ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୀଟନାଶକ ପାଇଁ ଜୀବନ ହାରିଲେ ଚାଷୀ

କୀଟନାଶକ ପାଇଁ ଜୀବନ ହାରିଲେ ଚାଷୀ

 ମୟୂରଭଞ୍ଜ -୧୮/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଳକର ଲୁସାଡିହି ପଞ୍ଚାୟତର ଲୁସାଡିହି ଗ୍ରାମର ଜନୈକ ଚାଷୀ କୀଟ ନାଶକ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଲୁସାଡିହି ଗ୍ରାମର ଚାଷୀ ବିରାମ ହେମ୍ବ୍ରମ ( ୬୨) ରବିବାର ଦିନ ଅପରାହ୍ନରେ ଅପରାହ୍ନରେ ଖାଇପିଇ ଶୋଇଥିଲେ ।ତାଙ୍କର ଏକମାତ୍ର ପୁଅ ନାରାନ ହେମ୍ବ୍ରମ ବିଲକୁ ଚାଷ କାମ କରିବାକୁ ପଳାଇଥିଲେ ।ଘରେ ଏକୁଟିଆ ରହି ବିଶ୍ରାମ କୀଟ ନାଶକ ପାଇଁ ଶୋଇ ଯାଇଥିଲେ । ସଂଧ୍ୟାରେ ପୁଅ ବିଲରୁ ଫେରି ଦେଖନ୍ତି ତ ବାପା ବିଛଣାରୁ ଉଠୁ ନାହାନ୍ତି । ତାଙ୍କ ଶେଯ ପାଖରେ କୀଟ ନାଶକ ସାମଗ୍ରୀ ପଡ଼ିଥିଲା ।ତାଙ୍କୁ ସଙ୍ଗେ ସଂଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ । ସୋମବାର ଦିନ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୨୫/୨୩ ରୁଜୁ କରି ଶବକୁ ବ୍ୟବଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । କେଉଁ ପରିସ୍ଥିତିରେ ବିରାମ ନିଜର ଅମୂଲ୍ୟ ଜୀବନ ହାରିଲେ ତାହା ତଦନ୍ତ ସଆପଏକ୍ଷ ।ଖବର ପାଇ ଲୁସାଡିହି ସରପଞ୍ଚ ଡାକ୍ତର ଖାନା ଯାଇ ମୃତ ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେବା ସହ ତାଙ୍କର ସୁବିଧା ଅସୁବିଧା ବୁଝାବୁଝି କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଲାଞ୍ଜିଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡ଼ିଶା ମେଳା

masiha

ନୂଆପଡା ନୂତନ ଆରକ୍ଷୀ ଅଧ୍ୟକ୍ଷକ ଭାବରେ ରାଘବେନ୍ଦ୍ର ଗୁଣ୍ଡଲା ରେଡ୍ଡୀ ଙ୍କ ଯୋଗଦାନ

Sunil Chandra Nayak

୧୯୮୩ ବରିଷ୍ଠ ବ୍ୟାଚର ଭାବବିନିମୟ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!