ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲାକୁ ଏନଏସି ମାନ୍ୟତା ମିଳିବାରୁ ଉତ୍ସବ ମୁଖର ନର୍ଲା ସହର 

ନର୍ଲାକୁ ଏନଏସି ମାନ୍ୟତା ମିଳିବାରୁ ଉତ୍ସବ ମୁଖର ନର୍ଲା ସହର 

ନର୍ଲା/ମସିହା/14/03/24 // ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତି, ଦ୍ଵିତୀୟ ପର୍ଯ୍ୟାୟରେ ନର୍ଲା ନିର୍ବାଚନ ମଣ୍ଡଳୀର ଦୁଇଟି ଗୁରୁତ୍ତ୍ୱପୂର୍ଣ୍ଣ ବ୍ଲକ ସଦର ମହକୁମାକୁ ଏନ୍ ଏ ସି ଘୋଷଣା ଅଞ୍ଚଳର ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି କରିଛି। ଉଭୟ ସହର ବହୁ ଆଗରୁ ଏହି ଦାବି କରିଆସୁଥିବା ବେଳେ ବିଧାୟକ ଭୁପିନ୍ଦର ସିଂଙ୍କ ଉଦ୍ୟମରେ ଏହା ବର୍ତ୍ତମାନ ଫଳବତୀ ହୋଇଛି। ଗତ ବର୍ଷ ଜୁନ ୧୯ ତାରିଖ ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିୟାନଙ୍କ କଳାହାଣ୍ଡି ଗସ୍ତ ସମୟରେ ନର୍ଲା ବାସୀ ଏହି ଦାବି ଉପସ୍ଥାପନ କରିଥିଲେ, ପୁଣି ଶ୍ରୀ ପାଣ୍ଡିଆନଙ୍କୁ ଭବାନୀପାଟଣା ଗସ୍ତ ସମୟରେ ଦାବି କରିଥିଲେ। ବିଧାୟକ ଭୁପିନ୍ଦର ସିଂଙ୍କ ଉଦ୍ୟମ ଯୋଗୁଁ ଆଜି ଏକା ସାଙ୍ଗରେ ନର୍ଲା ନିର୍ବାଚନ ମଣ୍ଡଳୀର ଦୁଇଟି ସହର ଏନ୍ ଏ ସି ଘୋଷିତ ହୋଇଛି। ଏହି ଉଦ୍ଦେଶ୍ୟରେ ଆଜି ନର୍ଲାରେ ବିଜେଡି କର୍ମୀମାନଙ୍କ ସହ ସାଧାରଣ ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିୟାନ୍ ଓ ବିଧାୟକ ଭୁପିନ୍ଦର ସିଂଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଉତ୍ସବ ଆୟୋଜିତ କରିଥିଲେ। ଶତାଧିକ ମହିଳା ଓ ପୁରୁଷ ନର୍ଲା ବ୍ଲକ ଠାରୁ ବାଣ ରୋଷଣୀ ଓ ବାଦ୍ୟଯନ୍ତ୍ର ସହ ଶୋଭାଯାତ୍ରାରେ ନର୍ଲା ବସ୍ ଷ୍ଟାଣ୍ଡରେ ସାଧାରଣ ସଭାରେ ଯୋଗଦେଇଥିଲେ। ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ଅବଦାନ ପାଇଁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇବା ସହ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିୟାନ୍ ଓ ବିଧାୟକ ଶ୍ରୀ ସିଂଙ୍କୁ ନର୍ଲାବାସୀଙ୍କ ତରଫରୁ କୃତଜ୍ଞତା ଜଣାଇଛନ୍ତି। କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ବିଜେଡି ସଭାପତି ପରେଶ୍ ପଧାନ, ଜିଲ୍ଲା ପରିଷଦ ସଭ୍ୟ ହରିଶଙ୍କର ମାଝୀ, ସଭ୍ୟା ନମ୍ରତା ସାହୁ, ଲିଲି ଦୀପ, ଯୁବ ସଭାପତି ବିଜୟ ଧଙ୍ଗଡା ମାଝୀ, ଛାତ୍ର ସଭାପତି ଘାସିରାମ ସାହୁ,ହମେଶ ଜୈନ, କିଶୋର ମାଝୀ , ସୁମନ୍ତ ପୂଝାରୀ ତଥା ସକାଳ ପ୍ରତିନିଧି ସୁଶାନ୍ତ ଚାନ୍ଦ,ସାମ୍ବାଦିକ ନୀଳକଣ୍ଠ ବେହେରା ଉପସ୍ଥିତ ଥିଲେ।

ଦୀପକ ଠାକୁର, ନର୍ଲା ପ୍ରତିନିଧି 

Related posts

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ସରପଞ୍ଚଙ୍କ ଖାତାକୁ ମନରେଗା ଟଙ୍କା? ଚିଚିଆ ପଞ୍ଚାୟତରେ ଉଠିଲା ପ୍ରଶ୍ନ 

ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!