ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଲଟିଲା ମାଲ୍ ବୋଝେଇ ଟ୍ରକ

ଓଲଟିଲା ମାଲ୍ ବୋଝେଇ ଟ୍ରକ

ବାଲେଶ୍ଵର,୧୩/୧୨/୨୩ – ରାଣିତାଲ – ଧୋବାଗଡିଆ ରାସ୍ତାରେ ଘଟିଛି ଦୁର୍ଘଟଣା, ହୋଇନି କାହାରି କ୍ଷତି । ଖବର ସଂଗ୍ରହରୁ ଜଣାଯାଇଛି କି ଆଜି ଅପରାହ୍ନରେ କୁପାରି ଖଣି ଅଞ୍ଚଳରୁ ଟ୍ରକଟି ଖଣିଜ ପଦାର୍ଥ ବୋଝେଇ କରି ରାଣିତାଲ ଆଡକୁ ଦୃତ ଗତିରେ ଯାଉଥିଲା । କୌଣସି କାରଣରୁ ଭାରସାମ୍ୟ ହରାଇ ପାଣିଛତ୍ର ଓ ଡୁଙ୍ଗୁରା ମଝିରେ ଥିବା ଭୀମନାଥପୁର ଛକ ନିକଟରେ ଓଲଟି ପଡିଥିଲା । ଶଦ୍ଦ ଶୁଣି ସ୍ଥାନୀୟ ଲୋକେ ଦେଖିବା ପାଇଁ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ । ଯଦିଓ ଏହି ଘଟଣାରେ କୌଣସି ପଥଚାରୀ କିମ୍ବା ପାଦରେ ଚାଲି ଚାଲି ଯାଉଥିବା ଲୋକଙ୍କର କ୍ଷତି ହୋଇନାହିଁ, ହେଲେ ଟ୍ରକଟରେ ଥିବା ଖଣିଜ ପଦାର୍ଥ ଏଣେତେଣେ ବିଛୁରିତ ହୋଇ ପଡିଥିବାର ଦେଖାଯାଇଥିଲା । ଖବରପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକଟିକୁ ଜବଦ କରି ଦୁର୍ଘଟଣାର କାରଣ ବିଷୟରେ ତଦନ୍ତ ଆରମ୍ଭ କରିଛି । ଏତେ ଚଉଡା ଓ ଫାଙ୍କା ରାସ୍ତାରେ ଟ୍ରକଟି ଓଲଟି ପଡିବାର କାରଣ ଦୃତଗତି ଯୋଗୁଁ ହୋଇଥାଇ ପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚଳିତ ମାସ 13ତାରିଖରେ ରାୟଗଡl ଜିଲ୍ଲାରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

ଜନମଂଗଳ, ରାସୋଳ ତରଫରୁ ବଣଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ପ୍ରାଥମିକ ଶିକ୍ଷକଙ୍କ ଧାରଣା

masiha

Leave a Comment

error: Content is protected !!