ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇରେ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ

 ବିଶୋଇରେ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ

     ମୟୂରଭଞ୍ଜ -୨୫/୧୨ ( ମସିହା )ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପାୟୀଙ୍କ ୯୯ତମ ଜନ୍ମଜୟନ୍ତୀରେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଠାରେ ବିଜେପିର ବରିଷ୍ଠ ନେତୃବୃନ୍ଦ ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବ୍ୟାପାର ମନ୍ତ୍ରୀ ଇଂ ବିଶେଶ୍ବର ଟୁଡୁ, ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ଝାଡ଼ଖଣ୍ଡ ରାଜ୍ୟର ପ୍ରାକ୍ତନ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ଦୀନେଶ ଷଡଙ୍ଗୀ,ପୂର୍ବ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି କାନ୍ଦରା ସୋରେନ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି କୃପାସିନ୍ଧୁ ମହାନ୍ତ, ପୂର୍ବତନ ମନ୍ତ୍ରୀ ପ୍ରବୀଣ ଭଂଞ୍ଜଦେଓ,ପ୍ରାକ୍ତନ ସାଂସଦ ଲକ୍ଷ୍ମଣ ଟୁଡୁ,ସାରସକଣା ବିଧାୟକ ଡଃ ବୁଢାନ ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଯଶିପୁର ବିଧାୟକ ଇଂ ଗଣେଶ ରାମ ଖୁଣ୍ଟିଆ,ବାରିପଦା ବିଧାୟକ ପ୍ରକାଶ ସୋରେନ,ପ୍ରାକ୍ତନ ବିଧାୟକ ପୁରୁଷୋତ୍ତମ ନାଏକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ ମହାନ୍ତି, ବହୁ ନେତୃବୃନ୍ଦ ଏବଂ କର୍ମୀଙ୍କ ଉପସ୍ଥିତିରେ ମହାନ ଦେଶଭକ୍ତ ତଥା ବିଶ୍ଵର ଦିତୀୟ ନେତା ଅଟଳଜୀଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତଦସହ ବିଶୋଇର ତ୍ରିବେଣୀ ଛକକୁ ଅଟଳଜୀଙ୍କ ନାମରେ ନେତୃବୃନ୍ଦ ଅଟଳଜୀଙ୍କ ଛକ ଘୋଷଣା କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ତିର୍ତ୍ତୋଲରୁ ଲଳିତଗିରି ଯାତ୍ରାକଲେ ସାମ୍ବାଦିକ ସୁରକ୍ଷା ସମିତିର ସାମ୍ବାଦିକ ମାନେ

Sunil Chandra Nayak

ରମେଶ ଚନ୍ଦ୍ର ମହାନ୍ତିଙ୍କ ଶୁଦ୍ଧି କ୍ରିୟା ପାଇଁ ଆର୍ଥିକ ସହାୟତା ଯୋଗେଇ ଦେଲେ  ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ

Sunil Chandra Nayak

ଦିଗି ସରପଞ୍ଚ ଙ୍କ ଦ୍ଵାରା ଧାନ ମଣ୍ଡି ପଞ୍ଜିକରଣ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!