ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଦନା ରେ ଗୀତା ଜୟନ୍ତି ପାଳିତ 

ମେଦନା ରେ ଗୀତା ଜୟନ୍ତି ପାଳିତ 

ଡାବୁଗାଁ, ୨୪/୧୨ (ମ.ନି.ସ.) – ଆଜି ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମେଦନା ଗ୍ରାମରେ ରବିବାର ଗୀତା ଜୟନ୍ତି ପାଳନ କରା ଯାଇଛି । ଏହି ଅବସରରେ ସମାଜସେବୀ ବାବୁଲାଲ ହରିଜନ ଏହି କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ହିନ୍ଦୁ ମହାସଂଘ ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ସୌଭାଗ୍ୟ ବାବା, ମୁଖ୍ୟ ବକ୍ତା ଭାବେ ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ଏବଂ ଅତିଥି ଭାବେ ବ୍ରାହ୍ମଣ ସମାଜ ସଭାପତି ଶିବପ୍ରସାଦ ମିଶ୍ର ଯୋଗଦାନ କରିଥିଲେ । ମିହିର ଶଙ୍କର ପାତ୍ର, ଗଗନ ଗନ୍ତାୟତ, ଡାକୃସି କଲାର, ଯୁବ ହିନ୍ଦୁ ମହାସଂଘ ଅବିଭକ୍ତ କୋରାପୁଟ ଜିଲା ସଭାପତି ଥବିର ପନକା, ଝରିଗାଁ ବ୍ଲକ ସଭାପତି ଗୁଡୁ ସାହୁ, ଗୋବିନ୍ଦ ମାଝୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ଭଗବାନ ଶ୍ରୀକୃଷ୍ଣ ଙ୍କ ଜୀବନୀ ଏବଂ ଗୀତା ଜ୍ଞାନ ଉପରେ ଆଲୋଚନା କରା ଯାଇଥିଲା । ଏହି ଅବସରରେ ଛୋଟ ଛୋଟ ଶିଶୁ ସମେତ ସମସ୍ତ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ଭଗବତ ଗୀତା ଦାନ କରାଯାଇଥିଲା ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳର ସହକାରୀ ଶିକ୍ଷକ କିରଣ କଣ୍ଟା,ଭୂପେନ୍ଦ୍ର ସିଂହ ମାଝୀଙ୍କର ସ୍ଥାନାନ୍ତର ଓ ଜ୍ୟୋତି ରଞ୍ଜନ ନାୟକ,ନଳିନୀ ବେହେରା ଓ କାର୍ଯ୍ୟାଳୟ ସହକାରୀ ଅଜିତ କୁମାର ବାରିକଙ୍କ ଯୋଗଦାନ ଉପଲକ୍ଷେ ବିଦାୟକାଳୀନ ଓ ସ୍ଵାଗତ ସମ୍ୱର୍ଦ୍ଧନା ସଭା -୨୦୨୫ ଅନୁଷ୍ଠିତ 

Sunil Chandra Nayak

ଭାରତ ସରକାର ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଅନିତା କର୍ଣ୍ଣଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ

Sunil Chandra Nayak

ବାଣପୁରରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!