ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବନ୍ୟଜନ୍ତୁ ଶିକାର ପାଇଁ ଲଗାଇଥିବା ଫାଶୀରେ ଲାଗି ୪ ମଇଁଷି ମୃତ, ଜଣେ ଗିରଫ

ବନ୍ୟଜନ୍ତୁ ଶିକାର ପାଇଁ ଲଗାଇଥିବା ଫାଶୀରେ ଲାଗି ୪ ମଇଁଷି ମୃତ, ଜଣେ ଗିରଫ

ସଚେତନ ଓ ଶିକ୍ଷାର ଘୋର ଅଭାବ ରହିଛି ଖଣି ଅଞ୍ଚଳ ରେ, ତେଣୁ ଦିନ ଦିନ କୁ ଦିନ ବଢି ଚାଲିଛି ବନ୍ୟଜନ୍ତୁ ଙ୍କ ଉପରେ ଆକ୍ରମଣ, କେତେବେଳେ ଧନୁତୀର ଦ୍ଵାରା ଶିକାର କରାଯାଉଥିବାବେଳେ ଆଉ କେତେବେଳେ କରେଣ୍ଟ କିମ୍ବା ଫାଶୀ ଦେଇ ଦୁର୍ବୁତ ମାନେ ନିଃସ୍ଵାର୍ଥପର ବନ୍ୟଜନ୍ତୁ ମାନଙ୍କ ଜୀବନ ନେବାକୁ ବସିଛନ୍ତି, ଦିନ କୁ ଦିନ ଜଙ୍ଗଲ ରୁ ବନ୍ୟଜନ୍ତୁ ଲୋପ ପାଇବାକୁ ବସିଲାଣି, ବନ୍ୟଜନ୍ତୁଙ୍କ ଶିକାର ପାଇଁଁ ଲଗାଯାଉଥିବା ଫାଶୀ ରେ ଅନେକ ସମୟରେ ଘରୋଇ ପଶୁ ଯଥା ଛେଳି,ଗାଇ, ମେଣ୍ଢା ମଇଁଷି ଭଳି ଯାବତୀୟ ପଶୁପକ୍ଷୀ ମାନେ ମଧ୍ୟ ଦୁର୍ବୁତ ମାନେ ଲଗାଇଥିବା ଫାଶୀ ରେ ଲାଗି ମୃତ୍ୟୁ ବରଣ କରୁଥିବା ନଜିର ରହିଛି, ଠିକ୍ ସେହିପରି ଆଜି ଏକ ଅଭାବନୀୟ ଘଟଣା ଘଟିଛି, ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ସାକ୍ରାଡିହି ଠାରେ, ସ୍ଥାନୀୟ ସାକ୍ରାଡିହି ର ବିର୍ସିଙ୍ଗ୍ ମୁଣ୍ଡା, ପିତା ଗୁରୁମୁଣ୍ଡା ବନ୍ୟଜନ୍ତୁ ମାରିବା ପାଇଁଁ ସାକ୍ରାଡିହି ଜଙ୍ଗଲ ରେ ଫାଶୀ ଲଗାଇଥିବା ବେଳେ ସେହି ଫାଶୀ ରେ ବନ୍ୟଜନ୍ତୁ ବଦଳରେ ଚାରୋଟି ମଇଁଷି ଫାଶୀ ରେ ଲାଗି ମୃତ୍ୟୁ ଘଟିଥିବା ଜଣାପଡିଛି, ସେହି ମଇଁଷି ଗୁଡିକ ବଡ଼ କାଳିମାଟି ପଞ୍ଚାୟତ ର ପିଢୋପଖରୀ ଗ୍ରାମ ର କାଳିଆ ବାରିକ ଙ୍କ ଚାରୋଟି ଯାକ ମଇଁଷି ବୋଲି ବାମେବାରୀ ଫରେଷ୍ଟ ଇନଚାର୍ଜ ରତ୍ନାକର ମହାନ୍ତ ଙ୍କ ଠାରୁ ଜାଣିବାକୁ ମିଳିଛି, ତେବେ ଏଭଳି ଘଟଣା ଘଟାଇଥିବା ଦୁର୍ବୁତ ବିର୍ସିଙ୍ଗ୍ ମୁଣ୍ଡା କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି,।

କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ

Related posts

କଲରାପତରିଆ ବାଘ ଚମଡ଼ା ଜବତ; ୩ ଗିରଫ

ଜୁନାଗଡ଼ ଥାନା-  ଜାରିଙ୍ଗ ଠାରେ  ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାର ରାୟ ପ୍ରକାଶ , ୬ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରକ୍ତ ଜିଲ୍ଲା ଦୌରାଜଜ୍…

masiha

ବ୍ୟବସାୟୀ ଙ୍କୁ ଦାଦା ବଟି ମାଗିବା ମହଙ୍ଗା ପଡିଲା ମାନବାଧିକାର କର୍ମୀ ଙ୍କୁ ,ଥାନା ରେ ମାମଲା ରୁଜୁ କଲେ ବରିଷ୍ଠ ନାଗରିକ 

masiha

Leave a Comment

error: Content is protected !!