ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାବରା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ, ଯୋଗଦେଲେ ମନ୍ତ୍ରୀ 

ନାବରା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ, ଯୋଗଦେଲେ ମନ୍ତ୍ରୀ 

ବସ୍ତା,21/12: ବସ୍ତା ବ୍ଲକ୍ ଅନ୍ତର୍ଗତ ନାବରା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ନୂଆ -ଓ ଯୁବ ଓଡିଶା ନବୀନ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଅଧ୍ୟକ୍ଷ ଅଜୟ କୁମାର ପ୍ରଧାନ ଏହି ଉତ୍ସବରେ ଅଧ୍ୟକ୍ଷତା କରି ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି, ଅବକାରୀ,ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ପ୍ରତିଭାର ବିକାଶ ହେଲେ ରାଷ୍ଟ୍ରର ପ୍ରଗତୀ ସମ୍ଭବ ବୋଲି ବକ୍ତବ୍ୟରେ କହିଥିଲେ।ମୁଖ୍ୟ ବକ୍ତା ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ କବି କାଳିପଦ ପଣ୍ଡା, ସମ୍ମାନିତ ଅତିଥି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଡେପ୍ୟୁଟି ସେକ୍ରେଟାରୀ ଜୟଦେବ ପ୍ରମାଣିକ ମଞ୍ଚାସିନ ହୋଇ ଜୀବନରେ ସଫଳତା ପାଇଁ ପିଲାମାନେ କଠିନ ଅଧ୍ୟବସାୟ ଓ ଉଦ୍ୟମ କରିବା ଉଚିତ ବୋଲି କହିଥିଲେ।ଯୁକ୍ତ ଦୁଇ ନୋଡାଲ ଅଫିସର ସାଧନା ଦାସ ଅଧିକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ର ନୃତ୍ୟ ଗୀତ ପରିବେଷଣ କରିଥିଲେ।ନୋଡ଼ାଲ ଅଫିସର ଶ୍ରୀମତି ଦାସ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା କଂଗ୍ରେସ କାର୍ଯ୍ଯାଳୟରେ ବିଶ୍ବ ରତ୍ନ ବାବା ସାହେବ ଆମ୍ବେଦକର ଙ୍କ ୧୩୨ ତମ ଜୟନ୍ତୀ ପାଳିତ

Sunil Chandra Nayak

ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ କରିବା ଘଟଣାକୁ ନେଇ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଅସନ୍ତୋଷ ପ୍ରକାଶ

Sunil Chandra Nayak

କାଶୀରାଜ ଵୈଦ୍ଯସଂଘ,ବାମନଘାଟୀ ଶାଖା ଆନୁକୁଲ୍ୟରେ ୭୬ ତମ ବନ ଉତ୍ସବ ଅବସରରେ ଔଷଧୀୟ ବୃକ୍ଷରୋପଣ

Sunil Chandra Nayak

Leave a Comment

error: Content is protected !!