ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରି ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଉଦଯାପିତ 

ସରକାରି ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଉଦଯାପିତ 

ବନ୍ଧୁଗାଁ ତା ୨୨/୧୨/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ନିଲାବାଡି ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ସରକାରି ଏସ ଏସ ଡି ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ ଙ୍କ ତତ୍ଵାବଧାନ ଓ ପରିଚାଳନାରେ ଚଳିତ ମାସର ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ଛାତ୍ରୀ ମାନଙ୍କୁ ନେଇ କ୍ରିଡ଼ା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆଜି ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷା ସସ୍ମିତା ମେଲେକା ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ଏସ ଡି ସି ସଦସ୍ୟ ଲଡୁ ହୁଲୁକା, ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ମଦନ ମୁଦୁଲି, ସି ଆର ସି ସି କେ ପ୍ରତାପ କୁମାର,ଓ ସ୍କୁଲ ପରିଚାଳନା ସଭାପତି ମାରୀଗା ହାରାକା ଙ୍କୁ ଛାତ୍ରୀ ମାନଙ୍କ ଦ୍ଵାରା ପୁଷ୍ପଗୁଛ ଓ ଉପଢୌକନ ଦେଇ ସ୍ଵାଗତ କରାଯାଇଥିଲା । ଉପସ୍ଥିତ ଥିବା ସମସ୍ତ ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ଛାତ୍ରୀ ମାନଙ୍କ ଦ୍ଵାରା ” ମା” ବିନା କିଏ ହୋଇବ ସାହା ର ଏକ ସାମାଜିକ ନାଟକ ଅଭିନୟକୁ ବସି ମନଭରି ଉପଭୋଗ କରିଥିଲେ। ଏହି ନାଟକଟି ଅତି ଅତି ହୃଦୟ ସ୍ୱର୍ଷି ରହୁଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ମୂଖ୍ୟ ଅତିଥି ଭାବେ ନିମନ୍ତ୍ରଣ ପାଇ ଆସି ଉପସ୍ଥିତ ରହି ଥିବା ବେଳେ ନିଜ ଭବିଷ୍ୟତ ଗଠନ କରାଇବା ପାଇଁ ଏହି ସ୍କୁଲରେ ପାଠ ପଢିବାର ସୁଯୋଗ ପାଇଥିବାରୁ ନିଜକୁ ଗର୍ବିତ, ଆଉ ଆଜି ଏଠାରେ ନିମନ୍ତ୍ରଣ ପାଇ ତୁମ ସମ୍ଭୁଖରେ ଠିଆ ହୋଇଛି । ନିଜ ପାଠ ପଢା ସମୟରେ ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷା ଦେଉଥିବା ବେଳେ ଶିକ୍ଷକଙ୍କ ଅଭିଶାପ ସଦୃଶ୍ୟ କଥାକୁ ନିଜକୁ ଆଶୀର୍ବାଦ ଭାବି ମାନି ନେଇଥିଲେ ଓ ସେ ଦଶମ ଶ୍ରେଣୀରେ ସେହି ବର୍ଷ ଟପ୍ ହୋଇ ପାସ କରିଥିଲେ । ଛାତ୍ରୀ ମାନଙ୍କୁ ପରିଶ୍ରମ ମୋବାଇଲ ଫୋନ ସହିତ ନ କରି ନିଜ ପାଠ ପଢା ବହି ସହିତ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ଏହା ସହିତ ଗୁରୁଙ୍କୁ ସମ୍ମାନ ମଧ୍ୟ ଦେବା ପାଇଁ ପରାମର୍ଶ ଦେଇ ଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା,ରାଜ୍ୟ ଆଇନଜୀବୀ ପରିଷଦ ଆହ୍ୱାନ ରେ ରାଜ୍ୟବ୍ୟାପୀ ଓକିଲ ଙ୍କ ଆନ୍ଦୋଳନ ରେ ସାମିଲ ହେଲା ରାଉରକେଲା ଓକିଲ ସଂଘ

Sunil Chandra Nayak

ବ୍ଲକ୍ ସ୍ତରୀୟ ପଞ୍ଚାୟତି ରାଜ ଦିବସ ପାଳନ 

masiha

ଓଡିଶା ମିଲେଟ ମିଶନ ପକ୍ଷରୁ ବିଭିନ୍ନ ପ୍ରତିଯୋଗୀତା

Sunil Chandra Nayak

Leave a Comment

error: Content is protected !!