ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୀମକେଲା ଠାରେ ଧାନ ଉପମଣ୍ଡି ଉଦଘାଟିତ

ଭୀମକେଲା ଠାରେ ଧାନ ଉପମଣ୍ଡି ଉଦଘାଟିତ

ନର୍ଲା (ମନିସ)କଳାହାଣ୍ଡି ଜିଲ୍ଲା ଭାନପୁର ପ୍ରାଥମିକ କୃଷି ସମବାୟ ସମିତି ଅନ୍ତର୍ଗତ ଭୀମକେଲା ଠାରେ ବୁଧବାର ଦିନ ଏକ ଧାନ ଉପମଣ୍ଡି ଉଦଘାଟିତ ହୋଇଯାଇଛି। ଏଥିରେ ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଭାନପୁର ପେକ୍ସ ସଭାପତି ଯତୀନ୍ଦ୍ର ପଧାନ, ସ୍ଥାନୀୟ ସରପଞ୍ଚ ଜାନକୀ ଗଉଡ, ଭୀମକେଲା ଗ୍ରାମ ପଞ୍ଚାୟତ ସମିତି ସଭ୍ୟା, ଆରଏମସି କର୍ମଚାରୀ ଗୁଣନିଧି କରୁଆଁ, ଭାନପୁର ପେକ୍ସର କାର୍ଯ୍ୟ ନିର୍ବାହୀ ସୁଧିର ନାଏକ, ଜୟନ୍ତ ଗଉଡ, ଭୁବନେଶ୍ୱର କରୁଆଁ, ସୁନୀଲ ଶର୍ମା, ଶରତ ନାଏକ,ଥବିର ପାତ୍ର, ମୋତି ରଂଜନ ସାହୁ,ନିଲେଶ ଭୋଇ,ସଦାନନ୍ଦ ସୁନା ପ୍ରମୁଖ ସହ ଅନେକ ଚାଷୀ ଉପସ୍ଥିତ ଥିଲେ। ଏହି ଉପମଣ୍ଡିଟି ସପ୍ତାହର ରବିବାର ଓ ସୋମବାର ଦିନ ମାନଙ୍କରେ ଧାନ କ୍ରୟ ସକାଶେ ଉଦ୍ଦିଷ୍ଟ ଥିବା ବେଳେ ପ୍ରଥମ ଦିନରେ ଚାଷୀ ଶମ୍ଭୁ ଭୋଇ, ବିରେନ୍ଦ୍ର ଭୋଇ,ସୁରେଶ ନାଏକଙ୍କ ଠାରୁ ଧାନ କ୍ରୟ ହୋଇଥିଲା।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ମାଟିର ସ୍ୱର ଇ – ପତ୍ରିକା ଉନ୍ମୋଚନ ଉତ୍ସବ 

Sunil Chandra Nayak

ଦାସୀଗାଁ ରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ

Sunil Chandra Nayak

ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା ବାଗ ଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!