ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମହିଳାଙ୍କ ଝୁଲନ୍ତା ଶବ ପୋଲିସ ଦ୍ବାରା ଉଦ୍ଧାର 

ମହିଳାଙ୍କ ଝୁଲନ୍ତା ଶବ ପୋଲିସ ଦ୍ବାରା ଉଦ୍ଧାର 

 ମୟୂରଭଞ୍ଜ – ୨୪/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ବାଉତିଵେଡା ଗ୍ରାମର ଠୁଳୁକୁଚଟାଣି ଗ୍ରାମରେ ଜନୈକା ବିବାହିତା ମହିଳା ତାଙ୍କ ବାପଘର ନିକଟସ୍ଥ ବିଲ ନିକଟରେ ଏକ ଗଛରୁ ଝୁଲନ୍ତା ମୃତଦେହ ପୋଲିସ ଦ୍ବାରା ଉଦ୍ଧାର । ସୂଚନାଯୋଗ୍ୟ ଠୁଳୁକୁଚଟାଣି ଗ୍ରାମର ଵୁଧୁରାୟ ହେମ୍ବ୍ରମଙ୍କ ଝିଅ ଯମୁନା ମାର୍ଣ୍ଡୀ (୨୩) ଵିଜାତଳା ବ୍ଳକର ଭାଲୁଯୋଡି ଗ୍ରାମର ଲକ୍ଷ୍ମଣ ମାର୍ଣ୍ଡିଙ୍କୁ ୨୦୧୬ ମସିହାରେ ପ୍ରେମ ବିବାହ କରିଥିଲେ ।ପରେ ସେମାନେ ବାଙ୍ଗାଲୋର ଯାଇ କିଛି କାମଧନ୍ଦା କରି ଗୁଜୁରାଣ ମେଣ୍ଟାଉଥିଲେ ।ପରେ ଲକ୍ଷ୍ମଣ ନିଜ ସ୍ତ୍ରୀକୁ ତାଙ୍କ ଗାଁ ରେ ଛାଡି ଦେଇ ବାଙ୍ଗାଲୋର କାମଧନ୍ଦା କରିବାକୁ ପଳାଇଥିଲେ । ଇତିମଧ୍ୟରେ ମଝିରେ ମଝିରେ ପତିପତ୍ନୀ ମଧ୍ୟରେ କୌଣସି ନା କାରଣରୁ ବୁଝାମଣା ଅଭାବରୁ ମନୋମାଳିନ୍ଯ,ଝଗଡା ଘଟୁଥିଲା ।ଧିରେ ଧିରେ ପରସ୍ପର ମଧ୍ୟରେ ସଂପର୍କ ବିଗିଡିଵାରେ ଲାଗିଲା । ପରସ୍ପରକୁ ଚାରିତ୍ରିକ ସନ୍ଦେହ ନେଇ ସଂପର୍କ ତିକ୍ତ ହୋଇଥିଲା ।ପରେ ଯମୁନାର ବାପା ସପ୍ତାହ ହେଲା ଝିଅକୁ ତାଙ୍କ ଘରକୁ ନେଇ ଆସିଥିଲେ ।ହେଲେ ଯମୁନା ରବିବାର ସକାଳ ୫ ଟା ବେଳେ ବାହାରକୁ ଶୌଚ ପାଇଁ ଯାଇ ଘରକୁ ଫେରି ନ ଥିଲେ ।ଘର ଲୋକେ ଖୋଜାଖୋଜି କଲାପରେ ବିଲ ନିକଟସ୍ଥ ନିଛାଟିଆ ଯାଗାରେ ଏକ ଗଛରେ ଯମୁନା ଝୁଲୁଥିବା ଦେଖି ଥାନାକୁ ଏବଂ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୨୬/୨୩ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ ପଠାଇଥିଲେ । ଯମୁନା ଏକ ହସ୍ତ ଲିଖିତ ନୋଟ ଲେଖିଛନ୍ତି ଯେ ମୋ ସ୍ବାମୀ ମୋର ଚରିତ୍ର ଉପରେ ସନ୍ଦେହ କରି ବାରମ୍ବାର ମାନସିକ ନିର୍ଯ୍ୟାତନା ଦେଉଥିବାରୁ ସେ ବାଧ୍ୟ ହୋଇ ଆତ୍ମହତ୍ୟା କରିଛନ୍ତି । ଏଥିପାଇଁ ଅନ୍ୟ କାହାରିକୁ ମୁଁ ଦୋଷ ଦେଉନାହିଁ । ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନକଲି ସୁନା ଶଙ୍ଖ ଦେଇ ଫସିଲେ ଯୁବକ, ଅପହରଣ ପରେ ମଧ୍ୟପ୍ରଦେଶରୁ ଉଦ୍ଧାର କଲା ମଇଦଲପୁର ପୋଲିସ

Sunil Chandra Nayak

ବଜାର ମଝିରେ କାଠ ଫାଳିଆ ଆକ୍ରମଣ: ଯୁବକ ଗୁରୁତର ଆହତ, ଅଞ୍ଚଳରେ ଭୟର ପରିବେଶ

Sunil Chandra Nayak

ଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ୦୨ ଗିରଫ 

Sunil Chandra Nayak

Leave a Comment

error: Content is protected !!