ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଚନ୍ଦୁ ସାହାଣୀମେମୋରିଆଲ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ,  ସମ୍ବଲପୁର କୁ ହରାଇ ଫାଇନାଲ ରେ ନବରଙ୍ଗପୁର 

ଚନ୍ଦୁ ସାହାଣୀମେମୋରିଆଲ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ,

 ସମ୍ବଲପୁର କୁ ହରାଇ ଫାଇନାଲ ରେ ନବରଙ୍ଗପୁର 

ଜୁନାଗଡ଼,୨୬/୧୨(ନି.ପ୍ର)ଜୁନାଗଡ଼ ଠାରେ ଚାଲି ଥିବା ଚନ୍ଦୁ ସାହାଣୀ ମେମୋରିଆଲ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ ରେ ସମ୍ବଲପୁର କୁ ହରାଇ ନବରଙ୍ଗପୁର ଫାଇନାଲ ରେ ପ୍ରବେଶ କରିଛି। ଆସନ୍ତା କାଲି ଫାଇନାଲ ରେ ଜୟପୁର ସହ ଖେଳିବ l ଆଜିର ଖେଳ ରେ ସମ୍ବଲପୁର ଟସ ଜିତି ,୨୯.୪ ଓଭର ରେ ୧୦ ଉଇକେଟ ହରାଇ ୧୬୪ ରନ କରିଥିଲେ l ଜବାବ ରେ ନବରଙ୍ଗପୁର ଟିମ ଏକ ସଙ୍ଘର୍ଷମୟ ଖେଳ ରେ ୧୮.୨ ବଲ ରେ ୪ ଉଇକେଟ ବଦଳ ରେ ବିଜୟ ଲକ୍ଷ୍ୟ ହାସଲ କରି ଥିଲେ l ନବରଙ୍ଗପୁରର ପୂର୍ଣ୍ଣ ମାଝୀ ୪୧ ବଲ ରେ ୮୧ରନ କରି ମେନ ଅଫ ଦି ମ୍ୟାଚ ହୋଇଥିଲେ l ଆଜିର ଖେଳ ରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧକ୍ଷ ମୋନାଜ ମେହେର  ଯୋଗଦାନ କରିଥିଲେ l ନିୟୁ ରେଡ ଷ୍ଟାର କ୍ରିକେଟ କ୍ଲବ ସଭାପତି ହିମାଂଶୁ ଶେଖର ବରାଡ଼, ଉପ ସଭାପତି ସରୋଜ ପଣ୍ଡା ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ଓ ଆମ୍ପlୟର ଭାବେ ନିଳୁ ପଣ୍ଡା, ନୀତିଶ ମହାପାତ୍ର ଓ ତୃତୀୟ ଆମ୍ପlୟର ଭାବେ ମାନସ ସାହୁ କାର୍ଯ୍ୟ ତୁଲାଇ ଥିଲେ l କମେଣ୍ଟ୍ରି ରେ ନୀତିସ, ବିନୟ ସାହୁ,ସତୀଶ ପ୍ରଧାନ, ସନ୍ତୋଷ ପୃଷ୍ଟି ଓ ସ୍କୋର ରେ ମୁକେଶ ପୋଡ଼ ଦାୟିତ୍ୱ ତୁଲାଇ ଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଚଉଦତମ ଚାରଭାଟି ପଞ୍ଚାୟତ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

masiha

ଯାଦବ ମାଝୀ ସ୍ମାରକୀ କ୍ରିକେଟ ,ଟିକେନ ଙ୍କ ଶତକ, ଟିଟଲାଗଡ ବିଜୟୀ

Sunil Chandra Nayak

ଧର୍ମଗଡ ରେ ଅଟଳ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

masiha

Leave a Comment

error: Content is protected !!