ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାମରା ସଂଘ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା

ଧାମରା ସଂଘ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା

ରାଉରକେଲା /ଆଗାମୀ ମକର ସଂକ୍ରାନ୍ତି ଉପଲକ୍ଷେ ରାଉରକେଲାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଧାମରା ସଂଘ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଛେଣ୍ଡ ସ୍ଥିତ ନିଜସ୍ଵ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଉଦଘାଟକ ଭାବେ ଅବସର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ସାହୁ ଉଦଘାଟନ କରିଥିଲେ। ସେ କହିଥିଲେ ଯେ ଧାମରା ସଂଘ ଏକ ଅନନ୍ୟ ଅନୁଷ୍ଠାନ, ରାଉରକେଲାରେ ପ୍ରତ୍ୟେକ ସରକାରୀ କାର୍ଯ୍ୟକ୍ରମ ହେଉ ବା ବେସରକାରୀ କାର୍ଯ୍ୟକ୍ରମ ହେଉ ଧାମରା ସଂଘର ସ୍ୱତନ୍ତ୍ରତା ବାରିହୋଇ ପଡେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକ ରମେଶ ଚନ୍ଦ୍ର ବାରିକ କହିଲେ ଯେ ଧାମରା ସଂଘ ଦୀର୍ଘ ୩୫ ବର୍ଷ ହେଲା ଏହିଭଳି କାର୍ଯ୍ୟକ୍ରମ କରିଆସୁ ଥିବାରୁ ସଂଘର ସଭାପତି ସମ୍ପାଦକ ଏବଂ ଅନ୍ୟ କର୍ମକର୍ତ୍ତା ଧନ୍ୟବାଦର ପାତ୍ର । ଉପାନ୍ତ ଅଞ୍ଚଳରେ ସାହିତ୍ୟ ସଂସ୍କୃତି ଓ କଳାକୁ ବଞ୍ଚାଇ ରଖିବାରେ ଧାମରା ସଂଘ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସିଛି। ଏହି ପ୍ରତିଯୋଗୀତାରେ ସଂଗୀତ ବିଭାଗରେ ୬୬ ଜଣ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଯୋଗଦାନ କରିଥିଲାବେଳେ ଗୁରୁ କ୍ଷଣପ୍ରଭା ବିଶୋଇ, ତପସ୍ଵିନୀ ଆଚାର୍ଯ୍ୟ ଓ ଜ୍ୟୋତିର୍ମୟ ଆଚାର୍ଯ୍ୟ ବିଚାରକ ଭାବେ ଯୋଗଦାନ କରିଥିଲେ। ନୃତ୍ୟ ବିଭାଗରେ ରେକର୍ଡ ସଂଖ୍ୟକ ୧୭୨ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲାବେଳେ ଗୁରୁ ସୁଦେଷ୍ଣା ରାଣୀ ରାଉତ,ସାଗରିକା ବଳ, ଦିପକ କୁମାର ଏବଂ ସଚିନ୍ ନାରାୟଣ ବିଚାରକ ଭାବେ ଯୋଗଦାନ କରିଥିଲେ। ସଂଘର ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ସାହିତ୍ୟ ସମ୍ପାଦିକା ନିରୁପମା ପତିଙ୍କ ସଂଯୋଜନା କରିଥିବା ବେଳେ ଗୈ।ତମ ଦାସ, ଗୀତାରାଣୀ ବେହେରା, ରମାକାନ୍ତ ପରିଡା,ଅନିନ୍ଦିତା ମାଇତି, ନିତ୍ୟାନନ୍ଦ ବିଶ୍ୱାଳ, ସସ୍ମିତା ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ପିତାମାତାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ, ଶେଷରେ ସଂଘର କାର୍ଯ୍ୟକାରୀ ସଦସ୍ୟ ଜ୍ଞାନରଞ୍ଜନ କର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଆସନ୍ତା ଜାନୁଆରୀ ମାସର ୧୫ ତାରିଖ ରେ ମକର ସଂକ୍ରାନ୍ତିରେ ବାର୍ଷିକ ଉତ୍ସବ ରେ ବିଜେତା ମାନଙ୍କୁ ପୁରସ୍କାର ତଥା ଵିଚାରକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିଵ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ମଣ୍ଡେଇ ର ଦ୍ଵିତୀୟ ସନ୍ଧ୍ୟା 

masiha

କଳାହାଣ୍ଡି ରାଜପୁତ କ୍ଷତ୍ରୀୟ ପାଇକ ସମାଜ ତରଫରୁ ୭୭ତମ ସ୍ବାଧୀନତା ଦିବସ ପାଳିତ

masiha

ବ୍ରଜଘାତ ରେ ଯୁବକ ମୃତ 

Leave a Comment

error: Content is protected !!