ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

ବାଲେଶ୍ଵର,୧୭/୧୨/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ଖଇରା ସ୍ଥିତ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ମହେନ୍ଦ୍ର ପ୍ରସାଦ କବିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପେନସନରସ୍ ଦିବସ ପାଳନ କରାଯାଇଥିଲା । ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ଧୂପ, ପୁଷ୍ପ ଓ ଦୀପ ପ୍ରଜ୍ଜ୍ବଳନ ପରେ ସଭାପତି ଶ୍ରୀ କବି ସଭାକାର୍ଯ୍ଯ ଆଗେଇ ନେଇ ପେନସନ୍ ଦିବସର ତାତ୍ପର୍ଯ୍ୟ ବିଷୟରେ ବୁଝାଇ ଥିଲେ । ଉପଦେଷ୍ଟା ଅନ୍ତର୍ଯ୍ୟାମୀ ପାତ୍ର, ଉପସଭାପତି କମଳ ଲୋଚନ ଜେନା, ସଂଗଠନ ସମ୍ପାଦକ ଅଭିମନ୍ୟୁ ନାୟକ, ଦୀନବନ୍ଧୁ ଦାଶ, ପଦ୍ମଲୋଚନ ଦାସ, ଗୟାଧର ଜେନା, କୈଳାସ ଚନ୍ଦ୍ର ବେହେରା ଓ ସମ୍ପାଦକ ଅରୁଣ କୁମାର ସ୍ବାଇଁ ବକ୍ତବ୍ୟ ରଖିଥିଲେ । କୋଷାଧ୍ୟକ୍ଷ ପଦ୍ମନାଭ ପଣ୍ଡାଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭା ସାଙ୍ଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତହସିଲଦାରଙ୍କୁ ମଦ୍ୟପ ଶିକ୍ଷକଙ୍କ ଦୁର୍ବ୍ୟବହାର ଅଭିଯୋଗ

masiha

ୟୁଏସ୍ଆଇ ସଂଗଠନ ପକ୍ଷରୁ ଜଳଛତ୍ରର ବ୍ୟବସ୍ଥା, ଦହି ସରବତ ପିଆଇ ଉଦ୍ଘାଟନ

Sunil Chandra Nayak

କୋକସରା ବ୍ଲକରେ ଭାରତ ବନ୍ଦର ପ୍ରଭାବ, ଅଖଚକ ବନ୍ଦ, ଜନ ଜୀବନ ପ୍ରଭାବିତ

masiha

Leave a Comment

error: Content is protected !!