ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିତ୍ୟ ଆଲୁମିନା ପକ୍ଷରୁ କଂସାରୀଗୁଡା ଅଞ୍ଚଳରେ ‘ନିରୋଗଶାଳା’ ଉଦ୍‌ଘାଟିତ

ଆଦିତ୍ୟ ଆଲୁମିନା ପକ୍ଷରୁ କଂସାରୀଗୁଡା ଅଞ୍ଚଳରେ ‘ନିରୋଗଶାଳା’ ଉଦ୍‌ଘାଟିତ

ଟିକିରି/ରାୟଗଡା: ସ୍ଵାସ୍ଥ୍ୟଯନ୍ତ୍ର ସୁବିଧାରେ ବୃଦ୍ଧି ଘଟାଇବା ଏବଂ ଜନସାଧାରଣଙ୍କ କଲ୍ୟାଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିବଦ୍ଧତାକୁ ଆଗେଇ ନେଇ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜର ଏକ ଗ୍ରୀନଫିଲ୍ମ ରିଫାଇନାରୀ ଆଦିତ୍ୟ ଆଲୁମିନା ଚଳିତ ମାସ ୨୧ ତାରିଖରେ କଂସାରୀଗୁଡା ଅଞ୍ଚଳରେ ଏକ ଗ୍ରାମ୍ୟ ସ୍ୱାସ୍ଥ୍ୟ ଦାତବ୍ୟ ଚିକିତ୍ସାଳୟ- ନିରୋଗଶାଳା ଉଦ୍‌ଘାଟନ କରିଛି।

ନିରୋଗଶାଳାକୁ ଶ୍ରୀ ମଜହର ବେଗ୍, ୟୁନିଟ ହେଡ୍‌ ଓ ପ୍ରେସିଡେଣ୍ଟ, ଆଦିତ୍ୟ ଆଲୁମିନା ଏବଂ ଉତ୍କଳ ଆଲୁମିନା, ପାରିପାଶ୍ୱିକ ଗ୍ରାମଗୁଡିକର ଅଧିବାସୀଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ।

ନୂଆକରି ସ୍ଥାପନ କରାଯାଇଥିବା ଏହି ସ୍ଵାସ୍ଥ୍ୟଯନ୍ ସୁବିଧା ଜନସାଧାରଣଙ୍କୁ ସେମାନଙ୍କ ଅଞ୍ଚଳରେ ଚବିଶ ଘଣ୍ଟିଆ ପ୍ରାଥମିକ ସ୍ୱାସ୍ଥ୍ୟଯନ୍ ସେବାଗୁଡିକ ଯୋଗାଇଦେବା ଲକ୍ଷ୍ୟ ରଖୁଛି ।

ଏହି ଅବସରରେ ପ୍ରକାଶ କରି ଶ୍ରୀ ମଜହର ବେଗ୍ କହିଥିଲେ, “ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଜନସାଧାରଣଙ୍କ ପ୍ରତି ଆମର ପ୍ରତିବଦ୍ଧତାକୁ ନିରୋଗଶାଳା ପ୍ରତିଫଳିତ କରୁଛି । ନିରୋଗଶାଳା ସହିତ ଏକ ଆମ୍ବୁଲାନ୍ସ ସଂଯୁକ୍ତ ହେବ ଏବଂ ଏହା ସ୍ଥାନୀୟ ଜନସାଧାରଣଙ୍କ ଜରୁରୀ ସ୍ଵାସ୍ଥ୍ୟଗତ ସମୟରେ ସେବା ଯୋଗାଇବାକୁ ଉତ୍ସର୍ଗୀକୃତ ରହିବ। ଆବଶ୍ୟକତା ଆଧାରରେ ରୋଗୀଙ୍କୁ ପରବର୍ତୀ ଚିକିତ୍ସା ନିମନ୍ତେ ଆମର ଓଷାପଡ ହସପିଟାଲକୁ ସ୍ଥାନାନ୍ତର କରାଯିବ।”

 ଗୋଷ୍ଠୀ ବିକାଶ ଦିଗରେ ଆମ ପ୍ରତିବଦ୍ଧତା କ୍ଷେତ୍ରରେ ଏହା ଏକ ଆରମ୍ଭ ହୋଇଛି। ଆଗକୁ ଆଦିତ୍ୟ ଆଲୁମିନା ସ୍ଵାସ୍ଥ୍ୟଯନ୍ତ୍ର, ଶିକ୍ଷା, ଜୀବିକା ଉପାର୍ଜନ, ଗ୍ରାମ୍ୟ ଭିଭିଭୂମି ଆଦି କ୍ଷେତ୍ରରେ ବହୁବିଧ ସିଏସ୍ରକୁ ପୃଷ୍ଠପୋଷକତା କରି ଜନସାଧାରଣଙ୍କ ସାମାଜିକ-ଅର୍ଥନୈତିକ ବିକାଶ ଦିଗରେ ଅବଦାନ ରଖୁ,” ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧ‌ିକ ଗ୍ରାମବାସୀ ଉପସ୍ଥିତ ରହି ଏହି ମହତ୍ ଉଦ୍ଦେଶ୍ୟ ନିମନ୍ତେ ଆଦିତ୍ୟ ଆଲୁମିନାର ପ୍ରୟାସକୁ ପ୍ରଶଂସା କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଉତ୍କଳ ଆଲୁମିନା ପକ୍ଷରୁ ରୋଷ୍ଟେଡ ମାଣ୍ଡିଆ ୟୁନିଟ୍ ଉଦଘାଟିତ . ମାଣ୍ଡିଆ ପ୍ରକ୍ରିାକରଣ ଜରିଆରେ ମହିଳା ହେବେ ସ୍ବାବଲମ୍ବୀ 

Sunil Chandra Nayak

ଲିଲି ଇଣ୍ଟରନେସନାଲ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ପ୍ରଧାନ ଶିକ୍ଷକଙ୍କ ତାଲିମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!