ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଲଟିଲା ମାଲ୍ ବୋଝେଇ ଟ୍ରକ

ଓଲଟିଲା ମାଲ୍ ବୋଝେଇ ଟ୍ରକ

ବାଲେଶ୍ଵର,୧୩/୧୨/୨୩ – ରାଣିତାଲ – ଧୋବାଗଡିଆ ରାସ୍ତାରେ ଘଟିଛି ଦୁର୍ଘଟଣା, ହୋଇନି କାହାରି କ୍ଷତି । ଖବର ସଂଗ୍ରହରୁ ଜଣାଯାଇଛି କି ଆଜି ଅପରାହ୍ନରେ କୁପାରି ଖଣି ଅଞ୍ଚଳରୁ ଟ୍ରକଟି ଖଣିଜ ପଦାର୍ଥ ବୋଝେଇ କରି ରାଣିତାଲ ଆଡକୁ ଦୃତ ଗତିରେ ଯାଉଥିଲା । କୌଣସି କାରଣରୁ ଭାରସାମ୍ୟ ହରାଇ ପାଣିଛତ୍ର ଓ ଡୁଙ୍ଗୁରା ମଝିରେ ଥିବା ଭୀମନାଥପୁର ଛକ ନିକଟରେ ଓଲଟି ପଡିଥିଲା । ଶଦ୍ଦ ଶୁଣି ସ୍ଥାନୀୟ ଲୋକେ ଦେଖିବା ପାଇଁ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ । ଯଦିଓ ଏହି ଘଟଣାରେ କୌଣସି ପଥଚାରୀ କିମ୍ବା ପାଦରେ ଚାଲି ଚାଲି ଯାଉଥିବା ଲୋକଙ୍କର କ୍ଷତି ହୋଇନାହିଁ, ହେଲେ ଟ୍ରକଟରେ ଥିବା ଖଣିଜ ପଦାର୍ଥ ଏଣେତେଣେ ବିଛୁରିତ ହୋଇ ପଡିଥିବାର ଦେଖାଯାଇଥିଲା । ଖବରପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକଟିକୁ ଜବଦ କରି ଦୁର୍ଘଟଣାର କାରଣ ବିଷୟରେ ତଦନ୍ତ ଆରମ୍ଭ କରିଛି । ଏତେ ଚଉଡା ଓ ଫାଙ୍କା ରାସ୍ତାରେ ଟ୍ରକଟି ଓଲଟି ପଡିବାର କାରଣ ଦୃତଗତି ଯୋଗୁଁ ହୋଇଥାଇ ପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାଇକ୍ କୁ ପଛରୁ ପିଟିଲା ବସ୍ ; ବାଇକ ଚାଳକ ଅତି ଗୁରୁତର ନେଇ ଉତ୍ୟକ୍ତ ଲୋକଙ୍କ ଦ୍ବାରା ବସ୍ ପୋଡ଼ି

Sunil Chandra Nayak

ରାଇରଙ୍ଗପୁରରେ ଆସନ୍ତା ସାଧାରଣ ନିର୍ବାଚନ ଉପଲକ୍ଷେ ସମ୍ବେଦନଶୀଳ ବୁଥ୍ ଚିହ୍ନଟ ନେଇ ପ୍ରସ୍ତୁତି ବୈଠକ

masiha

ବନ୍ଧୁଗାଁ ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ

masiha

Leave a Comment

error: Content is protected !!