ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖୁଣ୍ଟଗାଁ ଅଞ୍ଚଳରେ କେଟିଏଚ୍‌ ପକ୍ଷରୁ ଦନ୍ତ ଚିକିତ୍ସା ଶିବିର ଆୟୋଜିତ

ଖୁଣ୍ଟଗାଁ ଅଞ୍ଚଳରେ କେଟିଏଚ୍‌ ପକ୍ଷରୁ ଦନ୍ତ ଚିକିତ୍ସା ଶିବିର ଆୟୋଜିତ

ରାଉରକେଲା /ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ୍‌ ଅନ୍ତର୍ଗତ ଖୁଣ୍ଟଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ କେଟିଏଚ୍‌ ଟ୍ରଷ୍ଟ ଓ ରାଉରକେଲା ଅବସ୍ଥିତ କଳିଙ୍ଗ ଟ୍ରମା ହସ୍‌ପିଟାଲ ମିଳିତ ସହଯୋଗରେ ଏକ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ସୁମିତ୍ରା ଓରାମ, ସମାଜସେବୀ ବୁଧରାମ ଓରାମ, ରାଜୁ ସାହୁ, ମହ୍ଅମ୍ମଦ ହୁସେନ ଆନ୍‌ସାରୀ ଏବଂ ଉତ୍ତମ କୁମାର ଘୋଷ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ଦନ୍ତ ଚିକିତ୍ସକ ଡାକ୍ତର ନିବେଦିତା ମହାରଣା ଯୋଗଦେଇ ଶତାଧିକ ସ୍ଥାନୀୟ ବାସିନ୍ଦାଙ୍କ ଦନ୍ତ ଜନିତ ସମସ୍ୟାର ଯାଞ୍ଚ କରି ଆବଶ୍ୟକ ପରାମର୍ଶ ଦେଇଥିଲେ। ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ଥାନୀୟ ଗ୍ରାମବାସୀ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପାତ୍ରପୁଟ ସେବାଶ୍ରମ ବିଦ୍ୟାଳୟ ରେ :ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମଅନୁଷ୍ଠିତ

masiha

ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ: ସହୀଦ ମାନ୍ୟତା ଦାବୀ 

Sunil Chandra Nayak

ବିକାଶ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ସେଵା ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!