ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଧର୍ମଗଡ: ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର ପୁଲିସ ର ତଦନ୍ତ ଜାରି

ଧର୍ମଗଡ: ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର ପୁଲିସ ର ତଦନ୍ତ ଜାରି

ଧର୍ମଗଡ ଥାନା ଅଧିନସ୍ଥ ଘୁମର -ବୋଡେ଼ନ ରାସ୍ତା କେନାଲ ନିକଟରେ ଜଣେ ବ୍ୟକ୍ତି ଙ୍କ ମୃତ ଶରୀର ଧର୍ମଗଡ ପୁଲିସ ଉଦ୍ଧାର କରିଛି। 

ପ୍ରାପ୍ତ ସୂଚନା ରୁ ଜଣା ଯାଏ ଯେ ଅଇଁଲାଜୋର ଗ୍ରାମର ଡିଙ୍ଗର ହାତୀ (୪୫) ଶନିବାର ଅପରାହ୍ନ ସମୟରେ ଘୁମର ମଣ୍ଡି କୁ ନିଜ ଧାନ ବିକିବା ପାଇଁ ଯାଇ ଘରକୁ ଆଉ ଫେରି ନ ଥିଲେ।

ରବିବାର ଦିନ ପ୍ରାତଃ ସମୟରେ ତାଙ୍କ ମୃତ ଦେହ କେନାଲ ନିକଟରେ ପଡି ରହିଥିବା ଦେଖିବାକୁ ଲୋକେ ପାଇଥିଲେ।ମୃତଦେହ ନିକଟରେ ତାଙ୍କ ମଟର ସାଇକେଲ ଓଡି ୦୮ସି ୯୧୮୫ ପଡିରଛି। ଏହି ବିଷୟରେ ମୃତକ ର ସାନ ଭାଇ କୁ ନୁ ହାତୀ ଧର୍ମଗଡ ଥାନା ରେ ଲିଖିତ ଅଭିଯୋଗ କରିଥିଲେ।ଏତଲା କୁ ଭିତ୍ତି କରି ପୁଲିସ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଧର୍ମଗଡ ଥାନା ଅଧିକାରୀ ଦାମୋଦର ବିହାରୀ ଙ୍କ ନେତୃତ୍ୱରେ ସାଇଣ୍ଟିଫିକ୍ ଦଳ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ଅଧିକ ଅନୁସନ୍ଧାନ ଜାରି ରଖିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିବାହିତା ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ, ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକେ

masiha

ଲକ୍ଷାଧିକ ଟଙ୍କାର ଶାଗୁଆନ୍ କାଠ ଜବତ

Sunil Chandra Nayak

ମେଡ଼ିସିନ ଷ୍ଟୋର ରୁ ସଟର ତାଲା ଭାଙ୍ଗି ଚୋରୀ ଘଟଣାରେ ଦୁଇ ପେଶାଦାର ଅପରାଧୀ ଗିରଫ : ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ 

masiha

Leave a Comment

error: Content is protected !!