ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବିଦ୍ୟାଳୟ ପରିଚାଳନା କମିଟି ଗଠିତ 

ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବିଦ୍ୟାଳୟ ପରିଚାଳନା କମିଟି ଗଠିତ 

ଢେଙ୍କାନାଳ : ତା.୦୬.୦୮.୨୦୨୬ ରିଖ : (ମ ନି ସ       ): ନିକଟରେ ଓଡ଼ିଶା ସରକାରଙ୍କ ଓସେପା ମାର୍ଗଦର୍ଶିକା ଅନୁସାରେ ପ୍ରଧାନଶିକ୍ଷକଙ୍କ ସଭାପତିତ୍ବରେ,ପର୍ଯ୍ୟବେକ୍ଷକ ପୋଲିସ୍ ଲାଇନ୍ କ୍ଲଷ୍ଟର୍ ସି ଆର୍ ସି ସି ଝସକେତନ ପ୍ରଧାନ ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବିଦ୍ୟାଳୟ ପରିଚାଳନା କମିଟି, ବିଦ୍ୟାଳୟ ବିଲ୍ଡିଂ କମିଟି ଓ ବିଦ୍ୟାଳୟ ଏକାଡେମିକ କମିଟି ଗଠିତ ହୋଇଯାଇଛି।ଏହି ଉପଲକ୍ଷେ ଏଥିରେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସମୀର ପରିଡ଼ା ସଭାପତି,ସ୍ୱାଗତିକା ପାତ୍ର ଉପସଭାପତି ପ୍ରାକ୍ତନ ଛାତ୍ର ତଥା ଢେଙ୍କାନାଳ ପୌରପାଳିକାର ୫ ନମ୍ବର ୱାର୍ଡର କାଉନସିଲର ତଥା ଉପନଗରପାଳ ପ୍ରକାଶ କୁଅଁର ମାନ୍ୟବର ସଦସ୍ୟ,ପ୍ରାକ୍ତନ ଛାତ୍ର ଓ ଅବସର ପ୍ରାପ୍ତ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ଆଲୁମିନି ପ୍ରତିନିଧି ସଦସ୍ୟ, ଡିଆଇଇଟିର ପ୍ରାକ୍ତନ ଅଧ୍ୟକ୍ଷ ଶିକ୍ଷାବିତ୍ ଡ.ସଚ୍ଚିଦାନନ୍ଦ ମିଶ୍ର, ପ୍ରାକ୍ତନ ଶିକ୍ଷକ ତଥା ଏଲ୍.ଏମ୍.ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ଇତିଶ କୁମାର ବରାଳ,ବରିଷ୍ଠ ଶିକ୍ଷୟିତ୍ରୀ ସୁନୀତାବାଳା ଷଡ଼ଙ୍ଗୀ ଓ ସମ୍ପାଦକ ଭାବରେ ବିଦ୍ୟାଳୟର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ମନୋଜ ରଞ୍ଜନ ଦଳେଇ, ଇଂଜିନିୟର ବିଶିକେଶନ ପରିଡ଼ା,ପୋଲିସ୍ ଲାଇନ୍ କ୍ଲଷ୍ଟର୍ ସି ଆର୍ ସି ସି ଝସକେତନ ପ୍ରଧାନଙ୍କ ସମେତ ମୋଟ୍ ୩୭ ଜଣ ବିଭିନ୍ନ କମିଟିରେ ଦାୟିତ୍ୱ ଗ୍ରହଣ କରିଛନ୍ତି।ଅନ୍ୟ ସଭ୍ୟା, ସଭ୍ୟମାନଙ୍କ ମଧ୍ୟରେ ସୁମତି ନାଏକ,ସଞ୍ଜୁ ବରୁଆ,କ୍ଷୀରାବ୍ ଧି ତନୟା ମହାପାତ୍ର,ପୁଷ୍ପାଞ୍ଜଳି ମିଶ୍ର,ସ୍ନେହଲତା ମଲ୍ଲିକ,ମମତା ସାମଲ,ମୌସୁମୀ ଦାଶ,ସରସ୍ୱତୀ ସିଂ,ସୂର୍ଯ୍ୟକାନ୍ତି ବେହେରା, ସୁଶାନ୍ତ କୁମାର ସ୍ୱାଇଁ,ପ୍ରଦ୍ୟୁମ୍ନ ମହାନ୍ତି,ସଞ୍ଜୟ କୁମାର ଦାଶ, ହିମାଦ୍ରି ବିହାରୀ ନାଥ,ପ୍ରେମାନନ୍ଦ ସାହୁ,ପ୍ରମୋଦ ସେଠୀ, ସୁଶାନ୍ତ ଦଳବେହେରା,ପ୍ରଶାନ୍ତ କୁମାର ବେହେରା,୫ ନମ୍ବର ୱାର୍ଡ଼ର ଅଙ୍ଗନାୱାଡି ୱାର୍କର ଲକ୍ଷ୍ମୀପ୍ରିୟା ନାୟକ ଓ ଆଶାକର୍ମୀ ଚାମେଲି ମହାନ୍ତି ପ୍ରମୁଖ ସର୍ବସମ୍ମତି କ୍ରମେ ନିର୍ଦ୍ଵନ୍ଦରେ ନିର୍ବାଚିତ ଓ ମନୋନୀତ ହୋଇଥିଲେ।ବରିଷ୍ଠ ଶିକ୍ଷୟିତ୍ରୀ ସୁନୀତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ ଓ ବିଦ୍ୟାଳୟ ପ୍ରାକ୍ତନ ଛାତ୍ର ତଥା ଆଲୁମିନି ଆସୋସିଏସନ୍ ର ସଭାପତି ପ୍ରାକ୍ତନ ପ୍ରଧ୍ୟାପକ ବରିଷ୍ଠ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ଦ୍ୱାରା ଅଧିକୃତ ପ୍ରତିନିଧି ପ୍ରାକ୍ତନ ଛାତ୍ର ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ସ୍ୱାଗତ ଅଭିଭାଷଣ,ଅତିଥି ପରିଚୟ ପ୍ରଦାନ,ସଭାର ଆଭିମୁଖ୍ୟ ସହ ସ୍ଵ ସ୍ଵ ବକ୍ତବ୍ୟ ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀମାନଙ୍କ ମିଳିତ ସହଯୋଗରେ ସୁଚାରୁରୂପେ ସଭା ସଂଯୋଜନା ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଦୁଇ ବର୍ଷ ପାଇଁ କାର୍ଯ୍ୟ କରିବାକୁ ଥିବା ଏହି ନବଗଠିତ ବିଭିନ୍ନ କମିଟିର ସଭାପତି,ଉପସଭାପତି ଓ ସମସ୍ତ ସଭ୍ୟା,ସଭ୍ୟମାନେ ଶପଥ ପାଠ କରିବା ସହିତ ସ୍ଵୀୟ ବକ୍ତବ୍ୟରେ ଏହି ଶତାୟୁ ଅନୁଷ୍ଠାନର ସମସ୍ତ ଅଭାବ ଅସୁବିଧା ଦୂରୀକରଣ କରି ଏହାର ସୁପରିଚାଳନା ପାଇଁ ଦୀର୍ଘ ଏକ ବର୍ଷ ଧରି ବିଦ୍ୟାଳୟର ଖାଲି ପଡ଼ିଥିବା ପ୍ରଧାନ ଶିକ୍ଷକପଦବୀରେ ଜଣେ ନୂତନ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତ କରି ସ୍ଥାୟୀ ଦାୟିତ୍ୱ ପ୍ରଦାନ କରିବାକୁ ଓଡ଼ିଶା ସରକାରଙ୍କ ନିକଟରେ ଦୃଢ଼ ଦାବୀ ଉପସ୍ଥାପନ କରିବାକୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ।ପରିଶେଷରେ ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ଡିଜିଟାଲ ମିଡ଼ିଆ ଜିଟିଭି ଭାରତ ଓଡ଼ିଆର ୭ମ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ସମକାଳୀନ ସାଧାରଣ ନିର୍ବାଚନ,୨୦୨୪ ରାୟଗଡ ଜିଲ୍ଲାରେ   ନିର୍ବାଚନ ପ୍ରସ୍ତୁତି 

masiha

ଶହେ ବର୍ଷର ପାରମ୍ପରିକ ଉତ୍ସବ, ଯୋଉଠି ଗ୍ରାମର ମୁରବି ମାନେ ସମ୍ମାନିତ ହୁଅନ୍ତି !

Sunil Chandra Nayak

Leave a Comment

error: Content is protected !!