ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୋଗାଣ ବିଭାଗର ମାରାଥନ ଚଢ଼ାଉ, ଧାନ ସହ ୪୦୭ ଗାଡି ଜବତ

ଯୋଗାଣ ବିଭାଗର ମାରାଥନ ଚଢ଼ାଉ, ଧାନ ସହ ୪୦୭ ଗାଡି ଜବତ

କୋକସରା,୧୬/୧୨ //କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗ ଏନଫୋର୍ସମେଣ୍ଟ ଟିମ ଧର୍ମଗଡ଼ ଉପଖଣ୍ଡ ଜୟପାଟଣା, କୋକସରା ବ୍ଲକ ଦେଇ ବାହାର ରାଜ୍ୟ ଓ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାରେ ତନାଘନା ଯାଞ୍ଚ ଜାରି ରଖିଛି। ଶୁକ୍ରବାର ମଧ୍ୟାହ୍ନରେ ଜାତୀୟ ରାଜପଥ ୨୬ ମୋଟେର ନିକଟରେ ଚୋରା ଚାଲାଣ ଧାନ ବୋଝେଇ ଟ୍ରକକୁ ଜବତ କରି ୧୦୪ କ୍ୱିଣ୍ଟାଲ ଧାନ ମୋଟେର ଏମ ଆର ରାଇସ ମିଲରେ ଜିମା ଦିଆଯାଇଛି। ପରେ ରାତିରେ ପେଟ୍ରୋଲିଂ ସମୟରେ ଆମପାଣି ଥାନା ଚେକ ଗେଟ ନିକଟରେ କଳାହାଣ୍ଡି ଜିଲ୍ଲାରୁ ନବରଙ୍ଗପୁର ଜିଲ୍ଲାକୁ ଚୋରା ଚାଲାଣ ସମୟରେ ଆମପାଣିରେ ଛକି ବସିଥିବା ଯୋଗାଣ ବିଭାଗ ପକ୍ଷରୁ ଯାଞ୍ଚ ସମୟରେ ୪୦୭ ମିନି ଟ୍ରକ ନମ୍ବର ଓଡି ୨୪ ଏଫ୍ ୬୪୨୩ କୁ ଅଟକ ରଖି କାଗଜପତ୍ର ସଠିକ ନଥିବାରୁ ଯୋଗାଣ ବିଭାଗ ଅଧିକାରୀ ବଙ୍ଗୋମୁଣ୍ଡା ଷ୍ଟିତ ଜେ.କେ ଫୁଡ଼ସ ରାଇସ ମିଲର ଜିମା ଦେଇଥିଲେ। ଜବତ ଗାଡିରେ ୩୧.୦୪ କ୍ୱିଣ୍ଟାଲ ଧାନ ରହିଥିବା ବେଳେ ଗାଡି ସହ ଡ୍ରାଇଭରକୁ ଅଟକ ରଖାଯାଇଛି। ଆଜି ଜବତ ମିନି ଟ୍ରକରେ ଥିବା ଧାନକୁ କଳାହାଣ୍ଡି ଯୋଗାଣ ଅଧିକାରୀ ମନୋଜ ଦାସ ସମେତ ଧର୍ମଗଡ଼ ବ୍ଲକ ଏମ ଆଇ ପ୍ରଶାନ୍ତ ଦାସ, ଜୟପାଟଣା ଏମ ଆଇ ପ୍ରିୟ ରଞ୍ଜନ ନାଏକ ଓ କୋକସରା ଏମ ଆଇ ଜଗାରାମ ମୁର୍ମୁ ତଦନ୍ତ କରୁଛନ୍ତି । ଏଭଳି ଚଢ଼ାଉ ଜାରି ରହିବ ବୋଳି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଏନଫୋର୍ସମେଣ୍ଟ ଟିମର ଚଢ଼ାଉ ପରେ ଅସାଧୁ ଚୋରା ବ୍ୟବସାୟୀ ଓ ମିଲରଙ୍କ ମଧ୍ୟରେ ଛନକା ପଶିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜୁନାଗଡ:ଜୈନିକା ଯୁବତୀକୁ ଗଣ ଦୁଷ୍କର୍ମ ଘଟଣାରେ ଆଉ ତିନି ଗିରଫ

masiha

GUNUPUR POLICE CRACK DOWN ON GANJA TRAFFICKING, SEIZE 850 KGS OF CONTRABAND

masiha

କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ଅବକାରୀ ପୁଲିସ କୋରାପୁଟ ଅଞ୍ଚଳରୁ ହରିୟାଣାକୁ ହେଉଥୁଲା ଚାଲାଣ

masiha

Leave a Comment

error: Content is protected !!