ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଦନା ରେ ଗୀତା ଜୟନ୍ତି ପାଳିତ 

ମେଦନା ରେ ଗୀତା ଜୟନ୍ତି ପାଳିତ 

ଡାବୁଗାଁ, ୨୪/୧୨ (ମ.ନି.ସ.) – ଆଜି ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମେଦନା ଗ୍ରାମରେ ରବିବାର ଗୀତା ଜୟନ୍ତି ପାଳନ କରା ଯାଇଛି । ଏହି ଅବସରରେ ସମାଜସେବୀ ବାବୁଲାଲ ହରିଜନ ଏହି କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ହିନ୍ଦୁ ମହାସଂଘ ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ସୌଭାଗ୍ୟ ବାବା, ମୁଖ୍ୟ ବକ୍ତା ଭାବେ ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ଏବଂ ଅତିଥି ଭାବେ ବ୍ରାହ୍ମଣ ସମାଜ ସଭାପତି ଶିବପ୍ରସାଦ ମିଶ୍ର ଯୋଗଦାନ କରିଥିଲେ । ମିହିର ଶଙ୍କର ପାତ୍ର, ଗଗନ ଗନ୍ତାୟତ, ଡାକୃସି କଲାର, ଯୁବ ହିନ୍ଦୁ ମହାସଂଘ ଅବିଭକ୍ତ କୋରାପୁଟ ଜିଲା ସଭାପତି ଥବିର ପନକା, ଝରିଗାଁ ବ୍ଲକ ସଭାପତି ଗୁଡୁ ସାହୁ, ଗୋବିନ୍ଦ ମାଝୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ଭଗବାନ ଶ୍ରୀକୃଷ୍ଣ ଙ୍କ ଜୀବନୀ ଏବଂ ଗୀତା ଜ୍ଞାନ ଉପରେ ଆଲୋଚନା କରା ଯାଇଥିଲା । ଏହି ଅବସରରେ ଛୋଟ ଛୋଟ ଶିଶୁ ସମେତ ସମସ୍ତ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ଭଗବତ ଗୀତା ଦାନ କରାଯାଇଥିଲା ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପଂଚାୟତ ଡ୍ରେନ ସଫା ନ ହେବାରୁ ଡ୍ରେନ ରେ ଅଳିଆ ଆବର୍ଜନା ପାଣି ରାଇଘର ବଜାର ର ମୁଖ୍ୟ ରାସ୍ତା ଉପରେ

masiha

ବେଦବ୍ୟାସ ପୀଠର ଉନ୍ନତିକରଣ ଦାବି

masiha

ଚିଲଗାଁ ଠାରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କାର : ଅଳ୍ପକେ ବର୍ତ୍ତିଲେ ଚାଳକ

Leave a Comment

error: Content is protected !!