ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଡାକ ସେବକ ସଂଘର ଧାରଣା ଓ ପ୍ରତିବାଦ

ରାଇରଙ୍ଗପୁର ଡାକମଣ୍ଡଳ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଡାକ ସେବକ ସଂଘର ଧାରଣା ଓ ପ୍ରତିବାଦ

 ମୟୂରଭଞ୍ଜ – ୧୪/୧୨ ( ମସିହା)ଦେଶର ପ୍ରଗତି ପଥରେ ଡାକ କର୍ମଚାରୀଙ୍କ ଭୂମିକା ଅନନ୍ୟ ।ଦୁଇଶହ ବର୍ଷରୁ ଉର୍ଦ୍ଧ୍ବ ଇଂରେଜ ଅମଳରୁ ଆଜି ପର୍ଯ୍ୟନ୍ତ ଡାକ କର୍ମଚାରୀଙ୍କ ତ୍ୟାଗ, ଅବଦାନ, କାର୍ଯ୍ୟ ଦକ୍ଷତା ଅବର୍ଣ୍ଣନୀୟ ।

 ଅଲ୍ ଇଣ୍ଡିଆ ଗ୍ରାମୀଣ ଡାକ ସେବକ ସଂଘର ଆହ୍ବାନ କ୍ରମେ ରାଇରଙ୍ଗପୁର ଡାକମଣ୍ଡଳ ଅଧୀନସ୍ଥ ୨୬୮ ଟି ଗ୍ରାମୀଣ ଡାକଘରର କାର୍ଯ୍ୟରତ ଡାକ ସେବକମାନେ ୫ ଦଫା ଦାବି ନେଇ ରାଇରଙ୍ଗପୁର ଡାକମଣ୍ଡର ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୧୨ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଓ ପ୍ରତିବାଦ ତଥା କାର୍ଯ୍ୟ ଵନ୍ଦ କରିଛନ୍ତି ।ଫଳରେ ରାଇରଙ୍ଗପୁର ସମେତ ସମଗ୍ର ଭାରତରେ ଡାକ ବିଭାଗ ସମ୍ପର୍କିତ ସମସ୍ତ ସେବା ଓ କାର୍ଯ୍ୟରେ ବ୍ୟାଘାତ ସ୍ତୃଷ୍ଟି ହୋଇଛି ।ସଂଘର ଦାବି ଗୁଡ଼ିକ : ଗ୍ରାମୀଣ ଡାକ ସେବକଙ୍କ ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୪ ଘଣ୍ଟାରୁ ୮ ଘଣ୍ଟା ଡ୍ଯୁଟି, ପ୍ରତି ୧୨ ବର୍ଷ ରେ ଆର୍ଥିକ ପଦୋନ୍ନତି ଦେଵା ସୁପାରିଶ ଶିଘ୍ର ଲାଗୁ କରାଯାଉ,, ସମସ୍ତ ଡାକ ସେବକଙ୍କୁ ୫ ଲକ୍ଷ ମାଗଣା ସ୍ବାସ୍ଥ୍ୟ ବୀମା, ପେନସନ,ଗ୍ରାଚ୍ଯୁଟି ପ୍ରଦାନ,ସେଭେରାନ୍ସ ଆଲଆଉନ୍ସ ପ୍ରଦାନ, ଟାର୍ଗେଟ ନାମରେ ଅଧିକାରୀମାନଙ୍କ ଜୁଲମ ବନ୍ଦ କରାଯାଉ ଇତ୍ୟାଦି ଦାବି ରଖି ଧର୍ମଘଟ ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ସେମାନଙ୍କ ଦାବିପ୍ରତି ତଥା ସେମାନଙ୍କ ଧାର୍ଯ୍ୟ ଦାବି ପ୍ରତି ଅଣ ଦେଖା କରୁଥିବାରୁ ସେମାନେ ଧାରଣାରେ ବସିଛନ୍ତି ।ଆଗାମୀ ଦିନରେ କେନ୍ଦ୍ର ସରକାର ଯଦି ସେମାନଙ୍କ ନ୍ଯାୟଚିତ ଦାବି ପ୍ରତି ସମାଧାନ ନ କରନ୍ତି ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଗଣମାଧ୍ୟମ ସମ୍ମୁଖରେ ନେତୃବୃନ୍ଦ କହିଥିଲେ ।ଏହି ଆନ୍ଦୋଳନରେ ଏନଏଫପିଇ ସଂପାଦକ ବେଣୁଧର ମହାନ୍ତ,ମଣ୍ଡଳ ସଂପାଦକ ଅର୍ଜୁନ ମହାନ୍ତ,ରସାନନ୍ଦ ବେହେରା,,ରବି ବଲ୍ଲଭ ନାଏକ,,ଲିନା ପୂର୍ତ୍ତି,କାପୁରଂକ ମାରାଣ୍ଡି,ଚିତା ହାଁସଦା, ସ୍ବରାଜ ମହାନ୍ତ,ସୁଧନ୍ଯା ପରମାଣିକ, ଲୋହିତ ମହାନ୍ତ, ଅନ୍ତର୍ଯ୍ୟାମୀ ଵେଶ୍ରା,ଡମାନ ମୁର୍ମୁ,ସପନ ମହାନ୍ତ,କାହ୍ନୁ ମାଝୀ,ଯଶୋଦା ମହାନ୍ତ,ଶଶ୍ମିତା ନାଏକ,ଦୁଖୁରାମ ମୁର୍ମୁ, ଧରଣୀଧର ମହାନ୍ତ, ସୁନନ୍ଦା ସେଠୀ ଏବଂ ଅନ୍ୟମାନେ ସାମିଲ ହୋଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜାତୀୟ ମତଦାନ ଦିବସ ପାଳିତ

Sunil Chandra Nayak

ବନବିଭାଗ ତରଫରୁ ପ୍ରାଣୀ ଚିକିତ୍ସା ଶିବିର

Sunil Chandra Nayak

ବିଳରେ ରହିଛି ଧାନ ବର୍ଷା କୁ ଦେଖି ଚାଷୀ ଙ୍କ ଚିନ୍ତା 

masiha

Leave a Comment

error: Content is protected !!