ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

ବାଲେଶ୍ଵର,୧୭/୧୨/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ଖଇରା ସ୍ଥିତ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ମହେନ୍ଦ୍ର ପ୍ରସାଦ କବିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପେନସନରସ୍ ଦିବସ ପାଳନ କରାଯାଇଥିଲା । ଜଗତରନାଥ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ଧୂପ, ପୁଷ୍ପ ଓ ଦୀପ ପ୍ରଜ୍ଜ୍ବଳନ ପରେ ସଭାପତି ଶ୍ରୀ କବି ସଭାକାର୍ଯ୍ଯ ଆଗେଇ ନେଇ ପେନସନ୍ ଦିବସର ତାତ୍ପର୍ଯ୍ୟ ବିଷୟରେ ବୁଝାଇ ଥିଲେ । ଉପଦେଷ୍ଟା ଅନ୍ତର୍ଯ୍ୟାମୀ ପାତ୍ର, ଉପସଭାପତି କମଳ ଲୋଚନ ଜେନା, ସଂଗଠନ ସମ୍ପାଦକ ଅଭିମନ୍ୟୁ ନାୟକ, ଦୀନବନ୍ଧୁ ଦାଶ, ପଦ୍ମଲୋଚନ ଦାସ, ଗୟାଧର ଜେନା, କୈଳାସ ଚନ୍ଦ୍ର ବେହେରା ଓ ସମ୍ପାଦକ ଅରୁଣ କୁମାର ସ୍ବାଇଁ ବକ୍ତବ୍ୟ ରଖିଥିଲେ । କୋଷାଧ୍ୟକ୍ଷ ପଦ୍ମନାଭ ପଣ୍ଡାଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭା ସାଙ୍ଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପ୍ରଗତି ଉତ୍କଳ ସଂଘ ଦ୍ଵାରା  ଜନସ୍ବାସ୍ଥ୍ୟ ସଚେତନତା ଶିବିର ଆୟୋଜିତ

Sunil Chandra Nayak

ପହଲଗାଁମ ଆତଙ୍କବାଦ ଘଟଣାରେ ପ୍ରତିବାଦରେ ରାଉରକେଲାରେ ବିକ୍ଷୋଭ ପ୍ରଦର୍ଶନ

masiha

କାମାକ୍ଷାନଗର ମହାବିଦ୍ୟାଳୟର ଜାତୀୟ ସେବା ପକ୍ଷରୁ ‘ମେରା ମାଟି ମେରା ଦେଶ’ ଅମୃତ ମହୋତ୍ସବ ପାଳିତ । ଅବସର ସୈନିକ ଓ ସ୍ଵାଧୀନତା ସଂଗ୍ରାମୀ ପରିବାରଙ୍କୁ ସମ୍ମାନୀତ

masiha

Leave a Comment

error: Content is protected !!