ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୁଷ୍କର୍ମ ମାମଲାରେ ଗିରଫ ହେଲେ ଯୁବକ

ଦୁଷ୍କର୍ମ ମାମଲାରେ ଗିରଫ ହେଲେ ଯୁବକ

ବସ୍ତା ,20/12: ଖନ୍ତାପଡ଼ା ଥାନା ଅଞ୍ଚଳର ଜୈନିକ ଯୁବତୀଙ୍କ ସହ ଦୁଷ୍କର୍ମ ମାମଲାରେ ବସ୍ତା ଥାନା ନଟାକଟା ପଞ୍ଚାୟତ ଅନ୍ତର୍ଗତ ନରଣପୁର ଗ୍ରାମର ଜନୈକ ଯୁବକଙ୍କୁ ଖନ୍ତାପଡ଼ା ପୁଲିସ୍ ଆଜି ଗିରଫ କରିଛି।ଗିରଫ ଯୁବକ ହେଲେ ଏହି ଗ୍ରାମର ସନତ କୁମାର ପୁରୀ ଓରଫ୍ ବାଚୁ। ସୂଚନା ଅନୁସାରେ ସନତଙ୍କର ଅମର୍ଦ୍ଦାରୋଡ଼ ବଜାର ସିଦ୍ଧେଶ୍ବର ମହାବିଦ୍ଯାଳୟ ପାଖରେ ସୁବାସିନୀ ଅନଲାଇନ ନାମରେ ଏକ ଜନସେବା କେନ୍ଦ୍ର ସହ ଅନଲାଇନ ସେଣ୍ଟର ରହିଛି। ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଅଞ୍ଚଳର ଜୈନକ ଯୁବତୀଙ୍କ ସହ ଦୁହେଁ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ସଂସ୍ଥାରେ କାର୍ଯ୍ୟ କରୁଥିଲେ ଓ ଉକ୍ତ ଯୁବତୀଙ୍କୁ ନିଜ ଗାଁରେ ଜୈନିକ ବ୍ୟକ୍ତିଙ୍କ ଘରେ ଭଡ଼ାସୂତ୍ରରେ ରଖିଥିଲେ।ଯାହାଦ୍ବାରା ଉକ୍ତ ଯୁବତୀଙ୍କୁ ନେଇ ସନତ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିଲା। ମାତ୍ର ପରବର୍ତ୍ତୀ ଘଟଣା ସମ୍ପର୍କିତ ଅଧିକ ତଥ୍ୟ ହସ୍ତଗତ ହୋଇପାରି ନଥିବା ବେଳେ ଖବର ନେବାରୁ ଉକ୍ତ ଯୁବତୀଙ୍କୁ ସନତ ବଳାତ୍କାର କରିଥିବା ଖନ୍ତାପଡ଼ା ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୁଲିସ ୨୮୮/୨୩ ମୂଳେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଆଜି ମଧ୍ୟାହ୍ଣରେ ବସ୍ତା ପୁଲିସର ମିଳିତ ସହଯୋଗରେ ଖନ୍ତାପଡ଼ା ପୁଲିସ ସନତଙ୍କୁ ଗିରଫ୍ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଦିନ ଦ୍ୱିପ୍ରହରରେ ଲୁଟ୍‌:କଳା ପଲସର ଆତଙ୍କ:ବ୍ୟବସାୟୀ ଙ୍କ ଠାରୁ ୧୭ଲକ୍ଷ ରୁ ଉର୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Sunil Chandra Nayak

ବସ୍ତା ପୋଲିସକୁ ବଡ଼ ସଫଳତା,ଡକାୟତ ଗ୍ୟାଙ୍ଗର ୪ ଯୁବକ ସହ ଜଣେ ମହିଳା ଗିରଫ 

masiha

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ସହିତ ସ୍କୁଟି ଜବତ, ୦୨ ଗିରଫ 

masiha

Leave a Comment

error: Content is protected !!