ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ପରାମର୍ଶ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ 

ବ୍ଲକ ସ୍ତରୀୟ ପରାମର୍ଶ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ 

ଡାବୁଗାଁ, ୨୦/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବିଡିଓ ଶରତ ମାଝିଙ୍କ ଅଧ୍ୟକ୍ଷତାରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରରେ ଗ୍ରାମାଞ୍ଚଳରୁ ୧୮ ରୁ ୩୫ ବର୍ଷ ମଧ୍ୟରେ ଯୁବତୀ ଯୁବକ ମାନେ ଅଂଶ ଗ୍ରହଣ କରିବେ ଏବଂ କିପରି ଅଧିକରୁ ଅଧିକ ଯୁବତୀ ଯୁବକ ମାନେ ଶିବିରକୁ ଆସିବେ ସେନେଇ ଆଲୋଚନା କରଯାଇଥିଲା | ଉପସ୍ଥିତ ଅଧିକାରୀ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ଯୁବତୀ ଯୁବକ ମାନଙ୍କୁ ବହୁ ସଂଖ୍ୟାରେ ପରାମର୍ଶ ଶିବିରକୁ ପଠାଇବା ପାଇଁ ଅନୁରୋଧ କରଯାଇଥିଲା | ଏହି ବୈଠକରେ ନବରଙ୍ଗପୁର ଓରମାସ ଡେପୁଟି ସିଇଓ ଏ. ଉମା ମହେଶ୍ଵର, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷା କିରଣମାଳା ତିର୍କୀ, ଅଧ୍ୟାପକ ସୁନିଲ ପରିଚ୍ଛା, ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ପର୍ଶୁରାମ ମାଳି, କାଳୀପଦ କୀର୍ତ୍ତନିଆ, ଅର୍ଜୁନ ଭତ୍ରା ଓ ହଳଧର ଜାନୀ, ସମସ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ, ଗ୍ରାମ ରୋଜଗାର ସେବିକା ସେବକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ୍ 

Related posts

ଆର୍ ଏମ ସ୍କୁଲ ପିଲାଙ୍କ ଦ୍ଵାରା ଗାନ୍ଧୀ ଜୟନ୍ତୀ ପାଳନ 

masiha

ବିଧାୟକ ପ୍ରତିନିଧି ଙ୍କ ଦ୍ଵାରା ମା ଗୃହରେ ଥିବା ପ୍ରସୂତୀ ମା ମାନଙ୍କୁ ନିତ୍ୟ ବ୍ୟବହାର କରୁଥିବା ସମାଗ୍ରୀ ସହ ଫଳ ବଣ୍ଟନ 

Sunil Chandra Nayak

ଖାଦ୍ୟ ଅନ୍ୱେଷଣ ରେ ଆସି ପରିତ୍ୟକ୍ତ କୂଅରେ ପଡିଲା ଭାଲୁ, ଅକ୍ଷତ ଅବସ୍ଥାରେ ଭାଲୁ ଉଦ୍ଧାର କଲେ ବନ କର୍ମଚାରୀ

Leave a Comment

error: Content is protected !!