ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖୁଣ୍ଟଗାଁ ଅଞ୍ଚଳରେ କେଟିଏଚ୍‌ ପକ୍ଷରୁ ଦନ୍ତ ଚିକିତ୍ସା ଶିବିର ଆୟୋଜିତ

ଖୁଣ୍ଟଗାଁ ଅଞ୍ଚଳରେ କେଟିଏଚ୍‌ ପକ୍ଷରୁ ଦନ୍ତ ଚିକିତ୍ସା ଶିବିର ଆୟୋଜିତ

ରାଉରକେଲା /ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ୍‌ ଅନ୍ତର୍ଗତ ଖୁଣ୍ଟଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ କେଟିଏଚ୍‌ ଟ୍ରଷ୍ଟ ଓ ରାଉରକେଲା ଅବସ୍ଥିତ କଳିଙ୍ଗ ଟ୍ରମା ହସ୍‌ପିଟାଲ ମିଳିତ ସହଯୋଗରେ ଏକ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ସୁମିତ୍ରା ଓରାମ, ସମାଜସେବୀ ବୁଧରାମ ଓରାମ, ରାଜୁ ସାହୁ, ମହ୍ଅମ୍ମଦ ହୁସେନ ଆନ୍‌ସାରୀ ଏବଂ ଉତ୍ତମ କୁମାର ଘୋଷ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ଦନ୍ତ ଚିକିତ୍ସକ ଡାକ୍ତର ନିବେଦିତା ମହାରଣା ଯୋଗଦେଇ ଶତାଧିକ ସ୍ଥାନୀୟ ବାସିନ୍ଦାଙ୍କ ଦନ୍ତ ଜନିତ ସମସ୍ୟାର ଯାଞ୍ଚ କରି ଆବଶ୍ୟକ ପରାମର୍ଶ ଦେଇଥିଲେ। ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ଥାନୀୟ ଗ୍ରାମବାସୀ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ରେ ପଞ୍ଚାୟତିରାଜ ଦିବସ ପାଳିତ

masiha

ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘ ସହ ଆରଏସପି ରାଖଡ ପରିବହନ ନେଇ ଚୁକ୍ତି  ସାମ୍ବାଦିକ ସମ୍ମିଳନୀରେ ଧନ୍ୟବାଦ ଜଣାଇଲେ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର ସଭାପତି

Sunil Chandra Nayak

ମହାକାଳପଡ଼ା ବ୍ଲକ ର ରାଜଗଡ ଗ୍ରାମ ପଞ୍ଚାୟତଠାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!