ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଭାରତୀୟ ଆଦିବାସୀ ହଲବା ସମାଜର ସମାବେଶ ଅନୁଷ୍ଠିତ

ଅଖିଳ ଭାରତୀୟ ଆଦିବାସୀ ହଲବା ସମାଜର ସମାବେଶ ଅନୁଷ୍ଠିତ

କୋକସରା,୨୬/୧୨ // ଅଖିଳ ଭାରତୀୟ ଆଦିବାସୀ ହଲବା ସମାଜର ଇଷ୍ଟ ଦେବୀ ମା ଦନ୍ତେଶ୍ୱରୀ ଦେବୀଙ୍କ ବାର୍ଷିକ ଶକ୍ତି ଦିବସ ସମାବେଶ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ଗ୍ରାମ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମା ଦନ୍ତେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରାରେ ଯୋଗଦେଇଥିବା ଆଦିବାସୀ ସଙ୍ଘର ମହିଳା ପୁରୁଷ ମାନେ ପାରମ୍ପରିକ ବେଶଭୁଷାରେ ସଜ୍ଜିତ ହୋଇ ସଭାସ୍ଥଳକୁ ପହଞ୍ଚିଥିଲେ। କୋକସରା ବ୍ଲକ ଆଦିବାସୀ ସଙ୍ଘର ସଭାପତି ତଥା ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ସମ୍ମାନିତ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦେଇ ଥିଲେ। ଅନ୍ୟତମ ଅତିଥିଙ୍କ ମଧ୍ୟରେ ଆଦିବାସୀ ସଙ୍ଘ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ସାଧାରଣ ସମ୍ପାଦକ ଋତୁରାଜ ମାଝୀ, ବ୍ଲକ ଆଦିବାସୀ ସଂଘ ସମ୍ପାଦକ ତ୍ରିନାଥ ଶବର, ଭତ୍ରା ସମାଜରୁ ଗରୁଡ଼ ଧ୍ଵଜ ମାଝୀ, ଗଣ୍ଡ ସମାଜରୁ କ୍ଷୀରସିନ୍ଧୁ ମାଝୀ, ବଂଜାରା ସମାଜ ବ୍ଲକ ସଭାପତି ଯଶୋବନ୍ତ ନାଏକ, କନ୍ଧ ସମାଜରୁ ହୃଦାନନ୍ଦ ମାଝୀ, ହଲବା ସମାଜ ସଭାପତି ସହଦେଵ ନେଗି, ପୂର୍ବତନ ସଭାପତି ଯୁଗେଶ୍ୱର ନେଗି, ଭୁଞ୍ଜିଆ ସମାଜ ସଭାପତି ଦ୍ରୋଣାଚାର୍ଯ୍ୟ ପୁଝାରି ପ୍ରମୁଖ ଉପସ୍ଥିତ ରହି ବ୍ଲକର ସମସ୍ତ ବର୍ଗର ଆଦିବାସୀଙ୍କ ଆଜିର କାର୍ଯ୍ୟକ୍ରମରେ ଏକତ୍ରିତ ହୋଇ ଆଦିବାସୀ ଏକତା ଓ ଭାଇଚାରାର ନିଦର୍ଶନକୁ ଏକାଗ୍ରତା କରିଛନ୍ତି ବୋଳି ମତ ପ୍ରକାଶ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଭୁବନେଶ୍ବର ଠାରେ ସମ୍ମାନିତ ହେଲେ ସିପାହୀ ମୁନିରାମ ସାହୁ

masiha

ରାୟଗଡା ଜିଲ୍ଲାରେ ବାର୍ଡ ଦ୍ଵାରା ଟ୍ରାଇର ଟେଲିକମ ଉପୋଭକ୍ତା ସଚେତନତା କର୍ମଶଳI    

Sunil Chandra Nayak

ନୂତନ ବିଚାରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Leave a Comment

error: Content is protected !!