ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜିଲା ଶିଳ୍ପ କେନ୍ଦ୍ର ତରଫରୁ ନିଯୁକ୍ତି ଭିତ୍ତିକ ତାଲିମ ଶିବିର ଅନୁଷ୍ଠିତ

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜିଲା ଶିଳ୍ପ କେନ୍ଦ୍ର ତରଫରୁ ନିଯୁକ୍ତି ଭିତ୍ତିକ ତାଲିମ ଶିବିର ଅନୁଷ୍ଠିତ

      ଡାବୁଗାଁ, ୨୮/୧୨(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜିଲା ଶିଳ୍ପ କେନ୍ଦ୍ର ତରଫରୁ ଏକ ସ୍ଵତନ୍ତ୍ର ତାଲିମ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଆରମ୍ଭରେ ଶିଳ୍ପ ବିକାଶ କେନ୍ଦ୍ରର ସଂଯୋଜକ ବିକ୍ରମ ରାଜୁ କହିଥିଲେ ଶିଳ୍ପ ଓ ଅର୍ଥନୀତି ଉଭୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି ତେଣୁ ଅର୍ଥନୀତି ବିକାଶ କ୍ଷେତ୍ରରେ ଶିଳ୍ପ କେନ୍ଦ୍ର ର ତାଲିମ ନେବା ଗୁରୁତ୍ଵ ପୂର୍ଣ୍ଣ ବୋଲି କହିଥିଲେ ଏଥି ସହିତ ପ୍ରଥମ ପର୍ଯ୍ୟାୟ ତାଲିମ ଦୀର୍ଘ ଜାନୁୟାରୀ ମାସ ୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ ତେଣୁ ସମସ୍ତ ଛାତ୍ର ଛାତ୍ରୀ ଏହି ତାଲିମ ଶିବିର ରେ ଭାଗ ନେବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟ ଅତିଥି ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଯୋଗ ଦେଇ ଦେଶର ଅର୍ଥନୀତି ବିକାଶ କହିଲେ ଶିଳ୍ପର ବିକାଶ ମାଧ୍ୟମକୁ ବୁଝାଏ ଏଥି ସହିତ ଅର୍ଥନୀତିକ କ୍ଷେତ୍ର ମାନଙ୍କ ମଧ୍ୟରେ ଶିଳ୍ପ ବିଭାଗ ଏକ ଗୁରୁତ୍ଵ ପୂର୍ଣ୍ଣ ବିଭାଗ ଯାହା ଲୋକ ମାନଙ୍କ ଅର୍ଥନୀତି କୁ ସୁଦୃଢ କରୁଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗୀୟ ମୁଖ୍ୟ ଉର୍ମିଳା ବ୍ରହ୍ମା, ଓଡ଼ିଆ ବିଭାଗୀୟ ମୁଖ୍ୟ ଚନ୍ଦନା ପଣ୍ଡା, ଇଂରାଜୀ ବିଭାଗୀୟ ମୁଖ୍ୟ ମହେନ୍ଦ୍ର ଦେବରପଲ୍ଲୀ, ରାଜନୀତି ବିଜ୍ଞାନ ବିଭାଗୀୟ ଅଧ୍ୟାପକ ମେକ୍ସ ନାୟକ, ଇତିହାସ ବିଭାଗୀୟ ଅଧ୍ୟାପକ ଦୟାରାମ ମନୋହର, ଓଡ଼ିଆ ବିଭାଗୀୟ ଅଧ୍ୟାପିକା ମନିଷା ସରକାର, ଅର୍ଥନୀତି ବିଭାଗୀୟ ଅଧ୍ୟାପିକା ଜ୍ୟୋସ୍ନା ମାଝୀ ଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ । ସଭା ଶେଷରେ ଇତିହାସ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ପୁଷ୍ପାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଧର୍ମଗଡ଼ ବ୍ଲକରେ ବିକାଶର ନଗ୍ନ ଚିତ୍ର…. ପୁଣି ଜନନୀ ଯନ୍ତ୍ରଣା- ଖଟିଆ ରେ ବୁହା ହେଲେ ଗର୍ଭବତୀ

ଚାଷୀମୂଲିଆ ଆଦିବାସୀ ସଂଘ ତରଫରୁ ବିଶ୍ଵ ଆଦିବାସୀ ଦିବସ ଓ ସାଥୀ କେଣ୍ଡୁକା ଅର୍ଜୁନ ଙ୍କ ଶ୍ରଦ୍ଧାଞ୍ଜଳି ଦିବସ ଧୁମ ଧାମ ରେ ପାଳିତ 

Sunil Chandra Nayak

ବିଦ୍ୟୁତ କାଟ ନେଇ ସିପିିଆଇ(ଏମ) ର ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!