ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିକ୍ଷାର୍ଥୀ ଙ୍କୁ ନେଇ ଯାଉଥିବା ବଲେରୋ ଓଲଟି ସାତ ପରିକ୍ଷ୍ୟାର୍ଥି ଆହତ 

ପରିକ୍ଷାର୍ଥୀ ଙ୍କୁ ନେଇ ଯାଉଥିବା ବଲେରୋ ଓଲଟି ସାତ ପରିକ୍ଷ୍ୟାର୍ଥି ଆହତ 

ରାଇଘର -: ନବରଙ୍ଗପୁର ଜିଲା ରାଇଘର ଠାରେ ଥିବା ଘୋରେଇ ବିଦ୍ୟାଳୟ SLN Public school ର ୧୦ମ ଛାତ୍ରୀ ପରିକ୍ଷ୍ୟାର୍ଥି ଯାଉଥିବା ବେଳେ ରାଇଘର ଉମରକୋଟ ଜାମଦୋରା ନିକଟରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏକ ମହେନ୍ଦ୍ରା ବୁଲେରୋ ନୋ CG05X6342 ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତା ଉପରେ ଓଲଟି ପଡ଼ିବାରୁ ଗାଡ଼ିରେ ବସିଥିବା ୭ ଜଣ ଛାତ୍ରୀ ଆଘାତ ହୋଇଥିବାରୁ ୭ ଜଣ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଉମରକୋଟ ପରୀକ୍ଷା କେନ୍ଦ୍ର କୁ ପରୀକ୍ଷା ଦେବାକୁ ନେଇଥିବା ଜଣାପଡିଛି । ICSE କୋର୍ସ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଜାରି ରହିଥିବା ବେଳେ ରାଇଘର ରେ ପଢୁ ଥିବା ଛାତ୍ରୀ ଛାତ୍ର ଉମରକୋଟ ପରୀକ୍ଷା କେନ୍ଦ୍ର କୁ ପରିକ୍ଷା ସମୟରେ ଯିବା ଆସିବା କରି ପରିକ୍ଷା ଦେଉଛନ୍ତି ବୁଧବାର ଛାତ୍ରୀ ମାନେ ବସିଥିବା ଗାଡି ଉମରକୋଟ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ଉପରେ ଗାଡ଼ି ଟି ଓଲଟି ପଡିଥିଲା, ରାସ୍ତାରେ ଯାଉଥିବା ବୋଟେଇ ମାନେ ଆହାତ ଙ୍କୁ ଉଦ୍ଧାର କରି ଏକ ଘରେଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରି ଥିଲେ। ଗାଡ଼ିରେ ଥିବା ସାତ ଜଣ ଙ୍କ ମଧ୍ୟରୁ ଜଣ ଙ୍କ ହାତରେ ଅଧିକ ମାଡ ହୋଇଥିବା ବେଳେ ଅନ୍ୟ ମାନେ ସାମାନ୍ୟ ଆହତ ହୋଇଛନ୍ତି । ରାଇଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି କୁ ଜବତ କରିଛନ୍ତି।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳର ନେତା ବ୍ରଜ କିଶୋର ଧଳ 

Sunil Chandra Nayak

ବସ୍ ଧକ୍କା ରେ କଲେଜ ଛାତ୍ରୀ ଙ୍କ ମୃତ୍ୟୁ, ଜଣେ ଗୁରୁତର

Sunil Chandra Nayak

ଲାଞ୍ଜିଗଡରେ ଶେଷ ହେଲା ଶ୍ୟାମାକାଳୀ ପୂଜା

masiha

Leave a Comment

error: Content is protected !!