ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣା ରେ ୪ ଆହତ.,କାର ଓ ହାଇୱା ମଧ୍ୟରେ ମୁହାଁ ମୁଁହି ଧକ୍କା

ଦୁର୍ଘଟଣା ରେ ୪ ଆହତ.,କାର ଓ ହାଇୱା ମଧ୍ୟରେ ମୁହାଁ ମୁଁହି ଧକ୍କା

ବନ୍ଧୁଗାଁ ତା,୧୩/୧୨/୨୩,  ଲକ୍ଷ୍ମୀପୂର ଟିମା ଝଲା ନିକଟ ୩୨୬ ନମ୍ୱର୍ ଜାତୀୟ ରାଜପଥ ଉପରେ ଆଜି ସକାଳୁ ସକାଳୁ ଏକ କାର୍ ଦୁର୍ଘଟଣାର ଶୀକାର ହୋଇଥିବା ବେଳେ ଭିତରେ ବସିଥିବା ଚାରିଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି।ଆହତ ମାନଙ୍କୁ ସ୍ଥାନୀୟ କିଛି ଯୁବକ ମାନଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତି କରାଯାଇଥିଲା।ସେମାନଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ସମସ୍ତଙ୍କୁ କୋରାପୁଟ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।ପ୍ରାପ୍ତ ସୂଚନା ମୁତାବକ ଭୁବନେଶ୍ୱର ଠାରୁ ଏକ କାର ଯୋଗେ ନବରଙ୍ଗପୁର ଜିଲ୍ଲା ଅଞ୍ଚଳଗୁମାର ଚାରି ଜଣ ଯୁବକ ଶିବରାମ ଆଚାର୍ଯ୍ୟ, ଦୀନେଶ ମିଶ୍ର, ବିମଳ ଚୌଧୁରୀ,ସୁଧିର ସାହୁ ନିଜ ଘରକୁ ଫେରୁଥିଲେ।ଆଜି ସକାଳ ପ୍ରାୟ ଛଅଟା ବେଳେ ଲକ୍ଷ୍ମୀପୁର ଠାରୁ ସାତ କିଲୋମିଟର ଦୂର ଟିମାଝଲା ଛକ ନିକଟରେ ପ୍ରବଳ କୁହୁଡ଼ିରେ ରାସ୍ତା ଦିଶୁ ନଥିବାରୁ ସାମନା ପଟରୁ ଆସୁଥିବା ଏକ ହାଇୱା ସହ ଜାଇ ଧକା ହୋଇଥିଲା।ଏନେଇ ଲକ୍ଷ୍ମୀପୁର ଥାନାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କହିଛି।ଘନ କୁହୁଡି ପାଇଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଚି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିଲା ଟିପିଏସ୍ଓଡିଏଲ୍ – ୮୦୦୦ ଉପଭୋକ୍ତା ଉପକୃତ

Sunil Chandra Nayak

ଗୋପବନ୍ଧୁ ପାଠାଗାରର ଦ୍ବାବିଂଶତମ ଦ୍ବିଦିବସୀୟ ବାର୍ଷିକ ଉତ୍ସବ ଉଦଯାପିତ

Sunil Chandra Nayak

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଏନ ଏସ ଏସ ବ୍ୟୁରୋର ସଫଳତା

Leave a Comment

error: Content is protected !!