ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ନେଇ ପୁରୀ ସେବାୟତ କଳାହାଣ୍ଡିରେ

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ନେଇ ପୁରୀ ସେବାୟତ କଳାହାଣ୍ଡିରେ
ଧର୍ମଗଡ ମା ଭଣ୍ଡାର ଘରଣୀ ଦେବୀଙ୍କୁ ନିମନ୍ତ୍ରଣ ପତ୍ର ମିଳିଲା

ଶ୍ରୀ ମନ୍ଦିର ପ୍ରଶାସନ ପୁରୀ ଓ ଜିଲ୍ଲା ପ୍ରଶାସନ ପୁରୀ ତରଫରୁ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ନିମିତ୍ତ ନିମନ୍ତ୍ରଣ ଦେବା ପାଇଁ ସେବାୟତ ଦଳ ଆଜି ଭବାନୀପାଟଣା ସହର ସ୍ଥିତ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ପହଞ୍ଚି ନିମନ୍ତ୍ରଣ ଦେଇଛନ୍ତି l ତାଙ୍କୁ ସ୍ୱାଗତ କରିବା ପାଇଁ ମାନ୍ୟବର ରାଜ୍ୟସଭା ସାଂସଦ ସୁଜିତ କୁମାର ,ଭବାନୀପାଟଣା ପୌରାଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ ଦରୱାନ, ଜିଲ୍ଲା ପରିଷଦ ସି. ଡ଼ି. ଓ, ଶ୍ରୀଯୁକ୍ତ ପୱାର ସଚିନ ପ୍ରକାଶ, ଡ଼ିଆଇପିଆରଓ ଶ୍ରୀଯୁକ୍ତ ମନୋଜ କୁମାର ବେହେରା, ଜଗନ୍ନାଥ ମନ୍ଦିର ଭବାନୀପାଟଣା ସେବାୟତ ତଥା ଭବାନୀପାଟଣା ସହର ର ଅନେକ ଭକ୍ତ ବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ ଧର୍ମଗଡର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କ ପକ୍ଷରୁ ମନ୍ଦିର ପୂଜକ ଧନବଳ ମାଝୀ, ମନ୍ଦିର ପରିଚାଳନା କମିଟି ର ସଭାପତି ଗୌନ୍ତିଆ ଗିରିଧାରୀ ନାଏକ, ସଦସ୍ୟ ଡମ୍ବରୁଧର ଭୋଇ, ଜଗା ବାଗ ପୁରୀ ସେବାୟତ ଙ୍କ ଠାରୁ ନିମନ୍ତ୍ରଣ ପତ୍ର ଗ୍ରହଣ କରିଥଲେ ଓ ପରେ ଧର୍ମଗଡ ରେ ପହଞ୍ଚି ଧର୍ମଗଡ ଉପ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ ଓ ଡେପୁଟି କଲେକ୍ଟର ଅଜିତ କୁମାର ଶବରଙ୍କୁ ଭେଟି ନିମନ୍ତ୍ରଣ ପତ୍ର ପାଇଥିବା ଜଣାଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନୁଗ୍ରହରେ ପୁରୀର ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ସମାପ୍ତ ହୋଇଛି। ଅଯୋଧ୍ୟାରେ ରାମ ମନ୍ଦିରର ସମର୍ପଣ ସମାରୋହର ଏକ ସପ୍ତାହ ପୂର୍ବରୁ ନବ ନିର୍ମିତ ମନ୍ଦିର କରିଡର ଉଦ୍ଘାଟିତ ହେବ। ଏହି କାର୍ଯ୍ୟକ୍ରମ ପାଇଁ ଜଗନ୍ନାଥ ମନ୍ଦିର କରିଡର ର ଉଦଘାଟନୀ ଉତ୍ସବ ୧୫ ଜାନୁୟାରୀରୁ ୧୭ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଚାର୍ ଧାମ ମନ୍ଦିର ଏବଂ ଦେଶର ୧୦୦୦ ରୁ ଅଧିକ ହିନ୍ଦୁ ମନ୍ଦିର ଏହି କାର୍ଯ୍ୟକ୍ରମ ପାଇଁ ଆମନ୍ତ୍ରିତ ହେବେ ବୋଲି ପ୍ରକାଶ ପାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଲୁହାଶିଳା ଆର.କେ. କଲେଜରେ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ/ପ୍ରତିଯୋଗିତାର ଉଦଯାପନୀ ଉତ୍ସବ

masiha

ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ଆଧାରିତ ପ୍ରାରମ୍ଭ ତାଲିମ ପ୍ରଦାନ ସମାପନ

Sunil Chandra Nayak

ଧର୍ମଗଡ ରେ ପ୍ରବଳ ବର୍ଷା…. ଏସ ଟି ସ୍କୁଲ ଛକ ର ହାଲ ବେହାଲ ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଜନ ଅସନ୍ତୋଷ

masiha

Leave a Comment

error: Content is protected !!