ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଷତ୍ରୀୟ ପାଇକ ସମାଜ ମହାସଭା ପାଇଁ ପ୍ରସ୍ତୁତି : ଲାଞ୍ଜିଗଡ ପଲ୍ଲୀ ଓ ଉପମଣ୍ଡଳର ନୂତନ କର୍ମକର୍ତ୍ତା ଚୟନ 

କ୍ଷତ୍ରୀୟ ପାଇକ ସମାଜ ମହାସଭା ପାଇଁ ପ୍ରସ୍ତୁତି :

ଲାଞ୍ଜିଗଡ ପଲ୍ଲୀ ଓ ଉପମଣ୍ଡଳର ନୂତନ କର୍ମକର୍ତ୍ତା ଚୟନ 

ଲାଞ୍ଜିଗଡ,୧୭/୧୨(ମନିସ)-କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜର କୁଳାଧ୍ୟକ୍ଷ ଚନ୍ଦ୍ରଧ୍ଵଜ ପେସନିଆଙ୍କ ଆହ୍ୱାନ କ୍ରମେ ଲାଞ୍ଜିଗଡ଼ ଭୈରବ ମନ୍ଦିର ପ୍ରାଙ୍ଗଣରେ ଲାଞ୍ଜିଗଡ଼ ଉପ ମଣ୍ଡଳର କୁଳସୋଦର ଯୁଧିଷ୍ଠିର ପାତ୍ରଙ୍କ ସଭାପତିତ୍ୱରେ ଆଗାମୀ କ୍ଷତ୍ରିୟ ପାଇକ ମହାସଭା ପାଇଁ ପ୍ରସ୍ତୁତି ସହିତ ଲାଞ୍ଜିଗଡ ପଲ୍ଲୀ ଓ ଉପମଣ୍ଡଳର ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ ପଲ୍ଲୀ ସଭାପତି ଭାବେ ଶିଶିର ପୂଜାରୀ, ଉପସଭାପତି ଭାବେ ସନ୍ତୋଷ ଦଣ୍ଡସେନା, ସଂପାଦକ ଭାବେ ଭୂପେନ୍ଦ୍ର ମହାରଥା, ସହ ସମ୍ପାଦକ ଭାବେ ବିରଞ୍ଚି ବନ୍ଧପାରିଆ, କୋଷାଧ୍ୟକ୍ଷ ଭାବେ ଜଗଦୀଶ ଚଲାନ, ପଲ୍ଲୀ ସଦସ୍ୟ ଭାବେ ଫାଲ୍ଗୁନୀ ମୁଣ୍ଡଛିନା, ରାମଚନ୍ଦ୍ର ବନ୍ଧପାରିଆ, ରାମଚନ୍ଦ୍ର ରାଉତ, ଅନନ୍ତ ଦଳେଇ, ଗୌରୀ ପ୍ରଧାନୀ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ସେହିପରି ଲାଞ୍ଜିଗଡ ଉପମଣ୍ଡଳର ନୂତନ କର୍ମକର୍ତ୍ତା ଭାବେ କୁଳସୋଦର ଯୁଧିଷ୍ଠିର ପାତ୍ର, ଉପ କୁଳସୋଦର ପିତାମ୍ବର ଡମବିଶି, ସମ୍ପାଦକ କାର୍ତ୍ତିକ ଓଡ଼ିଆ, ମଣ୍ଡଳ ସଦସ୍ୟ ସନାତନ ରାଉତ, ଚଲାନ ଭାବେ ମହେନ୍ଦ୍ର ରାଉତ, ମଧୁ ପ୍ରଧାନୀ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ଏହି ଅବସରରେ ଲାଞ୍ଜିଗଡ ପଲ୍ଲୀ ଓ ଉପ ମଣ୍ଡଳ ଅଞ୍ଚଳରୁ ଛଅଶହରୁ ଅଧିକ ପୁରୁଷ ଓ ମହିଳା ସଦସ୍ୟ ଉପସ୍ଥିତ ଥିଲେ।

ଲାଞ୍ଜିଗଡରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଏକତା ପଦଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

ଜଗନ୍ନାଥ ଉଚ୍ଚ ବିଦ୍ଯାପୀଠ ରୁପ୍ରାର ରୌପ୍ଯ ଜୟନ୍ତୀ ପାଳନ ପାଇଁ ଗଠନ ହେଲା ପୁରାତନ ଛାତ୍ର ସଂସଦ ଆଲୁମିନି କମିଟି

Sunil Chandra Nayak

ବିଭିନ୍ନ ପ୍ରକାର ଚାଷ କରି ଚର୍ଚ୍ଚାରେ ଯୁବ ଚାଷୀ ଅବିନାଶ 

masiha

Leave a Comment

error: Content is protected !!