ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡ ରେ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ

ଧର୍ମଗଡ ରେ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଉପଖଣ୍ଡ ସ୍ତରୀୟ ବିଜୁ ଜନତା ଦଳର ଏକ ବିଶାଳ ଶୋଭାଯାତ୍ରା ଧର୍ମଗଡ ସହର ପରିକ୍ରମା କରିଥିଲା।

ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ଧର୍ମଗଡ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଲୋକଙ୍କ ଆଶୀର୍ବାଦରୁ ବିଜୁ ଜନତା ଦଳ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ୨୬ ବର୍ଷ ମଧ୍ୟରେ ଓଡ଼ିଶା ର ବିକାଶ ଆଜି ଦେଶ ବିଦେଶରେ ଆଦର୍ଶ ପାଲଟିଛି ବୋଲି ସେ ପ୍ରକାଶ କରିଥିଲେ।

ପ୍ରବାଦ ପୁରୁଷଙ୍କ ମାର୍ଗ ଅନୁସରଣ କରି ପ୍ରଗତି ପୁରୁଷ ମାନ୍ୟବର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଙ୍କ ନେତୃତ୍ୱରେ ଓଡିଶାକୁ ଆହୁରି ସମୃଦ୍ଧ ଓ ବିକଶିତ କରିବା ପାଇଁ ସଂକଳ୍ପ ନେବା ବୋଲି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଆହ୍ଵାନ ଦେଇଥିଲେ।

ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡ଼ ର ଅଧ୍ୟକ୍ଷା କଲ୍ୟାଣୀ ନାଏକ, ଜିଲ୍ଲା ଉପ ସଭାପତି ପ୍ରଦୀପ କୁମାର ମୁଣ୍ଡ,ଏନଏସି ଉପାଧ୍ୟକ୍ଷା ମନୀଷା ମିଶ୍ର, ବିଜୁ ମହିଳା ସେଲ ର ସୁଶ୍ରୀ ହୀରା ବାଗ, ଜିଲ୍ଲା ଉପ ସଭାପତି ଥବିର ପ୍ରସାଦ ସାହୁ, ଜିଲ୍ଲା ସଂପାଦକ ଗୌର ଛତ୍ରିଆ, ପ୍ରଶାନ୍ତ ତିୱାରୀ, ପ୍ରେମଲାଲ ନାଏକ, ଜିଲ୍ଲା ସଂପାଦକ ନବୀନ ପଣ୍ଡା, କୋକସରା ବ୍ଲକ ସଂପାଦକ ପଞ୍ଚକ ପୋଡ଼, ନିର୍ବାଚନ ମଣ୍ଡଳୀ ସଭାପତି ମାନସ ବାଗ, ସରକାରୀ ଓକିଲ ଧୀରେନ୍ଦ୍ର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ, ସଭ୍ୟା ନିବେଦିତା ହଂସ,କୋକସରା ବ୍ଲକ ସଭାପତି ସୁଶାନ୍ତ ବେହେରା, ଧର୍ମଗଡ ବ୍ଲକ ମହିଳା ସଭାପତି ମିଥିଳା ପୁଞ୍ଜି, ଜୁନାଗଡ ଆରଏମସି ଉପ ସଭାପତି ବିବେକ ରଞ୍ଜନ ମିଶ୍ର, ଜିଲ୍ଲା ଏସସି ସେଲ ଉପ ସଭାପତି କ୍ଷୀରୋଦ ବାଗ,ଧର୍ମଗଡ ବ୍ଲକ ପ୍ରତିନିଧି ସ୍ଵାଧୀନ ବାଗ ସମେତ ଶତାଧିକ ବିଜୁ ଜନତା ଦଳର କର୍ମୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ବିଜୁ ଜନତା ଦଳର ଧର୍ମଗଡ ବ୍ଲକ ସଭାପତି ସ୍ୱାଗତ ଭାଷଣ ଦେଇ ଥିବା ବେଳେସୁଶ୍ରୀ ହୀରା ବାଗ ଧନ୍ୟବାଦ୍ ଦେଇଥିଲେ। ଏହି ଅବସରରେ କୋକସରା ,କଲମପୁର, ଧର୍ମଗଡ ବ୍ଲକ ର ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଜେଡିର ନୂଆ କାର୍ଯ୍ୟାଳୟ ଶଙ୍ଖ ଭବନ ମୂଖ୍ୟମନ୍ତ୍ରୀ ଙ୍କ କର କମଳରେ ଉଦଘାଟିତ

Sunil Chandra Nayak

ଭୁଟଭୁଟି ଗାଁରେ ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଉଚ୍ଚ ଶିକ୍ଷିତ/ଶିକ୍ଷିତାଙ୍କୁ ଜିଲ୍ଲା କମିଟିରେ ଦେଲେ ଅଗ୍ରାଧିକାର 

Sunil Chandra Nayak

Leave a Comment

error: Content is protected !!