ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ବଡଦିନ ପାଳିତ 

ଡାବୁଗାଁରେ ବଡଦିନ ପାଳିତ 

ଡାବୁଗାଁ,୨୫/୧୨(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକ ମାନେ ପ୍ରଭୁ ଯୀଶୁ ଙ୍କ ଜନ୍ମ ଦିନ ମହାଆଡମ୍ବରରେ ସୋମବାର ବଡଦିନ ପାଳିତ ହୋଇଯାଇଛି | ଏହି ଅବସରରେ ସ୍ଥାନୀୟ ଚର୍ଚ୍ଚରେ ରବିବାର ସନ୍ଧ୍ୟାରୁ ପ୍ରାର୍ଥନା ସଭା ଆୟୋଜନ କରାଯାଇ ଆଜି ପର୍ଯ୍ୟନ୍ତ ଚାଲିଥିଲା | ଚର୍ଚ୍ଚର ପ୍ରାଚୀନ ପ୍ରଦୀପ ଗରଡା ଯୀଶୁଖ୍ରୀଷ୍ଟଙ୍କ ବାଣୀ ଏବଂ ବାଇବେଲର ନୀତିବାଣୀ ପଠନ କରି ଆଲୋଚନା କରିଥିଲେ | ଏଥିରେ ସ୍ଥାନୀୟ ଚର୍ଚ୍ଚର ସଭାପତି ପ୍ରତାପ କୁମାର ନାୟକ, ଉପସଭାପତି ସୁମିତ କୁମାର ନାଗ, ସମ୍ପାଦକ କେଶରୀ ନାୟକ, ଦୀପକ ନାୟକ, କୋଷାଧ୍ୟକ୍ଷ ଗୋପାଳ ବାହାଦୁର, ଜ୍ୟୋତିମହିନୀ ଭତ୍ରା, ଜଗଦୀଶ ଭତ୍ରା, କଇନକିଶୋର ଖୋସଲା, ଦୀପକ ନାୟକ, ବୁଲୁ ଗରଡା ଓ ବୁଲୁ ଗରଡା ପ୍ରମୁଖ ବିଧିବଦ୍ଧ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଏଥିରେ ଖ୍ରୀଷ୍ଟୀୟ ବିଶ୍ଵାସୀ ମାନେ ଉପସ୍ଥିତ ରହି ବଡଦିନ ପାଳନ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜାତୀୟ ଖାଉଟି ଦିବସ-୨୦୨୨ ନବୋଦୟ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପାଳିତ

Sunil Chandra Nayak

ଗୋସାଣୀନୂଆଗାଁ ଓ ବିଜିପୁର ମଣ୍ଡଳରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ନୂତନ ରାଶନ କାର୍ଡ ବଣ୍ଟନ

Sunil Chandra Nayak

ଶିଶୁ ଦିବସ ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!