ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୀଟନାଶକ ପାଇଁ ଜୀବନ ହାରିଲେ ଚାଷୀ

କୀଟନାଶକ ପାଇଁ ଜୀବନ ହାରିଲେ ଚାଷୀ

 ମୟୂରଭଞ୍ଜ -୧୮/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଳକର ଲୁସାଡିହି ପଞ୍ଚାୟତର ଲୁସାଡିହି ଗ୍ରାମର ଜନୈକ ଚାଷୀ କୀଟ ନାଶକ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଲୁସାଡିହି ଗ୍ରାମର ଚାଷୀ ବିରାମ ହେମ୍ବ୍ରମ ( ୬୨) ରବିବାର ଦିନ ଅପରାହ୍ନରେ ଅପରାହ୍ନରେ ଖାଇପିଇ ଶୋଇଥିଲେ ।ତାଙ୍କର ଏକମାତ୍ର ପୁଅ ନାରାନ ହେମ୍ବ୍ରମ ବିଲକୁ ଚାଷ କାମ କରିବାକୁ ପଳାଇଥିଲେ ।ଘରେ ଏକୁଟିଆ ରହି ବିଶ୍ରାମ କୀଟ ନାଶକ ପାଇଁ ଶୋଇ ଯାଇଥିଲେ । ସଂଧ୍ୟାରେ ପୁଅ ବିଲରୁ ଫେରି ଦେଖନ୍ତି ତ ବାପା ବିଛଣାରୁ ଉଠୁ ନାହାନ୍ତି । ତାଙ୍କ ଶେଯ ପାଖରେ କୀଟ ନାଶକ ସାମଗ୍ରୀ ପଡ଼ିଥିଲା ।ତାଙ୍କୁ ସଙ୍ଗେ ସଂଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ । ସୋମବାର ଦିନ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୨୫/୨୩ ରୁଜୁ କରି ଶବକୁ ବ୍ୟବଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । କେଉଁ ପରିସ୍ଥିତିରେ ବିରାମ ନିଜର ଅମୂଲ୍ୟ ଜୀବନ ହାରିଲେ ତାହା ତଦନ୍ତ ସଆପଏକ୍ଷ ।ଖବର ପାଇ ଲୁସାଡିହି ସରପଞ୍ଚ ଡାକ୍ତର ଖାନା ଯାଇ ମୃତ ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେବା ସହ ତାଙ୍କର ସୁବିଧା ଅସୁବିଧା ବୁଝାବୁଝି କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନ ଫଳାଫଳ; ସଭାପତି ଅକ୍ଷୟ ମହାନ୍ତି ଏବଂ ସଂପାଦକ ମନୋଜ ଦାସ 

masiha

ଭବାନୀପାଟଣା ଠାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

masiha

ଜିଲ୍ଲାପାଳଙ୍କ ଗୁଡାରି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!