ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ଶବ କୁ ଅସମ୍ମାନ, ଦୋଷୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଓ ମହାପ୍ରୟାଣ ଗାଡି ଯୋଗାଇ ଦେବା ନେଇ ଥାନା ସମ୍ମୁଖରେ ଧାରଣା

ଜୁନାଗଡ଼ରେ ଶବ କୁ ଅସମ୍ମାନ,

ଦୋଷୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଓ ମହାପ୍ରୟାଣ ଗାଡି ଯୋଗାଇ ଦେବା ନେଇ ଥାନା ସମ୍ମୁଖରେ ଧାରଣା

ଜୁନାଗଡ଼,୧୩/୩(ମ ନି ସ)କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ରେ ଶବକୁ ଅସମ୍ମାନ ନେଇ କଳାହାଣ୍ଡି ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର ପଦାରେ ପଡିଛି । ଆଜି ସକାଳ ୯ଟାରେ ଶବ ବ୍ୟବଚ୍ଛେଦ କରାଗଲା କିନ୍ତୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପରିବାର ଲୋକଙ୍କୁ ମହାପ୍ରୟାଣ ଗାଡି ମିଳିନ ଥିଲା । ପରେ ପରିବାର ଲୋକେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ମହାପ୍ରୟାଣ ଗାଡି ଯୋଗାଇ ଦେବା ଦାବୀ ରେ ଡାକ୍ତରଖାନାରୁ ବ୍ୟବଚ୍ଛେଦ ଶବକୁ ଷ୍ଟ୍ରେଚର ରେ ଆଣି ଥାନା ସମ୍ମୁଖରେ ରଖି ପରିବାର ଲୋକେ ହୋହାଲ୍ଲା କରିଥିଲେ । ପରେ ମହାପ୍ରୟାଣ ଗାଡି ଆସିବା ପରେ ଶବକୁ ନେଇ ଗାଁ କୁ ଯାଇଥିଲେ । ୧୨ତାରିଖରୁ ଶବ କୁ ଆଣି ୧୩ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ରଖିଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା । ସୂଚନା ଅନୁସାରେ ଗତ ୧୨ ତାରିଖ ଦିନ ଜୁନାଗଡ଼ ଥାନା ଅନ୍ତର୍ଗତ ରଣପୁର ଗ୍ରାମର ସୁରେଶ ବିହାର କନ୍ଧ ସର୍ଗିଗୁଡା ଗ୍ରାମର ନିଜ ସମ୍ପର୍କୀୟ ବାହା ହେଉଥିବା ରୁ ବାହା ଭୋଜି ଖାଇବାକୁ ଯାଇଥିଲେ । ହେଲେ ସୁରେଶ ବିହାରଙ୍କ ଶବ ଏକ ଜମିରେ ପଡିଥିବା ନେଇ ଲୋକେ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ହତ୍ୟା କରଯାଇଥିବା ନେଇ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଓ ଗ୍ରାମବାସୀ ଦାବୀ କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ବରିଷ୍ଠ ଶିକ୍ଷାବିତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସାମ୍ୟବାଦୀ ନେତା କୃଷ୍ଣ ମୋହନ ରାଉତ ଙ୍କ ଏକାଦଶାହ ରେ ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଧ୍ରୁବ ଅର୍ଣ୍ଣପୂର୍ଣ୍ଣା ସେବା ଓ କଳା ପରିଷଦ ଦ୍ୱାରା ସ୍ମୁତି ସଭା ଓ ଭଜନ ସମାରୋହ ଅନୁଷ୍ଠିତ

Sunil Chandra Nayak

ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

କାଙ୍କେରି ମଣ୍ଡି ରେ ଆରମ୍ଭ ରୁ ଅବ୍ୟବସ୍ଥା,ପଡ଼ି ରହିଛି ହଜାର ହଜାର ବସ୍ତା ଧାନ 

Leave a Comment

error: Content is protected !!