ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପାଣି ପମ୍ପ ଚୋରୀ ଅଭିଯୋଗରେ ୨ ଗିରଫ 

ପାଣି ପମ୍ପ ଚୋରୀ ଅଭିଯୋଗରେ ୨ ଗିରଫ 

ଡାବୁଗାଁ, ୨୮/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ପାଣି ପମ୍ପ ଚୋରୀ ଅଭିଯୋଗରେ ଗୁରୁବାର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନାର ଶିଂସାରି ଫାଣ୍ଡି ଅଧୀନ ପରିଆ ଗ୍ରାମର ଗୟନ୍ଧୁ ଭତ୍ରା ଦୀପାବଳି ପରଦିନ ଗ୍ରାମ ପାଖ ଭାସ୍କେଲ ନଦୀ କୂଳରେ ଥିବା ନିଜ ଜମିକୁ ଯାଇଥିଲା | ସେଠାରେ ଯାଇ ଦେଖିଥିଲା ଯେ ଚାଷ ପାଇଁ ଥିବା ପାଣି ପମ୍ପ ଟି ଚୋରୀ ହୋଇଯାଇଛି | ଗୟନ୍ଧୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇନଥିଲା | ପରେ ପାଣି ପମ୍ପ ଚୋରୀ ହୋଇଥିବା ନେଇ ଗ୍ରାମବାସୀଙ୍କୁ ଜଣାଇଥିଲା | ପରେ ଜାଣିବାକୁ ପାଇଥିଲା ସେ ତାଙ୍କ ଗ୍ରାମ ପରିଆ, ପାଖ ଗ୍ରାମ ତୁରୁଞ୍ଜି ଓ ମାଝିଆ ଗ୍ରାମର ମଧ୍ୟ କିଛି ଲୋକ ଙ୍କ ପାଣି ପମ୍ପ ଚୋରୀ ହୋଇଛି | ଏନେଇ ଗୟନ୍ଧୁ ୮. ୧୨. ୨୦୨୩ ଦିନ ଡାବୁଗାଁ ଥାନାରେ ଏତଲା ଦେଇଥିଲା | ଉକ୍ତ ଏତଲାକୁ ଭିତ୍ତି କରି ଶିଂସାରି ଫାଣ୍ଡି ଅଧିକାରୀ ଶିଶିରକାନ୍ତ ଘୋଷ ଘଟଣାର ତଦନ୍ତ ଆରମ୍ଭ କରିଥିଲେ | ତଦନ୍ତ କରି ବୁଧବାର ରାତିରେ ନନ୍ଦପୁରା ଗ୍ରାମର ଗୋପୀ ପୂଜାରୀ ଓ ବଳିରାମ ବିନ୍ଧାଣି ଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୭ଟି ପାଣି ପମ୍ପ ଜବତ କରାଯାଇଛି | ଗୁରୁବାର ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି | ଏନେଇ ଥାନା କେସ ନଂ ୨୨୧/୨୩ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅଚିହ୍ନା ନବଜାତ ଶିଶୁ ଉଦ୍ଧାର

Sunil Chandra Nayak

ଗ୍ରାହକ ସେବାକେନ୍ଦ୍ରରୁ ଙ୍କ ଲକ୍ଷାଧିକ ଟଙ୍କା ହଡପ ଘଟଣାରେ କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ଯୁବକ

masiha

ASIT PATTANAYAK, DY. RANGER, BISRA FOREST RANGE, ROURKELA FOREST DIVISION NABBED BY ODISHA VIGILANCE WHILE TAKING BRIBE RS 18,000/- FROM A VEHICLE OWNER TO RELEASE HIS HIRE CHARGES

masiha

Leave a Comment

error: Content is protected !!