ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ 

ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ 

ଡାବୁଗାଁ, ୧୭/୧୨ (ମ.ନି.ସ.)- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଏହି ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ଆରତୀ ବିଶୋଇ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ସମ୍ମାନୀତ ଅତିଥି ଭାବେ ପି ଏ ଆଇ ଟି ଡି ଏ ରାଜୀବ ଲୋଚନ ସାହୁ, ପାପାଡାହାଣ୍ଡି ବ୍ଳକ ଜିଲା ପରିଷଦ ସଭ୍ୟ ଯଶୋବନ୍ତ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବିନ୍ଦ୍ର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ, ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ (ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ) ନିବେଦିତା ବିଶ୍ଵାଳ, ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଏମ୍ ପି ପ୍ରତିନିଧି ଏମ୍. ଅlପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଦରମା ଉଠାଣ ଅଧିକାରୀଣୀ ସଂଯୁକ୍ତା ଦାଶ ପ୍ରମୂଖ ମଞ୍ଚରେ ମଞ୍ଚାସିନ ଥିବା ବେଳେ ସମ୍ପୃକ୍ତ ବିଦ୍ୟାଳୟ ର ଛାତ୍ରୀ ବୃନ୍ଦ ମଞ୍ଚ ସମ୍ମୁଖରେ ଉପସ୍ଥିତ ଥିଲେ l ବିଧାୟକ ପ୍ରତିନିଧି ତାଙ୍କ ବକ୍ତବ୍ୟରେ ତିନୋଟି ଡି ଯଥା-ଶୃଙ୍ଖଳା, କର୍ତ୍ତବ୍ୟ, ଉନ୍ନତି ଉପରେ ବ୍ୟାପକ ଆଲୋଚନା କରିଥିଲେ l ପୂର୍ବରୁ କେତୋଟି ଇଭେଣ୍ଟ ଛାତ୍ରୀ ମାନଙ୍କ ଦ୍ଵାରା କରାଯାଇ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଆଜି କେତୋଟି ଇଭେଣ୍ଟ ମଞ୍ଚ ରେ ଅନୁଷ୍ଠିତ ହୋଇଥିଲା l ସେଥି ନିମନ୍ତେ ମଞ୍ଚ ପାଖରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତି, ଅଜୟ ବଲ୍ଳଭ ପଣ୍ଡା, ଲକ୍ଷ୍ମୀ କାନ୍ତ ରଥ ପ୍ରମୂଖ ବିଚାରକ ଭାବେ ରହି ମୂଲ୍ୟାଙ୍କନ କରିଥିଲେ l ଏପରି ବାରଗୋଟି ଇଭେଣ୍ଟ କରାଯାଇଥିଲା l ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇ ଥିବାବେଳେ ଶିକ୍ଷକ ମହେଶ୍ଵର ନାଥ ବେଶ୍ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ l ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ମାନେ ସହଯୋଗ କରିଥିଲେ l

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡ଼ା ଙ୍କ ରିପୋର୍ଟ

Related posts

ରାଉରକେଲାର ଆଇଡିସିରେ ଟାଟା ଏସିଇ ସହିତ ମୁହାଁମୁହିଁ ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

ବସ୍ତା ଅଞ୍ଚଳ ର ସମାଚାର

masiha

ଶିଶୁ ସୂରକ୍ଷା ଓ ବାଲ୍ୟ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ ସମ୍ପର୍କିତ ତାଲିମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!