ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଆର ଆଇ ଅଫିସ ଆଗରେ ବିକ୍ଷୋଭ ଓ ଦାବିପତ୍ର ଦେଲେ ଭାଜପା ନେତା

ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଆର ଆଇ ଅଫିସ ଆଗରେ ବିକ୍ଷୋଭ ଓ ଦାବିପତ୍ର ଦେଲେ ଭାଜପା ନେତା

କୋକସରା, ୧୫/୧୨ // ଓଡିଶା ବିଜେଡି ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, ପିସି କାରବାର, କୃଷକ ମାରଣ ନୀତି, ଅସାଧୁ ମଦ ବ୍ୟବସାୟୀଙ୍କୁ ପ୍ରୋତ୍ସାହିତ କରି ଅର୍ଥ ଠୁଳ, ମହିଳା ହିଂସା, ବେରୋଜଗାରୀ, ବିଦ୍ୟୁତ ଦର ନିୟନ୍ତ୍ରଣରେ ବିଫଳତା ସହ ଟାଟା ପାୱାର କମ୍ପାନୀକୁ ଅନୁକମ୍ପା, ବିପର୍ଯ୍ୟସ୍ତ ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟୟ, ଆଵାସ ଯୋଜନାରେ ଅନିୟମିତତା, ପିଡ଼ିଏସ ଓ ଶିଶୁ ଖାଦ୍ୟରେ ଦୁର୍ନୀତି ଭଳି ଅଭିଯୋଗ ହୋଇଛି । ଏନେଇ ଭାଜପା ପକ୍ଷରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ମଣ୍ଡଳ ଡ଼ହଗାଁ ରାଜସ୍ୱ ନିରୀକ୍ଷକଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିଛନ୍ତି। ମୋଟେର ମଣ୍ଡଳ ସଭାପତି ସ୍ଵୟମ୍ବର ବାଗଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ମୁଖ୍ୟ ବକ୍ତା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ, ସମ୍ମାନିତ ଅତିଥି ଭାବେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ, ବରିଷ୍ଠ ଭାଜପା ନେତା ଜନାର୍ଦ୍ଦନ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର, ମେକ ଇନ ଇଣ୍ଡିଆ ପ୍ରଭାରୀ ବଲାଙ୍ଗୀର ହିମାଂଶୁ ପଣ୍ଡା, ମନୋଜ କୁମାର ମେହେର, ଭାଜପା ରାଜ୍ୟ ନେତ୍ରୀ କୁନ୍ତି ପାଳ, ପୂର୍ବତନ ଜିଲ୍ଲା ପରିଷଦ ଅମୋଜ କୁମାର ପଣ୍ଡା ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମଞ୍ଚ ପରିଚାଳନା ଯୁବନେତା ସୁଜିତ ସିଂ ରାଜପୁତ କରିଥିଲେ । ସ୍ଥାନୀୟ ଡ଼ହଗାଁ ଆର.ଆଇ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ପରେ ଜିଲ୍ଲା ଭାଜପା ସଭାପତି ସମେତ ଅନ୍ୟ ନେତୃବୃନ୍ଦ ଡ଼ହଗାଁ ଧାନ ମଣ୍ଡି ପରିଦର୍ଶନ କରି ସ୍ଥାନୀୟ ଚାଷିଙ୍କ ସହ ମଣ୍ଡିରେ ଧାନ ବିକ୍ରି ନେଇ ଆଲୋଚନା କରିଥିଲେ। ଚାଷି ମାନେ କ୍ୱିଣ୍ଟାଲ ପିଛା ୫ କେଜି କଟନୀରେ ମଣ୍ଡିରେ ଧାନ ଉଠାଣ ଅଭିଯୋଗ ସହ ମଣ୍ଡିରେ ଚାଷୀଙ୍କ ପାଇଁ ସେଡ଼ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ଦାବି କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

କଂଗ୍ରେସରେ ମିଶିଲେ ଶତାଧିକ ଯୁବକ 

Sunil Chandra Nayak

ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗରେ ବିଶାଳ ମହିଳା ଆକ୍ରୋଶ ମଶାଲ ଶୋଭାଯାତ୍ରା

Sunil Chandra Nayak

ନର୍ଲା ସ୍ଥିତ ଡାକ ବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ

Sunil Chandra Nayak

Leave a Comment

error: Content is protected !!