ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ ଚକତଳେ ପଡି ଶଶୁର ଜ୍ୱାଇଁ ମୃତ 

ଟ୍ରକ ଚକତଳେ ପଡି ଶଶୁର ଜ୍ୱାଇଁ ମୃତ 

ରାଇଘର -ରାଇଘର ସଦର ମହକୁମା ଡି ଏନ କେ ପୋଷ୍ଟ ଅଫିସ ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବକୁ ମିଳିଛି। ଖବର ନେବାର ଜଣାଯାଇଛି ଯେ ଏକ ନୂତନ ଟ୍ରକ ମହାରାଷ୍ଟ ପୁନା ରୁ ଓଡିଶା ଜୟପୁର ଯାଉଥିବା ସମୟରେ ରାଇଘର ପୋଷ୍ଟ ଅଫିସ ସାମ୍ନା ରେ ସି ଜି ୦୪ କେ ପି ୯୦୩୧ ବାଇକ୍ ଯୋଗେ ଚାହା ପି ଜ୍ୱାଇଁ ଲଖମନ ଜାନି ଓ ଶଶୁର ବଳି ଜାନି ଦୁହେଁ ମିଶି ସମ୍ପର୍କୀୟ ର ମୃତ୍ୟୁ ଖବର ପାଇ ଯିବା ସମୟରେ ଟ୍ରକ ଅତିକ୍ରମ କରିବା ସମୟରେ ପଛ ଚକ ତଳେ ପଡିଯାଇଥିଲେ |ଯାହା ଫଳରେ ଘଟଣସ୍ଥଳରେ ମୁଣ୍ଡ ଉପରେ ଚକା ଚଡ଼ିଯିବା ପରେ ଶଶୁର ର ଘଟଣା ସ୍ଥଳରେ ମୃତୁ ହୋଇଯାଇଥିବା ବେଳେ ଜ୍ୱାଇଁ ର ଅଣ୍ଟା ଉପରେ ଚଢ଼ି ଯିବାରୁ ତାକୁ ସାଙ୍ଗେ ସାଙ୍ଗେ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରଯାଇଥିଲା ସେଠାରେ ଡକ୍ଟର ମୃତ ଘୋଷଣା କରିଥିବବେଳେ ଘଟଣା ସ୍ଥଳରୁ ଗାଡି ଡ୍ରାଇଭର ଭୟଭିତ ହୋଈ ପେଟ୍ରୋଲ ପମ୍ପ ରେ ଯାଇ ଆଶ୍ରୟ ନେଇଥିଲା।ଖବର ପାଈ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଡ୍ରାଇଭର ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି |ପ୍ରକାଶ ଥାଉକି ଲଖମନ ର ଘର ମୁଣ୍ଡିବେଡା ପଞ୍ଚାୟତ ର ଭିମାଟିକିରା ଓ ବଳି ଘର ଗଞ୍ଜପାର ପଞ୍ଚାୟତ ମାରାଙ୍ଗପଲ୍ଲୀ ଗ୍ରାମରେ ବୋଲି ଜଣା ପଡିଛି |କେସ ନୋ ୨୧୬/୨୩ ରେ ରୂଜୁ କରିବା ସହ ସବ ବ୍ୟବଛେଦ ପରେ ପରିବାର କୁ ହସ୍ତାନ୍ତର କରିଥିବା ବେଳେ ଦୁର୍ଘଟଣା ଘଟିଥିବା ନୁଆ ଟ୍ରକ ରାଇଘର ଥାନା ରେ ଅଟକ ରହିଥିବା ଜଣାପଡ଼ିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

masiha

ବିଂଝାରପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

masiha

ଓ ଟି ଇ ଟି ପରୀକ୍ଷା ଦେଲେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ଙ୍କ ସ୍ତ୍ରୀ ଓ ନବରଙ୍ଗପୁର ବିଧାୟକଙ୍କ ସ୍ତ୍ରୀ 

Sunil Chandra Nayak

Leave a Comment

error: Content is protected !!