ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ପଞ୍ଚାୟତ କଲେଜରେ ନୂଆ ଓ କାର୍ଯ୍ୟକ୍ରମ ଉଦଯାପିତ 

କୋକସରା ପଞ୍ଚାୟତ କଲେଜରେ ନୂଆ ଓ କାର୍ଯ୍ୟକ୍ରମ ଉଦଯାପିତ 

କୋକସରା,୨୩/୧୨ // ଯୁବ ଶକ୍ତିର ଉତ୍ଥାନ ପାଇଁ ରାଜ୍ୟ ସରକାର ନୂଆ- ଓ ଯୁବ ଓଡ଼ିଶା – ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଶନିବାର କୋକସରା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନୂଆ ଓ କାର୍ଯ୍ୟକ୍ରମ ଉଦଯାପିତ ହୋଇସାରିଛ। ପଞ୍ଚାୟତ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଉପେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ ଯୋଗଦେଇ ନୂତନ ଓଡିଶା ନିର୍ମାଣର ସ୍ୱପ୍ନ ଯୁବବର୍ଗଙ୍କ ହାତରେ ରହିଛି ସେମାନଙ୍କ ପ୍ରତିଭା ବିକାଶ ହେଲେ ଜଣେ ସ୍ୱେଚ୍ଛାସେବୀ ଓ ଭବିଷ୍ୟତରେ ଦାୟିତ୍ଵ ସମ୍ପନ୍ନ ନାଗରିକ ହୋଇପାରିବେ ବୋଳି କହିଥିଲେ। ସମ୍ମାନିତ ଅତିଥି ଭାବେ ଓମଫେଡ଼ ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ଅଧ୍ୟାପକ ଦେବେନ୍ଦ୍ର ମେହେର, ସିଦ୍ଧାର୍ଥ ନନ୍ଦ, ପିଇଟି ନିରଞ୍ଜନ ନେଗି ମଞ୍ଚାସୀନ ଥିଲେ। ଏହି ଅବସରରେ ନୂଆ ଓ ନବୀନ ଓଡିଶା କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଛାତ୍ରୀ ତୁଳସି ରାଉତ, ଦେବସ୍ରିତା ସୁହାନି ନାଏକ ମଞ୍ଚ ସଂଯୋଜନା କରିଥିବା ବେଳେ ଉଦଯାପନୀ ସଭାକୁ ଅଧ୍ୟାପକ ଦେବେନ୍ଦ୍ର ମେହେର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଓ ସିଦ୍ଧାର୍ଥ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଯୁଗଳ ବାଗ, ଅନୀଲ ବାଗ, ପ୍ରଭାତ କୁମାର ଶୁକ୍ଳା, ରାମକୃଷ୍ଣ ଚୌଧୁରୀ, ଅଧ୍ୟାପିକା କଳ୍ପନା ଭୋଇ, ଲିପ୍ସା ଦାସ, ଜ୍ୟୋର୍ତିମୟୀ ପାଣିଗ୍ରାହୀ, କର୍ମଚାରୀ ସୁଜିତ ପଣ୍ଡା, ପବିତ୍ର କେତକୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ନାଟ୍ୟ ପଦଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ସୀମାନ୍ତ ସାହିତ୍ୟ ପରିବାର ତରଫରୁ ଭାଷା ଓ ସଂସ୍କୃତିଭିତ୍ତିକ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!