ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ଲାମ୍ପରେ ନାଫେଡ ବିଧାୟକଙ୍କ ଦ୍ବାରା ଉଦଘାଟିତ

ବିଜାତଳା ଲାମ୍ପରେ ନାଫେଡ ବିଧାୟକଙ୍କ ଦ୍ବାରା ଉଦଘାଟିତ

ରାଇରଙ୍ଗପୁର – ୫/୦୮ କୋଅପେଟିଭ ସଂସ୍ଥା ଦିନକୁ ଦିନ ଲୋକାଭିମୁଖୀ ହେଉଛି ।କୃଷକ ଓ ଅଞ୍ଚଳବାସୀଙ୍କ ପ୍ରଗତି ,ଆର୍ଥିକ ଉନ୍ନତି ଓ ସାମାଜିକଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ ।ଚାଷୀମାନେ କିଭଳି ନିଜର ଉତ୍ପାଦିତ ସାମଗ୍ରୀ ସରକାରଙ୍କ ପାଖରେ କ୍ରୟ ଓ ବିକ୍ରୟ କରିପାରିବେ ତାହା ହିଁ ମୁଖ୍ୟ ଉଦ୍ଦେଶ୍ୟ ।ଆଜି ବୁଧବାର ଦିନ ଵିଜାତଳା ବାମ୍ଫ ତରଫରୁ ଏକ ନାଫେଡ ଏବଂ ଓ୍ବାନ୍ ଷ୍ଟଲ ଷ୍ଟୋରର ଶୁଭ ଉଦ୍ଘାଟନ ସାରସକଣା ଵିଧାୟକ ମାଧବ ହାଁସଦା଼ଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେଵିଜାତଳା ବିଡ଼ିଓ, ଏଆରସିସି ତୁଷାରକାନ୍ତି ମହାନ୍ତି, ଲ୍ଯାମ୍ପର ଏମଡି,କର୍ମଚାରୀ,ବରିଷ୍ଠ ବିଜେପି ନେତା ସଞ୍ଜିବ ମହାନ୍ତି,ଦଳିୟ କର୍ମି,ଅଞ୍ଚଳର ଚାଷୀଵୃନ୍ଦ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ‌ ନାଫେଡ ଷ୍ଟୋର ରେ ରୁମରେ ଓମଫେଡର ଦୁଧ,ଦହି,ଲସି,ଛେନାପୋଡ,ବଜାର ପରଠାରୁ କମରେ ଉପଲବ୍ଧ ହେବା ସହ ,ଅଂଟା,ଷୋରିଷ ତେଲ,ହଳଦୀ,ଲଙ୍କା,ତବଲା,ତା ଗୁଣ୍ଡ ଖାଇବା ତେଲ ପ୍ରଭୃତି ଉପଲବ୍ଧ ହେବ ।ସମସ୍ତ ଅଞ୍ଚଳବାସୀ ଏଠାରୁ କମ ଦରରେ ସାମଗ୍ରୀ କିଣି ଲାଭବାନ ହୁଅନ୍ତୁ ବୋଲି ବିଧାୟକ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି କହିଥିଲେ ‌।ବିଜାତଳାରେ ଏହି ନାଫେଡ ଷ୍ଟୋର ଖୋଲିଥିବାରୁ ଅଞ୍ଚଳବାସୀ ଖୁସି ହୋଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ମହାବିନାୟକଙ୍କ ଆଜ୍ଞାମାଳ ନେଇ ୨୧ତମ ଗଣେଶ ପୂଜାର ଶୁଭାରମ୍ଭ କଲା ପ୍ୟାଶନ କ୍ଲବ

Sunil Chandra Nayak

କାର୍ଯ୍ୟନୁଷ୍ଠାନ ପାଇଁ ଦାବି କଲେ ଅନଶନ ରେ ବସିଥିବା ଆନ୍ଦୋଳନ କାରୀ

Sunil Chandra Nayak

ତିନି କିଲୋମିଟର ଚାଲିଚାଲି ଯାଇ ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟସେବା ଯୋଗାଇଲେ ସ୍ୱାସ୍ଥ୍ୟ କର୍ମଚାରୀ 

masiha

Leave a Comment

error: Content is protected !!