ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗନ୍ନାଥ ସେବା ସମିତି ପକ୍ଷରୁ ମାଗଣା ଚିକିତ୍ସା ଓ ପରାମର୍ଶ ଶିବିର 

ଜଗନ୍ନାଥ ସେବା ସମିତି ପକ୍ଷରୁ ମାଗଣା ଚିକିତ୍ସା ଓ ପରାମର୍ଶ ଶିବିର 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ପକ୍ଷରୁ ମାଗଣା ଚିକିତ୍ସା ଓ ପରାମର୍ଶ ଶିବିର ସ୍ଥାନୀୟ ଶ୍ରୀକୃଷ୍ଣ ଭବନ (ଧର୍ମଶାଳା) ଠାରେ ଆଜି ଆୟୋଜିତ ହୋଇ ଯାଇଛି । ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ ର ସହାୟତା ରେ ଆୟୋଜିତ ଏହି ଚିକିତ୍ସା ଶିବିର ରେ ଛତିଶଗଡ଼ ରାୟପୁର ସ୍ଥିତ ଅଶୋକା ସୁପର ସ୍ପେଶାଲିଟି ହସପିଟାଲ ଓ ରିସର୍ଚ୍ଚ ସେଣ୍ଟର ର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ମୂଖ୍ୟ ଡାକ୍ତର ଏ.ସୁରେଶ କୁମାର , ୟୁରୋଲୋଜିଷ୍ଟ ଡାକ୍ତର ଆକାଶ କୁମାର ଅଗ୍ରୱାଲ , ଭେଷଜ ବିଶେଷଜ୍ଞ ଡାକ୍ତର ମହେଶ ଶର୍ମା , ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅମନ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଚିକିତ୍ସା ଓ ପରାମର୍ଶ ଦେଇ ଥିଲେ । ଜଗନ୍ନାଥ ସେବା ସମିତି ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମ ରେ ନିଖିଳ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ ର ଜିଲ୍ଲା ଉପସଭାପତି ଦୂର୍ଗା ପ୍ରସାଦ ଅଗ୍ରୱାଲ, ଧର୍ମଗଡ ବ୍ଲକ ସଭାପତି ମଦନ ମୋହନ ଜୈନ, ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ସୁଧିର ପଟ୍ଟଯୋଷୀ, ଶ୍ୟାମ ପରିବାର ମୂଖ୍ୟ ସୁନୀତା ଅଗ୍ରୱାଲ,ସମାଜ ସେବୀ କିଶୋର ଅଗ୍ରୱାଲ ପ୍ରମୁଖ , ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ । ସଂଗଠନ ର ସମ୍ପାଦକ ବୈଦ୍ୟନାଥ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୁବାସ ଅଗ୍ରୱାଲ, ନବୀନ ଅଗ୍ରୱାଲ, ରାଧେ ଶ୍ୟାମ ଅଗ୍ରୱାଲ, ଅନୁଜ ଅଗ୍ରୱାଲ, ସୁନ୍ଦରଲାଲ ଅଗ୍ରୱାଲ ଓ ଅନ୍ୟ ମାନେ ସହଯୋଗ କରି ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବନ୍ଧୁଗାଁ ଥାନାରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

Sunil Chandra Nayak

ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଶ୍ରମିକଙ୍କ ସହ ମିଶି ଜିଲ୍ଲାପାଳ, ଶ୍ରମଦାନ କରି ଉତ୍ସାହିତ କରିଛନ୍ତି 

masiha

ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର କାର୍ଯ୍ୟକାରିଣୀ ବୈଠକ

masiha

Leave a Comment

error: Content is protected !!