ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ୱତୀ ଶିଶୁମନ୍ଦିର ବ୍ରଜବିହାର ୩୯ ତମ ବାର୍ଷିକ ଉତ୍ସବ ପାଳିତ

ସରସ୍ୱତୀ ଶିଶୁମନ୍ଦିର ବ୍ରଜବିହାର ୩୯ ତମ ବାର୍ଷିକ ଉତ୍ସବ ପାଳିତ

ଜୁନାଗଡ଼,୨୨/୧୨(ମ ନି ସ ) ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରଜବିହାର ଠାରେ ୩୯ତମ ବିର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ କୁଞ୍ଜବିହାରି ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ କେ. ବାଲାଜୀ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ପରିଚାଳକ, କଳାହାଣ୍ଡି, ମୁଖ୍ୟବକ୍ତା ଡମ୍ବରୁ ଧର କର୍ମୀ, ସାମାଜିକ ସମରସତା ପ୍ରମୁଖ, ରାଷ୍ଟ୍ରୀୟ ସ୍ୱୟଂ ସେବକସଂଘ, ବଲାଙ୍ଗୀର, ଦୀନବନ୍ଧୁ ମୁଣ୍ଡ, ସଭାପତି, ବିଦ୍ୟାଳୟ ପରିଚାଳନା କମିଟି ଏବଂ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ମଞ୍ଚ।ସିନ, ରହି ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରି ଉତ୍ସାହିତ କରିଥିଲେ। ପରେ ପ୍ରାରମ୍ଭ ରୁ ଦଶମ ଶ୍ରେଣୀ ଭାଇଭଉଣୀ ଙ୍କୁ ନେଇ ବିଭିନ୍ନ କଳା ଓ ସଂସ୍କୃତିକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ପରିବେଷଣ ହୋଇଥିଲା। । ଏହି ଅବସରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଆର୍ଥିକ ସହାୟତା ରେ ଦୁଇଟି ସ୍ମାର୍ଟ କ୍ଲାସ ଏବଂ ୧୫ଟି କମ୍ପୁଟର ବିଶିଷ୍ଟ କୋଠରୀ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ବିଦ୍ୟାଳୟ ର କୃତୀ ଛାତ୍ର ଛାତ୍ରୀ ତଥା ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ମଞ୍ଚରେ ସମ୍ଭର୍ଦ୍ଧନା ଦିଆଯାଇଥିଲା।ଏହି ସମସ୍ତ କାର୍ଯ୍ୟକ୍ରମକୁ ଗୁରୁମା ବନଶ୍ରୀ ଦାସ ଓ ସୁମତି ମୁଣ୍ଡ ସଂଯୋଜନା କରି ପରିଚାଳନା କରିଥିଲେ। ବିଦ୍ୟାଳୟ ସହ ସମ୍ପାଦକ ମୃତୁଞ୍ଜୟ ପତି ଧନ୍ୟବାଦ ଦେଇଥିଲେ।ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଏବଂ ସେବକ ସେବିକା ପ୍ରମୁଖଙ୍କ ସହଯୋଗରେ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ

Sunil Chandra Nayak

ନୂଆ ଓ’ କ୍ରୀଡ଼ା ମହୋତ୍ସବ ଉଦ୍‌ଯାପିତ

masiha

ଧରାକୋଟ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା,ଚାଷୀ ତରତର

Leave a Comment

error: Content is protected !!