ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହିଦ୍ ପରିବାରକୁ ଭେଟିଲା ଉଦାହରଣ ଟିମ୍ 

ସହିଦ୍ ପରିବାରକୁ ଭେଟିଲା ଉଦାହରଣ ଟିମ୍ 

ରାଉରକେଲା/ ରାଉରକେଲା ର ସହିଦ ଙ୍କ ପ୍ରତି ସମର୍ପିତ ଅନୁଷ୍ଠାନ ଉଦାହରଣ ଟିମ୍ ଶହୀଦ ପରିବାରଙ୍କୁ ମନେ ପକାଇବା ସହିତ ଶହିଦ ପରିବାରଙ୍କୁ ଲୋକଲୋଚନକୁ ଆଣିବା ଓ ତାଙ୍କର ସୁବିଧା ଅସୁବିଧାରେ ସହଯୋଗ କରିବା ଲକ୍ଷ୍ୟ ରଖିଥିବା ବେଳେ ଆଜି”ଉଦାହରଣ ଟ୍ରଷ୍ଟ” ପକ୍ଷରୁ , ଟ୍ରଷ୍ଟର ଅଧ୍ୟକ୍ଷ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତି ଙ୍କ ନେତୃତ୍ୱରେ ଟ୍ରଷ୍ଟି ସର୍ବଶ୍ରୀ ଚନ୍ଦ୍ରଶେଖର ଶତପଥୀ , ରୋହିତ କୁମାର ମହାନନ୍ଦିଆ ଓ ଶଙ୍କର ଜେନା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଗ୍ରାମକୁ ଯାଇଥିଲେ । ସେଠାରେ ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ଧର୍ମପତ୍ନୀ ପୂର୍ଣ୍ଣିମା ପୃଷ୍ଟି ଓ ତାଙ୍କ ପରିବାର ବର୍ଗ ସହିତ ସାକ୍ଷାତ କରି ତାଙ୍କର ଭଲମନ୍ଦ ବୁଝିଥିଲେ । ତା ସହିତ ତାଙ୍କର ସୁବିଧା ଅସୁବିଧାର ସମାଧାନ ପାଇଁ ପ୍ରତିଶୃତି ଦେଇ ଆସନ୍ତା ଜାନୁୟାରୀ ୨୨ ତାରିଖ ସୋମବାର ଦିନ ରାଉରକେଲା ସିଭିକ ସେଣ୍ଟର ଠାରେ ଉଦାହରଣ ଟ୍ରଷ୍ଟ ପକ୍ଷରୁ ହେବାକୁ ଥିବା ଦ୍ୱିତୀୟ ସହିଦ ସମ୍ମାନ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ ! ସେଠାରେ ସହିଦ ସ୍ୱର୍ଗତ ସୁଶାନ୍ତ ଖୁଣ୍ଟିଆଙ୍କ ଫଟୋଚିତ୍ରରେ ସମସ୍ତେ ପୁଷ୍ପ ଦେଇ ଶ୍ରଦ୍ଧାସୁମନ ଜଣାଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଟକ ରେ ଗଞ୍ଜାମ ର ଛଅ ଜଣ ସାହିତ୍ୟ ଅନୁଷ୍ଠାନ ର ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

ରାଇରଙ୍ଗପୁରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ଟ୍ରଷ୍ଟ,ଓଡ଼ିଶା, ରାଇରଙ୍ଗପୁର ତରଫରୁ ଜାତୀୟ ଆଲୋଚନା ଚକ୍ର ” ଓଡ଼ିଆ ସାହିତ୍ୟ ଓ ସଂସ୍କୃତିରେ ଶ୍ରୀଜଗନ୍ନାଥ”

masiha

ନିଆଁ ଲାଗି ୫ ଏକରଚାଷ ଜମି ର ପନିପରିବା ଓ ଡାଲି ଜାତୀୟ ଫସଲ ନଷ୍ଟ 

Sunil Chandra Nayak

Leave a Comment

error: Content is protected !!