସବ ପାଳନ 

masiha

ଫାର୍ମାସିଷ୍ଟ ସଙ୍ଘ ର 5 ଦଫା ଦାବୀ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!