ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହଳଦାରେ ବ୍ଳକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ୩୦୦ ଜଣ ଆଶାୟୀ

ବହଳଦାରେ ବ୍ଳକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ୩୦୦ ଜଣ ଆଶାୟୀ

 ମୟୂରଭଞ୍ଜ – ୨୭/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଵହଳଦା ହାଇସ୍କୁଲ ପରିସରରେ ମଙ୍ଗଳ ବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ଵହଳଦା ବ୍ଳକ ବିଡିଓ ଶରତ ଚନ୍ଦ୍ର ମିଶ୍ର, ତହସିଲଦାର ଭକ୍ତଵଂନ୍ଧୁ ପ୍ରଧାନ , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରଣଜିତ ସୋରେନ,ବ୍ଳକ ଵିଭାଗୀୟ ଅଧିକାରୀ ସୁଶାନ୍ତ ଦେହୁରୀ,ବ୍ଳକ ଉପାଧ୍ୟକ୍ଷ ହୀରନ ଵସା,ଜିଲ୍ଲା ପରିଷଦ ସଦସ୍ୟା ଭଗବତୀ ମିଶ୍ର,ଜିଲ୍ଲା ପରିଷଦ ସଦସ୍ଯା ସୂର୍ଯ୍ୟମଣି ହାଁସଦା ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ବିଡିଓ ଶରତ ମିଶ୍ର କହିଥିଲେ ଭିନ୍ନକ୍ଷମ ମାନେ ମଧ୍ୟ ସମାଜର ଜଣେ ବ୍ୟକ୍ତି । ସେମାନଙ୍କୁ ସମ୍ମାନ , ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବା ସମସ୍ତଙ୍କର ଦାୟିତ୍ୱ । ସେମାନଙ୍କୁ ସମାଜର ବୋଝ ନ ଭାବି ସେମାନଙ୍କ ସାମର୍ଥ୍ୟ, ଇଛାଶକ୍ତି,କର୍ମ ପ୍ରବଣତା ନେଇ ସେହି ଦିଗରେ ସେମାନଙ୍କୁ ଦକ୍ଷତା କରାଇ ସମାର୍ଥ୍ଯ କରାଇବା ଉଚିତ ।ଯାହା ଫଳରେ ସେମାନେ ଆତ୍ମ ନିର୍ଭରଶୀଳ ହୋଇ ନିଜର ଓ ସମାଜର ପ୍ରଗତି ପାଇଁ ଚେଷ୍ଟିତ ହେବେ ।ଏହି ଶିବିରରେ ୩୦୦ ଜଣ ଆଶାୟୀ ନାମ ପଂଜୀକୃତ କରିଥିଲେ । ସେଥିମଧ୍ୟରୁ ୫୭ ଜଣଙ୍କୁ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ଵାରା ସ୍ବାସ୍ଥ୍ୟଗତ ପରାମର୍ଶ ,୧୪୧ ଜଣଙ୍କୁ ଭିନ୍ନକ୍ଷମ ଚିହ୍ନଟ ,୮୧ ଜଣଙ୍କୁ ଭିନ୍ନକ୍ଷମ ସହାୟତା ଉପକରଣ ବଣ୍ଟନ,୫ ଜଣଙ୍କୁ ନିଃଶୁଳ୍କ ସର୍ଜରୀ ଅପରେସନ ପାଇଁ ପରାମର୍ଶ,୯୪ ଜଣଙ୍କୁ ବସ ପାଶ୍,୧୦୧ ଜଣଙ୍କୁ ଆୟଗତ ପ୍ରମାଣପତ୍ର ଏବଂ କିଛିଙ୍କୁ ,ବାଣିଶ୍ରୀ,ଭତ୍ତା,ଆବାସ ଯୋଜନାହିତାଧିକାରୀ ପାଇଁ ଚିହ୍ନଟ କରାଯାଇଛି ।କାର୍ଯ୍ୟକ୍ରମ ପରିଚାଳନାରେ ଵହଳଦା ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀଣୀ ରାଧିକା ବେଶ୍ରା ଏବଂ ବ୍ଳକର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଚକ୍ଷୁ ଚିକିତ୍ସା ପାଇଁ ନିର୍ମାଣାଧୀନ ଗୃହ କାର୍ଯ୍ୟ ନିମ୍ନମାନର ଓ ବେପରୁଆ କାମ

masiha

ଅଖିଳ ଓଡିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘ ପକ୍ଷରୁ ବୃକ୍ଷ ରୋପଣ ଓ ବୃଦ୍ଧା ବୃଦ୍ଧ ଙ୍କୁ ଛତା ବଣ୍ଟନ

Sunil Chandra Nayak

ମ.ରାମପୁର ରେ ୩୪ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ

Sunil Chandra Nayak

Leave a Comment

error: Content is protected !!